www.samajalive.in
Sunday, December 7, 2025
15.1 C
Bhubaneswar

ଏସିଆ କପ୍‍ କ୍ରିକେଟ ; ୩୪ ବର୍ଷର ସୁଦୀର୍ଘ ଇତିହାସ

ନୂଆଦିଲ୍ଲୀ : ୟୁନାଇଟେଡ୍‍ ଆରବ ଏମିରେଟ୍‍ସର ୨ଟି ସହର ଦୁବାଇ ଓ ଆବୁଧାବିରେ ଶନିବାରଠାରୁ ଖେଳାଯିବ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ ମହାଦେଶର ୬ଟି ଦେଶ ଭାଗନେବେ। ୨୦୧୬ରେ ଏସିଆ କପ୍‍ର ଫର୍ମାଟ୍‍କୁ ବଦଳାଇ ଏହାକୁ ଟ୍ୱେଣ୍ଟି-୨୦ କରାଯାଇଥିବା ବେଳେ ଚଳିତବର୍ଷ ଏହା ପୁଣି ଦିନିକିଆ ଫର୍ମାଟକୁ ଫେରିଛି। ସବୁଥର ପରି ଏଥର ମଧ୍ୟ ଟାଇଟଲ ପାଇଁ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେଉଥିବା ବେଳେ ଆଫ୍‍ଗାନିସ୍ତାନ ଓ ହଂକଂ କିଛି ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରହିବେ।

ଏସିଆ କପ୍‍ର ଇତିହାସ

୧୯୮୪ରେ ଏହି ୟୁଏଇରେ ହିଁ ଆରମ୍ଭ ହୋଇଥିଲା ଏସିଆ କପ୍‍ କ୍ରିକେଟ। ଶାରଜାରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଭାଗ ନେଇଥିଲେ। ରାଉଣ୍ଡ ରବିନ୍‍ ଲିଗ୍‍ ଭିତ୍ତିରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ସର୍ବାଧିକ ୮ ପଏଣ୍ଟ ପାଇ ଭାରତ ଚମ୍ପିଆନ୍‍ ହୋଇଥିଲା। ସୁନୀଲ ଗାଭାସ୍କର ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦେଶକୁ ଏସିଆ କପ୍‍ ଜିତାଇଥିଲେ। ଏହାକୁ ମିଶାଇ ଅଦ୍ୟାବଧି ଏସିଆ କପ୍‍ କ୍ରିକେଟ୍‍ର ୧୩ଟି ସଂସ୍କରଣ ଖେଳା ସରିଲାଣି। ଏଥିରୁ ଭାରତ ସର୍ବାଧିକ ୬ ଥର ଚମ୍ପିଆନ୍‍ ହୋଇ ମହାଦେଶରେ ତା’ର ପ୍ରାଧାନ୍ୟ ଜାହିର କରିପାରିଛି। ତେବେ ଭାରତ ୧୨ଟି ସଂସ୍କରଣ ଖେଳିଛି। ପୂର୍ବବର୍ଷ ଶ୍ରୀଲଙ୍କାରେ ଏକ ବିବାଦୀୟ ସିରିଜ୍‍ର ପ୍ରତିବାଦ କରି ଭାରତ ୧୯୮୬ରେ ଶ୍ରୀଲଙ୍କାରେ ଆୟୋଜିତ ଏସିଆ କପ୍‍ରେ ଖେଳିନଥିଲା । ଭାରତ ୧୯୮୪, ୧୯୮୮, ୧୯୯୦–୯୧, ୧୯୯୫, ୨୦୧୦ ଓ ୨୦୧୬ରେ ଏସିଆ କପ୍‍ ଜିତିଥିଲା। ଏହା ପଛକୁ ରହିଛି ଶ୍ରୀଲଙ୍କା; ଯିଏ ୫ ଥର- ୧୯୮୬, ୧୯୯୭, ୨୦୦୪, ୨୦୦୮, ୨୦୧୪ରେ ଏସିଆ କପ୍‍ ଚମ୍ପିଆନ୍‍ ହୋଇପାରିଛି। ପାକିସ୍ତାନ ମାତ୍ର ୨ ଥର- ୨୦୦୦, ୨୦୧୨ରେ ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‍ ହୋଇଛି। ବାଂଲାଦେଶ ୨୦୧୨ ଓ ୨୦୧୬ରେ ଫାଇନାଲ ଖେଳିଥିଲେ ମଧ୍ୟ ଥରେ ହେଲେ ଏହି ଟ୍ରଫି ଜିତି ପାରିନାହିଁ। ଉପରୋକ୍ତ ୪ଟି ଦେଶକୁ ମିଶାଇ ମୋଟ ୧୧ଟି ଏସୀୟ ଦେଶ ଏହି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି।
ଭାରତ ୧୩ଟି ସଂସ୍କରଣ ମଧ୍ୟରୁ ସର୍ବାଧିକ ୬ ଥର ଚମ୍ପିଆନ୍‍ ହୋଇଥିଲେ ହେଁ ଥରେ ମାତ୍ର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ୧୯୯୦-୯୧ ଡିସେମ୍ବର-ଜାନୁୟାରୀରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଖେଳିନଥିବା ବେଳେ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ଚମ୍ପିଆନ୍‍ ହୋଇଥିଲା। ଅଦ୍ୟାବଧି ଦିନିକିଆ ଫର୍ମାଟରେ ଖେଳା ଯାଇଥିବା ୧୨ଟି ଏସିଆ କପ୍‍ ସଂସ୍କରଣରେ ସଫଳତମ ବ୍ୟାଟ୍‍ସମ୍ୟାନ୍‍ ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ଓପ୍‍ନର ସନତ ଜୟସୂରିୟା। ଏହି ବାମହାତି ସର୍ବାଧିକ ୧୨୨୦ ରନ୍‍ କରିଛନ୍ତି। ପୁଣି ବୋଲରଙ୍କ ମଧ୍ୟରେ ସର୍ବାଧିକ ୩୦ଟି ୱିକେଟ ନେଇଛନ୍ତି ଶ୍ରୀଲଙ୍କାର ଅଫ୍‍ସ୍ପିନର ମୁଥେୟା ମୁରଲୀଧରନ୍‍। ଏସିଆ କପ୍‍ରେ ଭାରତ ମୋଟ ୪୮ଟି ମ୍ୟାଚ୍‍ ଖେଳି ୩୧ଟି ଜିତିଥିବା ବେଳେ ୧୬ଟି ମ୍ୟାଚ୍‍ରେ ପରାସ୍ତ ହୋଇଛି। ଶ୍ରୀଲଙ୍କା ୫୨ଟି ମ୍ୟାଚ୍‍ ଖେଳି ୩୫ଟି ଜିତିଛି ଓ ୧୭ଟି ହାରିଛି। ୩ୟ ସଫଳ ଦଳ ପାକିସ୍ତାନ ୪୪ଟି ମ୍ୟାଚ୍‍ ଖେଳି ୨୬ଟି ଜିତିଛି ଓ ୧୭ଟିରେ ପରାସ୍ତ ହୋଇଛି। ବାଂଲାଦେଶ ୪୨ଟି ମ୍ୟାଚ୍‍ ଖେଳି ମାତ୍ର ୭ଟି ଜିତିପାରିଛି। ଏହି ୪ଟି ଦଳଙ୍କ ମଧ୍ୟରୁ ଶ୍ରୀଲଙ୍କାର ବିଜୟ ପ୍ରତିଶତ ୬୮.୬୨ ସର୍ବାଧିକ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories