www.samajalive.in
Wednesday, December 10, 2025
26.1 C
Bhubaneswar

ଆମାଜନରେ ୧୦ ଲକ୍ଷ ବିକ୍ରେତା ଓ ୧ ଲକ୍ଷରୁ ଅଧିକ ସ୍ଥାନୀୟ ଅଫ୍ ଲାଇନ ଷ୍ଟୋର

ବେଙ୍ଗାଲୁରୁ: ଆମାଜନ୍ ଡଟ୍ ଇନ୍‌ରେ ବିକ୍ରେତାଙ୍କ ଙ୍କସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ସମ୍ପର୍କରେ ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ୨୦୧୩ରେ ମାତ୍ର ଶହେ ଜଣ ବିକ୍ରେତାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ଭାରତବ୍ୟାପୀ ଅନ୍ ଲାଇନ୍‌ରେ ଗ୍ରାହକମାନଙ୍କର ପସନ୍ଦର ସ୍ଥାନ ପାଲଟିଛି । ଆମାଜନ ଡଟ ଇନ୍‌ରେ ଥିବା ୯୦ ପ୍ରତିଶତରୁ ଅଧିକ ବିକ୍ରେତା କ୍ଷୁଦ୍ର ଏବଂ ମଧ୍ୟମ ସ୍ଥାନୀୟ ବ୍ୟବସାୟୀ(ଏସଏମବିଏସ) । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଦେଶର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଅଛନ୍ତି । ୨୦୨୦ ଜାନୁୟାରୀ ଠାରୁ ଆମାଜନ ଡଟ ଇନ୍‌ରେ ୪.୫ ଲକ୍ଷରୁ ଅଧିକ ନୂଆ ବିକ୍ରେତା ସାମିଲ ହୋଇଛନ୍ତି । ଆମାଜନ ପକ୍ଷରୁ ବିଶାଳ ନେଟ୍‌ୱର୍କ ମାଧ୍ୟମରେ ସାହି ଓ ଗଳିକନ୍ଦିରେ ଥିବା ଏକାଧିକ ଷ୍ଟୋର ସଂଯୁକ୍ତ ହୋଇଛନ୍ତି । ସେହିପରି ଇ-କମର୍ସ ଦ୍ୱାରା ଅନ୍ ଲାଇନ୍ ବିକ୍ରି ମଧ୍ୟ ଆଶାତୀତ ଭାବରେ ବୃଦ୍ଧିପାଇଛି । ଆମାଜନ ୨୦୨୫ ସୁଦ୍ଧା ୧୦ ଲକ୍ଷ ସ୍ଥାନୀୟ ଷ୍ଟୋର ଆମାଜନ ଡଟ୍ ଇନରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖିଛି । ସେହିଭଳି ଆମାଜନ ଇଜିଷ୍ଟୋର ସଂଖ୍ୟା ୨୦୨୧ ଶେଷସୁଦ୍ଧା ୧ ଲକ୍ଷ ଅତିକ୍ରମ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ଆମାଜନ ଇଣ୍ଡିଆର ଉପ ସଭାପତି ମନିଷ ତିୱାରୀ କହିଛନ୍ତି, ଦେଶରେ ଆମାଜନର କ୍ଷୁଦ୍ର ସ୍ଥାନୀୟ ବ୍ୟବସାୟର ସଫଳତାଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହିତ ଆଦୃତି ଲାଭ କରିପାରିଛି । ଇ-କମର୍ସ ମାଧ୍ୟମରେ ଆମାଜନର ବିଶ୍ୱସନୀୟତାବୃଦ୍ଧି ପାଉଛି । ମହାମାରୀ ସମୟରେ ଇ-କମର୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories