www.samajalive.in
Monday, December 8, 2025
20.1 C
Bhubaneswar

ସଞ୍ଜିତାଙ୍କ ‘ବି’ ନମୁନା ମଧ୍ୟ ପଜିଟିଭ୍‍

ନୂଆଦିଲ୍ଲୀ : ଭାରତୀୟ ମହିଳା ଭାରୋତ୍ତୋଳନକାରିଣୀ ସଞ୍ଜିତା ଚାନୁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ମଣିପୁରର ସଞ୍ଜିତାଙ୍କ ପ୍ରଥମ ନମୁନାରେ ନିଷିଦ୍ଧ ଔଷଧର ମାତ୍ରା ମିଳିଥିଲା। ଫଳରେ ତାଙ୍କୁ ସାମୟିକ ବାସନ୍ଦ କରା ଯାଇଥିଲା। ଫଳରେ ସେ ଏସୀୟ କ୍ରୀଡ଼ାରେ ଭାଗ ନେଇନଥିଲେ। ଏବେ ତାଙ୍କର ‘ବି’ ନମୁନା ମଧ୍ୟ ପଜିଟିଭ୍‍ ଆସିଛି। ଫଳରେ ହଙ୍ଗେରୀସ୍ଥିତ ଆନ୍ତର୍ଜାତିକ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଫ୍‍)ର ଶୁଣାଣି ପ୍ୟାନେଲ ପାଖରେ ହାଜରହେବା ଛଡ଼ା ସଞ୍ଜିତାଙ୍କ ପାଖରେ ବିକଳ୍ପ ନାହିଁ।
ଯଦି ସଞ୍ଜିତା ଚାନୁ ଆଇଡବ୍ଲ୍ୟୁଏଫ୍‍ ଶୁଣାଣି ପ୍ୟାନେଲ ନିକଟରେ ନିଜକୁ ନିର୍ଦୋଷ ପ୍ରମାଣିତ କରିପାରନ୍ତି; ତେବେ ତାଙ୍କୁ ପୁଣି ପ୍ରତିଯୋଗିତା କରିବାର ସୁଯୋଗ ମିଳିପାରେ। ଅନ୍ୟଥା ତାଙ୍କୁ ଅତିକମ୍‍ରେ ୪ ବର୍ଷ ବାସନ୍ଦ କରାଯିବ। ସଞ୍ଜିତା ଏହା ମଧ୍ୟ କହିଛନ୍ତି ଯେ ଯଦି ବା ଆଇଡବ୍ଲ୍ୟୁଏଫ୍‍ର ଶୁଣାଣି ପ୍ୟାନେଲ ନିକଟରେ ସେ ବିଫଳ ହୁଅନ୍ତି; ତେବେ ଆନ୍ତର୍ଜାତିକ କ୍ରୀଡ଼ା ଅଦାଲତ (କାସ୍‍)ର ଦ୍ୱାରସ୍ଥ ମଧ୍ୟ ହୋଇପାରନ୍ତି। ହଙ୍ଗେରୀ ଯାଇ ସଞ୍ଜିତା କିମ୍ବା ତାଙ୍କ ଓକିଲଙ୍କୁ ପକ୍ଷ ରଖିବା ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ। ଏହାକୁ ଦେଖି ଆଇଡବ୍ଲ୍ୟୁଏଫ୍‍ ତାଙ୍କୁ ଫୋନ୍‍ କିମ୍ବା ସ୍କାଇପ୍‍ ଜରିଆରେ ପକ୍ଷ ରଖିବାକୁ ସୁବିଧା ଦେଇଛି। ହେଲେ ସଞ୍ଜିତା ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ହେବାକୁ ଥିବା ଶୁଣାଣିରେ ତାଙ୍କ ପକ୍ଷ ରଖିବା ଲାଗି ଜଣେ ଓକିଲଙ୍କୁ ପଠାଇବା କଥା ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ପାଣ୍ଠି ଯୋଗାଡ଼ କରୁଛନ୍ତି। ଗତବର୍ଷ ବିଶ୍ୱ ଚମ୍ପିଆନ୍‍ସିପ୍‍ ପୂର୍ବରୁ ନଭେମ୍ବରରେ ସଞ୍ଜିତା ଚାନୁଙ୍କଠାରୁ ନମୁନା ସଂଗ୍ରହ କରା ଯାଇଥିଲା; ଯାହା ପଜିଟିଭ୍‍ ଆସିଥିଲା। ତେବେ ସଞ୍ଜିତା ଦାବି କରିଛନ୍ତି ଯେ ଅନ୍ୟ କାହାର ନମୁନା ନମ୍ବରଙ୍କୁ ଭୁଲ୍‍ରେ ତାଙ୍କର ବୋଲି ଦର୍ଶାଯାଇଛି। ଉକ୍ତ ନମୁନା ପଜିଟିଭ୍‍ ଆସିଥିବାରୁ ସେ ଡୋପ୍‍ ପରୀକ୍ଷାରେ ବିଫଳ ହୋଇଛନ୍ତି ବୋଲି ଆଇଡବ୍ଲ୍ୟୁଏଫ୍‍ ଦାବିକରୁଛି। ତେବେ ଯଦି ଆଇଡବ୍ଲ୍ୟୁଏଫ୍‍ ତା’ର ତ୍ରୁଟି ସ୍ୱୀକାର କରିନିଏ; ତେବେ ସେ ଦୋଷମୁକ୍ତ ଘୋଷିତ ହେବେ ବୋଲି ସଞ୍ଜିତା ଭାବୁଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories