www.samajalive.in
Tuesday, December 9, 2025
17.1 C
Bhubaneswar

ଶୀତଦିନ ପାଇଁ ସରଳ ଉପାୟ

ଶୀତଦିନେ ତ୍ୱଚା ପାଇଁ କଫିର ବ୍ୟବହାର ଖୁବ ହିତକାରକ। କଫିରେ ଏକ ଚାମଚ ନଡ଼ିଆ ତେଲରେ ମିଶାଇ ଏହାକୁ ଗରମ କରନ୍ତୁ। କଫି ତରଳିବାପରେ ଆଞ୍ଚରୁ କାଢି ଏହାକୁ ଥଣ୍ଡା କରି ମୁହଁରେ ଓ ନିଜ ଇଚ୍ଛା ମୁତାବକ ହାତ ଓ ଗୋଡ଼ରେ ଲଗାଇ ପାରିବେ। ଏହାକୁ ଲଗାଇ କିଛି ସମୟ ରଖିବା ପରେ କଫି ଶୁଖିଯିବ ଓ ତେଲ ଅଂଶ ତ୍ୱଚା ମଧ୍ୟକୁ ପ୍ରବେଶ କରିବ। କଫି ଶୁଖିଗଲେ ସାମାନ୍ୟ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ଉପାୟ ସପ୍ତାହକୁ ଥରେ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଶୀତଦିନେ ଅଧିକାଂଶ ଲୋକେ ପୁରୀ , ପରଟା ଆଦି ଖାଇବାକୁ ବେଶ ପସନ୍ଦ କରନ୍ତି। ଏହା ମୋଟାପଣ ବୃଦ୍ଧି କରିଥାଏ। ତେଣୁ ଦହିରେ ପୁରୀ ଓ ପରଟା ଖାଇବା ଦ୍ୱାରା ଏହା ମୋଟାପଣ ବୃଦ୍ଧି ହେବାକୁ ଦେଇନଥାଏ।
– ଶୀତ ଦିନେ ସାଧାରଣତଃ କେତେକ ଖାଦ୍ୟର ସେବନ ଦ୍ୱାରା ପାଚନ ତନ୍ତ୍ର ଧିରେ କାର୍ୟ୍ୟ କରିଥାଏ। ଯାଦ୍ୱାରା ଏସିଡ଼ିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ଦହିର ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
– ଦହିରେ ବହୁ ପ୍ରକାରର ଉତ୍ତମ ବ୍ୟାକ୍ଟେରିଆ ମଧ୍ୟ ରହିଛନ୍ତି। ଯାହା ଶରୀରକୁ ବହୁ ସଂକ୍ରମଣରୁ ରକ୍ଷା କରିଥାଏ।
– ଦହିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
– ଏଥିରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଛି। ଯାହା ହାଡ଼କୁ ସୁସ୍ଥ ଓ ମଜଭୂତ ରଖିଥାଏ।
– ମଧୁମେହ ରୋଗୀ ମଧ୍ୟ ଅଳ୍ପ ମାତ୍ରାରେ ଦହିର ସେବନ କରିବା ଲାଭଦାୟକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories