www.samajalive.in
Tuesday, December 9, 2025
16.1 C
Bhubaneswar

ଗୋଆ ବିଧାନସଭା ଭାଙ୍ଗିପାରେ

ପାଣାଜୀ : ତେଲଙ୍ଗାନା ପରେ ଏବେ ଗୋଆ ବିଧାନସଭା ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। କର୍କଟ ପୀଡ଼ିତ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବାରମ୍ବାର ଚିକିତ୍ସା ନିମନ୍ତେ ବିଦେଶ ଗସ୍ତ କରୁଥିବାରୁ ଖୁବ୍‍ଶୀଘ୍ର ବିଧାନସଭା ଭଙ୍ଗ କରିପାରନ୍ତି ବୋଲି ରାଜ୍ୟ କଂଗ୍ରେସ ନେତା ଗିରୀଶ ଆର୍‍. ଚୋଡଙ୍କର ଅଭିଯୋଗ କରିଛନ୍ତି। ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଚିଠି ଲେଖି ସେ ଏ ବିଷୟରେ ସତର୍କ କରିଛନ୍ତି। ଚିଠିଟିରେ ସିହ୍ନା ଦର୍ଶାଇଛନ୍ତି ଯେ ପାରିକରଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ସଂଖ୍ୟା ଲଘୁ ହୋଇପଡିଛି। ଏହାର ମେଣ୍ଟ ଦଳଗୁଡିକ ମଧ୍ୟରେ କନ୍ଦଳ ଏବେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ଗୋଆ ପ୍ରଶାସନ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ରୋଗାକ୍ରାନ୍ତ ମୁଖ୍ୟମନ୍ତ୍ରୀ ପାରିକର ନିଜେ ଉପଯୁକ୍ତ ସମୟ ଦେଇପାରୁ ନାହାନ୍ତି କି ନିଜର ବିକଳ୍ପ ବାଛୁନାହାନ୍ତି। ଫଳରେ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରାଯିବା ଉଚିତ୍‍ ନୁହେଁ ଦର୍ଶାଇ ସେ ଲେଖିଛନ୍ତି ଯେ କଂଗ୍ରେସ ନିଜର ସମସ୍ତ ସାମର୍ଥ୍ୟ ସହିତ ଏହାକୁ ବିରୋଧ କରିବ। ଚଳିତ ବିଧାନସଭାର ଅଧିକାଂଶ ବିଧାୟକ ପୁନଃ ନିର୍ବାଚନକୁ ସମର୍ଥନ କରନ୍ତି ନାହିଁ; କିନ୍ତୁ ଯଦି ପାରିକର ବିଧାନସଭା ଭଙ୍ଗ କରନ୍ତି ତା’ହେଲେ କଂଗ୍ରେସକୁ ସରକାର ଗଠନ କରିବାର ସୁଯୋଗ ଦିଆଯିବା ଉଚିତ ବୋଲି ଚୋଡଙ୍କର ଯୁକ୍ତି ବାଢିଛନ୍ତି। ଉଲ୍ଲେଖ ଯେ ଗୋଆରେ ବିଜେପି, ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟି (ଏମ୍‍ଜିପି), ଗୋଆ ଫରୱାର୍ଡ ପାର୍ଟି (ଜିଏଫ୍‍ପି), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଏବଂ ଅନ୍ୟ ତିନି ଜଣ ସ୍ୱାଧୀନ ବିଧାୟକଙ୍କ ମେଣ୍ଟ ସରକାର ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories