www.samajalive.in
Thursday, December 11, 2025
26.1 C
Bhubaneswar

ହୋଣ୍ଡା ଟୁ ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ଗୁଜରାଟରେ ଦ୍ୱିତୀୟ ପବନ ଟରବାଇନ୍ ସ୍ଥାପନ – ଉତ୍ପାଦିତ ହେବ ୪.୭ ମେଗାଓ୍ୱାଟ ବିଦ୍ୟୁତ ଶକ୍ତି

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚଏମ୍ଏସ୍ଆଇ) ପକ୍ଷରୁ ଗୁଜରାଟର ଦ୍ୱାରକା ଜିଲ୍ଲାର ଭାନ୍ବାଡ୍ ଠାରେ ଦ୍ୱିତୀୟ ଟରବାଇନ୍ ବ୍ୟବସ୍ଥାକୁ ଉଦଘାଟନ କରାଯାଇଛି । କଂପାନିର ବିଠଲ୍ପୁର କାରଖାନା ଠାରୁ ୩୫୦ କିମି ଦୂରରେ ଏହି ପ୍ଲାଂଟ୍ ଅବସ୍ଥିତ ରହିଛି । ଏହାକୁ ୧୭୬ ନିୟୁତ ଟଙ୍କା ନିବେଶରେ ସ୍ଥାପନ କରାଯାଇଛି ଯେଉଁଥିରୁ ମୋଟ ୪.୭ ମେଗାୱାଟ୍ ପବନରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେବ । କଂପାନି ଏହାର ପ୍ରଥମ ପବନ ଟରବାଇନ୍ ୟୁନିଟ୍କୁ ଗୁଜରାଟର ପଟନ୍ ଜିଲ୍ଲାର ରାଧାନ୍ପୁର୍ରେ ସ୍ଥାପନ କରାଯାଇଥିଲା ।

- Advertisement -

ଏଚ୍ଏମ୍ଏସ୍ଆଇର ହରିୟାଣାରେ ଥିବା ମାନେସର୍, ରାଜସ୍ଥାନର ଟାପୁକାରା, କର୍ଣ୍ଣାଟକର ନର୍ସାପୁର୍ ଓ ଗୁଜରାଟର ବିଠଲ୍ପୁରରେ ଥିବା ଚାରି କାରଖାନାର ୫୦%ରୁ ଅଧିକ ଶକ୍ତି ଆବଶ୍ୟକତାକୁ ଏବେ ଅକ୍ଷୟ ଶକ୍ତି ଉତ୍ସରୁ ପୂରଣ କରିପାରିବ ।

ନୂଆ ୟୁନିଟ୍ର ଉଦଘାଟନ ଅବସରରେ ଆତ୍ସୁସି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ କହିଛନ୍ତି ଯେ, “ସାମଜ ପ୍ରତି ଦାୟିତ୍ୱବଦ୍ଧତା ବିଷୟରେ କଂପାନି ଅବଗତ ଥିବା ବେଳେ ଏବେ ଓ ଭବିଷ୍ୟତରେ ହୋଣ୍ଡାରେ ଆମ ପାଇଁ ଗୁରୁତ୍ୱର ବିଷୟ ହେଉଛି ଶକ୍ତି ସୁରକ୍ଷା । ତାପଜ ବିଦୁ୍ୟତ୍ ଉପଯୋଗିତାକୁ ହ୍ରାସ କରିବା ସହ ୨୦୫୦ ସୁଦ୍ଧା କାର୍ବନ୍ ନୁ୍ୟଟ୍ରାଲ୍ ପାଇଁ ହୋଣ୍ଡା ପକ୍ଷରୁ ପରିବେଶକୁ ନେଇ ଥିବା ଦୀର୍ଘମିଆଦୀ ଲକ୍ଷ୍ୟକୁ ହାସଲ କରିବାର ଆଉ ଟିକେ ନିକଟତର ହୋଇଛି ଏଚ୍ଏମ୍ଏସ୍ଆଇ । ଆମ ଉତ୍ପାଦ ଓ ବ୍ୟବସାୟ କାର୍ଯ୍ୟକଳାପ ରେ ପରିବେଶ ଉପରେ ରହୁଥିବା ପ୍ରଭାବ ହ୍ରାସ କରିବା ଦିଗରେ ଗୁଜରାଟରେ ଆମର ଦ୍ୱିତୀୟ ପବନ ଟରବାଇନ୍ ଆଉ ଏକ ପଦକ୍ଷେପ । ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଆମର ଉଦ୍ୟମ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ ।’’
ଅକ୍ଷୟ ଶକ୍ତି ପ୍ରତି ନିଜର ଉଦ୍ୟମକୁ ଆହୁରି ବ୍ୟାପକ କରି ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ନିରନ୍ତର ଭାବେ ଶକ୍ତି ଉତ୍ପାଦନ ଲାଗି ନିରନ୍ତର ସମ୍ବଳରେ ନିବେଶ କରାଯାଉଛି । ବର୍ଷକୁ ୬୬ ମେଗାୱାଟ୍ ଶକ୍ତି ଉତ୍ପାଦନ କରି ଏଚ୍ଏମ୍ଏସ୍ଆଇ ଏହାର ଉତ୍ପାଦନ କାରଖାନାଗୁଡ଼ିକର ଅକ୍ଷୟ ଶକ୍ତି ଆବଶ୍ୟକତାକୁ ପୂରଣ କରୁଛି । ୨୦୨୦-୨୧ରେ ଏଚ୍ଏମ୍ଏସ୍ଆଇ ପକ୍ଷରୁ ଅକ୍ଷୟ ଶକ୍ତି ଉତ୍ସରୁ ୭୭ ନିୟୁତ କିଲୋୱାଟ୍ ର ୟୁନିଟ୍ ବିଦୁ୍ୟତ୍ ଶକ୍ତି ଉତ୍ପାଦନ କରାଯାଇଥିଲା ଯାହା ଫଳରେ ୫୫,୦୦୦ ମେଟ୍ରିକ୍ ଟନ୍ରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନକୁ ହ୍ରାସ କରାଯାଇପାରିଛି ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories