www.samajalive.in
Monday, December 8, 2025
14.1 C
Bhubaneswar

ଖେଳନା ତିଆରିକୁ ନେଇ ଭାରତ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରସଙ୍ଗ । ଗୃହରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତର ରଖାଯାଇଛି । ଗତ ୩ବର୍ଷ ମଧ୍ୟରେ ଖେଳନା ତିଆରିକୁ ନେଇ ଭାରତ ଆତ୍ମନିର୍ଭର ହୋଇପାରିଛି । ଏହି ୩ବର୍ଷ ମଧ୍ୟରେ ଭାରତ ଅନ୍ୟ ଦେଶରୁ ଖେଳନା ଆମଦାନୀ ଯଥେଷ୍ଟ କମ୍‍ କରିଛି । କାରଣ ଏହି ସମୟ ମଧ୍ୟରେ ୮,୩୬୬ MSME ଉଦ୍ୟୋଗ ପଞ୍ଜତକୃତ ହୋଇଛନ୍ତି । ରିପୋର୍ଟ ଅନୁସାରେ ଜାତୀୟ ଶିଳ୍ପ ବର୍ଗୀକରଣ କୋଡ୍ ୨୦୦୮MSME  ପଞ୍ଜିକୃତ ହୋଇଛନ୍ତି ୮,୩୬୬ MSME । କୋଡ୍ ନମ୍ବର ୩୨୪୦୧, ୩୨୪୦୨, ୩୨୪୦୩, ୩୨୪୦୪,୩୨୪୦୫,୩୨୪୦୯ରେ ପଞ୍ଜୀକୃତ ହୋଇଛି । ଏଥି ସହ କୁହାଯାଇଛି କି, ୧୪ ବର୍ଷରୁ କମ୍‍ ପିଲାଙ୍କ ପାଇଁ ବ୍ୟବହାର ହେଉଥିବା ଖେଳନା BIS ସାର୍ଟିଫିକେଟ୍ ହେବା ଜରୁରୀ । ଯାହାଦ୍ୱାରା କେଳନା ଗୁଡ଼ିକ ଭାରତରେ ବିକ୍ରି ହୋଇପାରିବ।

BIS ସାର୍ଟିଫିକେଟ୍ ନଥିଲେ ବିଏସ୍ ଆକ୍ଟ, ୨୦୧୬ ଅନୁଯାୟୀ ଏକ ଅପରାଧ ବୋଲି ଧରାଯିବ । ତାହା ସହ ଜେଲ ଏବଂ ଜରିମାନା ଗଣିବେ ବୋଲି କୁହାଯାଇଛି । ଲୋକସଭାରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ମଧ୍ୟ ଆହୁରି କୁହାଯାଇଛି କି ଘରୋଇ ବଜାରରେ ଆମଦାନୀ ହୋଇଥିବା ଖେଳଣା ଅନୁପାତ ତଥ୍ୟ ସହିତ ପରିଚାଳିତ ହେଉନାହିଁ। ଅବଶ୍ୟ, ଖେଳନା ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଇଛି । ଏଥିସହ ଯେମିତି ଦେଶରେ ଶସ୍ତା ଖେଳନା ଆମଦାନୀ ନହୁଏସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories