www.samajalive.in
Sunday, December 14, 2025
26.1 C
Bhubaneswar

ବୈଦ୍ୟେଶ୍ୱର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ; ବାଙ୍କୀ ବିଜୟୀ

କଳାପଥର(ବାଙ୍କୀ): ଦିଶା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ୧୪ ତମ ବୈଦ୍ୟେଶ୍ୱର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବୈଦ୍ୟଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ଉର୍ମିଳା ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଗ୍ରୀନ ପତକା ଉତ୍ତୋଳନ କରିଥିଲେ। ସମିତି ସଭ୍ୟା ସୁଲୋଚନା ରଣା, ପ୍ରଶାନ୍ତ କୁମାର ଦାସ, ଦୁର୍ଗାପ୍ରସାଦ ମହାପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜିର ପ୍ରଥମ ମ୍ୟାଚରେ ବାଙ୍କୀ ଆଥଲେଟିକ ଆସୋସିଏସନ ଏବଂ ବିସିସି ବଡମ୍ବା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଟସ ଜିତି ବାଙ୍କୀ ତାର ୫ ଉଇକେଟ ହରାଇ ୧୯୫ ରନ ଷ୍କୋର କରିଥିଲା। ଦଳ ପକ୍ଷରୁ ସବିର ବେହେରା ୪୦ ବଲ ଖେଳି ୭୧ ରନ୍ ଷ୍କୋର କରିଥିଲେ। ୧୯୬ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆ କୁ ଓଲ୍ଲାଇ ବଡମ୍ବା ସମସ୍ତ ଉଇକେଟ ହରାଇ ନିଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୭୧ ରନ କରି ୨୫ ରନରେ ପରାଜୟ ବରଣ କରିଥିଲେ।

 

- Advertisement -

ଦଳ ପକ୍ଷରୁ ଦେବୀ ରଞନ ସାମନ୍ତରା ୨୫ ବଲ ଖେଳି ୪୬ ରନ କରିଥିଲେ। ବାଙ୍କୀ ଦଳର ସବିର ବେହେରା ମ୍ୟାନ ଅଫଦିମ୍ୟାଚ ବିବେଚିତ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ପ୍ରେମାନନ୍ଦ ବେହେରା ଓ ଚିତ୍ତରଞ୍ଜନ ପଣ୍ଡା। ଷ୍କୋରର ଥିଲେ ରାକେଶ ସାହୁ। ଦିଶା ସଂମ୍ପାଦକ ସୁବିତ୍ ପଟ୍ଟନାୟକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଆସନ୍ତାକାଲି ରାଇଜିଂଷ୍ଟାର କୁମାରବସ୍ତ ଓ ଆଜିର ବିଜେତା ବାଙ୍କୀ ମଧ୍ୟରେ ଅନୁଷ୍ଠିତ ହେବବୋଲି ସମ୍ପାଦକ ସୁବିତ ପଟ୍ଟନାୟକ ସୁଚନା ଦେଇଛନ୍ତି।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories