ପାଟଣା : ହଙ୍ଗର ପ୍ରକଳ୍ପ ପକ୍ଷରୁ ରବିବାର ପାଟଣା ବ୍ଲକ ଅନ୍ତର୍ଗତ ଜଡିଚାତର ଓ ଡିଆନାଳୀ ଗ୍ରାମରେ ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କ ସହଭାଗୀତା ପାଇଁ ସଚେତନତା ପାଲା ଅନୁଷ୍ଠିତ ହୋଇ ଯାଇଛି । ‘ଘର ଚଳାଉଛି ଯେଉଁ ମହିଳା- ପଞ୍ଚାୟତ ଶାସନେ ନହେବ ହେଳା’ ଶୀର୍ଷକ ସଚେତନତା ପାଲା ଗାୟକ ନିରଞ୍ଜନ ମହାକୁଡ଼ ଓ ତାଙ୍କ ସାଥୀଙ୍କ ଦ୍ୱାରା ଉଭୟ ଗ୍ରାମରେ ପରିବେଷଣ କରାଯାଇଥିଲା । ପାଲା ମାଧ୍ୟମରେ ରାଜନୀତିରେ ଅଂଶ ଗ୍ରହଣ କରିବା ମହିଳା ମାନଙ୍କ ଅଧିକାର ଠାରୁ ଆରମ୍ଭ କରି ବୁଥ ପ୍ରତିନିଧିରୁ ନିର୍ବାଚିତ ପ୍ରତିନିଧି ହେବାପାଇଁ ମହିଳା ମାନଙ୍କର ସହଭାଗୀତା କିପରି ରହିବ ସେ ବିଷୟରେ ବାର୍ତ୍ତା ଦିଆଯାଇଥିଲା। ହଙ୍ଗର ପ୍ରକଳ୍ପର ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ପ୍ରତାକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଯୋଗ ଦେଇଥିଲେ। ଜଡିଚାତର ଗ୍ରାମର ଅଙ୍ଗନବାଡି କର୍ମୀ ଯାତ୍ରୀ ନାଏକ ଓ ତପସ୍ୱିନୀ ନାଏକ, ଆଶା କର୍ମୀ ମଙ୍ଗୁଳି ନାଏକଙ୍କ ସହ ଜଡିଚାତର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ସେହିପରି ଡିଆନାଳୀ ଗ୍ରାମରେ ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଏରେଣ୍ଡେଇ ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିରେଖା ମହାନ୍ତ, ଗ୍ରାମ ରୋଜଗାର ସେବକ ତ୍ରିନାଥ ମହାନ୍ତ, ଜମ୍ବୁ ନାଏକଙ୍କ ସହ ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Popular Categories



