www.samajalive.in
Sunday, December 7, 2025
16.1 C
Bhubaneswar

ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟର ହେବ ନବୀକରଣ, ପ୍ରତିଷ୍ଠା ହେବ ମୁଦ୍ରଣାଳୟ ସଂଗ୍ରହାଳୟ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟରେ ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଭାପତି ମୟୂରଭଞ୍ଜର ପ୍ରଜାବତ୍ସଳ ଆଦର୍ଶ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୧ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତିଚାରଣ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ସହ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ପରାମର୍ଶକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟଙ୍କ ଅନୁରୋଧ ରକ୍ଷା କରି ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ତାଙ୍କର ଷ୍ଟେଟ ମୁଦ୍ରଣାଳୟକୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତାଙ୍କ ନିକଟରେ କୃତଜ୍ଞ ବୋଲି କୁଳପତି ପ୍ରକାଶ କରିଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟ ନବୀକରଣ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି। ଏହାର ପୁନଃରୁଦ୍ଧାର କରାଯାଇ ନୂତନ ରୂପ ଦିଆଯିବ ଏବଂ ଏହି ନବୀକରଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପନ୍ନ ହେବ ବୋଲି କୁଳପତି କହିଥିଲେ।

କାର୍ଯ୍ୟକ୍ରମରେ କୁଳସଚିବ ଡ.ଅଭୟ କୁମାର ନାୟକ ଯୋଗଦେଇ ଧନ୍ୟବାଦ ଅର୍ପଣ କରିବା ସହିତ ଉତ୍କଳ ବିଶ୍ବବିଦ୍ୟାଳୟର ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟର ନବୀକରଣ ସହ ଏଠାରେ ଏକ ମୁଦ୍ରଣାଳୟ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରୀକ୍ଷା ନିୟନ୍ତ୍ରକ ଡ.ଶରତ କୁମାର ମାଝି ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟର ଭାରପ୍ରାପ୍ତ ଅଧିକାରୀ ଡ. ଡ.ବ୍ରଜକିଶୋର ମିଶ୍ର ଯୋଗଦେଇଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରେସ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଗିରିଜା ପ୍ରସାଦ ବେହେରା ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଉମାକାନ୍ତ ବେହେରା, ପୂର୍ବତନ ସମ୍ପାଦକ ଉନ୍ଦ୍ରେ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories