www.samajalive.in
Tuesday, December 9, 2025
17.1 C
Bhubaneswar

ପାକିସ୍ତାନ ସୀମାରେ ସ୍ମାର୍ଟ ଫେନସିଂ ବ୍ୟବସ୍ଥାର ଉଦ୍‍ଘାଟନ କରିବେ ରାଜନାଥ

ନୂଆଦିଲ୍ଲୀ : ଆତଙ୍କବାଦୀ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପାକିସ୍ତାନ ସଂଲଗ୍ନ ସୀମାରେ ସ୍ମାର୍ଟ ଫେନସିଂ ବ୍ୟବସ୍ଥା କରାଯିବ। ଏହି କ୍ରମରେ ଆସନ୍ତା ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ସମୀାରେ ସ୍ମାର୍ଟ ଫେନସିଂ ବିଛାଇବା କାର୍ଯ୍ୟର ଉଦ୍‍ଘାଟନ କରିବେ। ସ୍ମାର୍ଟ ଫେନସିଂ ବ୍ୟବସ୍ଥା ଦ୍ୱାରା ସୀମାରେ କୌଣସି ଅନୁପ୍ରବେଶ ଉଦ୍ୟମକୁ ସହଜରେ ଠାବ କରାଯାଇହେବ ଓ ଏଥିରେ ରହିଥିବା ବୈଷୟିକ ବ୍ୟବସ୍ଥା ଦ୍ୱାରା କେଉଁ ସ୍ଥାନରେ ଅନୁପ୍ରବେଶ ହେଉଛି ତାହା କମ୍ପ୍ୟୁଟର ପରଦାରେ ଦେଖାଯାଇ ପାରିବ। ଏହା ସହିତ ଅନୁପ୍ରବେଶ ଉଦ୍ୟମ ହେଲେ ଆଲାରାମ ବାଜି ଉଠିବ। ଯଦ୍ଦ୍ୱାରା ନିକଟରେ ଥିବା ସୁରକ୍ଷାକର୍ମୀ ସଜାଗ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଗାମୀ ଦିନରେ ବାଂଲାଦେଶ ସୀମାରେ ଅନୁରୂପ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିଏସଏଫ କହିଛି। ବିଏସ୍‍ଏଫ ମହାନିର୍ଦେଶକ କେ.କେ ଶର୍ମା ଗତ ସପ୍ତାହରେ କହିଥିଲେ ଯେ ଭବିଷ୍ୟତରେ ପାକିସ୍ତାନ ଏବଂ ବାଂଲାଦେଶ ସଂଲଗ୍ନ ୨୪୦୦ କିଲୋମିଟର ସୀମାରେ ସ୍ମାର୍ଟ ଫେନସିଂ ବ୍ୟବସ୍ଥା କରାଯିବ। ସେପ୍ଟେମ୍ବର ୧୭ରେ ରାଜନାଥ ସିଂହ ଜାମ୍ମୁ କାଶ୍ମୀର ଗସ୍ତରେ ଯାଉଛନ୍ତି ଓ ଏହି ଅବସରରେ ସେ ଏହି କାର୍ଯ୍ୟ ଆରମ୍ଭର ଶୁଭାରମ୍ଭ କରିପାରନ୍ତି ବୋଲି ଆଶା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories