www.samajalive.in
Monday, December 8, 2025
27.1 C
Bhubaneswar

ଅନାମସ୍ନେହ ପରିବାର ପ୍ରୟାଗରାଜର ଅଂଶୁପା ପରିଦର୍ଶନ

ବାଙ୍କୀ : ସୋମବାର ଦିନ ସକାଳେ ଏକ ସ୍ୱତନ୍ତ୍ର ପରିଭ୍ରମଣକାରୀ ଟିମ୍ ଅଂଶୁପା ପରିଦର୍ଶନରେ ଆସି ବିମୋହିତ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ସରଣ୍ଡାଗଡ ପାଦଦେଶରେ ଅବସ୍ଥିତ ପ୍ରାକୃତିକ ଶୋଭାରାଜିରେ ବିମଣ୍ଡିତ ଅପରୂପା ଅଂଶୁପାର ସୈାନ୍ଦର୍ଯ୍ୟରେ ବିମୁଗ୍ଧ ପର୍ଯ୍ୟଟକ। ସୂଚନା ଅନୁଯାଇ ସକାଳୁ ଅଂଶୁପା ପରିଦର୍ଶନରେ ଆସିଥିବା ଆହ୍ଲାବାଦର ପ୍ରୟାଗରାଜ ଅନାମସ୍ନେହ ପରିବାରର ୬୦ ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ବହୁ ଦିବ୍ୟାଙ୍ଗ ମାନେ ଅଂଶୁପା ପରିଦର୍ଶନରେ ଉଲ୍ଲସିତ ହୋଇଥିବା ଦେଖିବାକୁ ମିଳିଛି। ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ଏହି ଅନାମ ସ୍ନେହ ପରିବାରର ଦିବ୍ୟାଙ୍ଗ ସଦସ୍ୟ ମାନଙ୍କ ସହିତ ବରିଷ୍ଠ ସମାଜସେବୀ ଓ ପଦାଧିକାରୀ ଅଂଶୁପାର ଶୋଭାରାଜି ସମ୍ପର୍କରେ ଆଲୋଚନା କରିଛନ୍ତି।

ଏଠିକାର ଶୀତଳ ଜଳରାଶିରେ ନୈାକାବିହାର ବେଶ୍ ନିଆରା ଓ ଅନନ୍ୟ ବୋଲି ଅନୁଭବ କରିଥିବା କହିଛନ୍ତି। ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ତଥା ସମାଜ ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଭାସ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅତିଥି ପର୍ଯ୍ୟଟକ ମାନେ ପରିଭ୍ରମଣ କରିଛନ୍ତି। ସମାଜ ରିଲିଫ ସଂଗଠନର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ଉପସ୍ଥିତ ରହି ପରିଭ୍ରମଣ ପରିଚାଳନାରେ ସହଯୋଗ କରିଥିଲେ। ବ୍ରହ୍ମପ୍ରକାଶ ଲୋକ ସେବକ ପ୍ରୟାଗରାଜର ସମ୍ପାଦକ ଶ୍ରୀନାରାୟଣ ଯାଦବ,ସୁବାଷ ରାଠିର,ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଶିବ ସ୍ୱେବେକ ସିଂହ ପ୍ରମୁଖଙ୍କ ନେତୃତ୍ୱରେ ରାଜ୍ୟ ବାହାରୁ ଦିବ୍ୟାଙ୍ଗ ମାନେ ପରିଭ୍ରମଣରେ ଆସିଥିଲେ। ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଅଂଶୁପାର ପ୍ରକୃତି ଉଦ୍ୟାନ,ଶୀତଳ ମଧୁର ଜଳ,ନୈାକା ବିହାରର ସୁବିଧା ଓ ବ୍ୟବସ୍ଥା,ସ୍ଥାନୀୟ ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଔପଚାରିକ ବ୍ୟବହାରରେ ଅନାମସ୍ନେହ ପରିବାରର ସଦସ୍ୟ ମାନଙ୍କ ସହିତ ଆସିଥିବା ପରିଦର୍ଶକ ମାନେ ମନୋରମ ଅନୁଭବରେ ଆନନ୍ଦ ଉଲ୍ଲାସ ପ୍ରକାଶ କରିଥିବା ଜଣାପଡିଛି। ଏହି ଭ୍ରମଣର ସୁବିଧା ବାହାର ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ସନ୍ଦେଶ ଓ ଅଂଶୁପା ପରିଭ୍ରମଣର ମନୋରମ ଅନୁଭୂତି ପ୍ରସାର କରିବା ଦିଗରେ ସହାୟ ହେବ ବୋଲି ଦାୟିତ୍ୱରେ ଥିବା ଚିଲ୍ଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories