www.samajalive.in
Saturday, December 6, 2025
26.1 C
Bhubaneswar

‘ହ୍ୱାଟସ୍‌ଆପ୍‌ ଫ୍ରଡ୍‌’: ହେଲୋ ମମ୍‌ ଏବଂ ହେଲୋ ଡାଡ୍‌ ପରି ମେସେଜ୍‌କୁ ସାବଧାନ୍‌ – ଏପରି କରୁଛନ୍ତି ଠକେଇ

ହ୍ୱାଟସ୍‌ ଆପ୍‌ରେ ବିଭିନ୍ନ ଅଦରକାରୀ ମେସେଜ୍‌ ଆସିଥାଏ । ବେଳେ ବେଳେ ଆପଣ ଜାଣି ନଥିବା ଗ୍ରୁପ୍‌ର ଆପଣମାନଙ୍କୁ ସାମିଲ୍‌ କରାଯାଇଥାଏ । ଏପରିକି ମିଛରେ ଟଙ୍କା ଜିତିଛନ୍ତି , କି ଆପଣ କିଣିଥିବା ଜିନିଷର ଓ୍ୱାରେଣ୍ଟି ବୃଦ୍ଧି କରାଯିବ ଏପରି ମେସେଜ୍‌ ମଧ୍ୟ ଆସିଥାଏ । ବିଭିନ୍ନ ଠକ ସଂସ୍ଥା ଏପରି କରିଥାଆନ୍ତି । କଲ୍‌ ସେଣ୍ଟରେ ଯୁବକ ଯୁବତୀମାନଙ୍କୁ ଚାକିରି ଦେଇ ମିଛି କଲ୍‌ ମାଧ୍ୟମରେ ଲୋକଙ୍କୁ ଠକିବା ପାଇଁ ତାଲିମ ଦିଆଯାଉଛି । ଏବେ ହ୍ୱାୟସ୍‌ଆପ୍‌ ହେଲୋ ମମ୍‌ ଏବଂ ହେଲୋ ଡାଡ୍‌ ପରି ମିଛ ମେସେଜ୍‌ ଆସୁଛି ।

ସାଇବର୍‌ ଫ୍ରଡ୍‌ ବା ଠକମାନେ ଏବେ ବିଭିନ୍ନ ଉପାୟ ଆପଣେଇଛନ୍ତି। ଲୋକଙ୍କୁ କିପରି ଠକି ହେବ ସେ ନେଇ ନୂଆ ନୂଆ ତରକାରେ ଠକିବା ପାଇଁ ଚେଷ୍ଟା କରୁଛନ୍ତି। ପୂର୍ବରୁ ଫୋନ୍‌ କଲ୍‌ ଇମେଲ୍‌ ଏବଂ ମେସେଜ୍‌ ବେଳେ ଏବେ ହ୍ୱାଟସ୍‌ଆପ୍‌କୁ ହତିଆର କରିଛନ୍ତି। ଦୁନିଆଁରେ ଇଣ୍ଟରନେଟ୍‌ର ବ୍ୟବହାର ବଢିବାରେ ଲାଗିଥିବା ବେଳେ ଠକମାନଙ୍କ ଉପଦ୍ରବ ବୃଦ୍ଧି ପାଇଛି ।ସାଇବର ଠକାମୀ ସେହି ପରିମାଣରେ ବୃଦ୍ଧି ପାଇଛି । ଏବେ ହ୍ୱାଟସ୍‌ଆପ୍‌ ଫ୍ରଡ୍‌ କୁ ଅନେକ ଠକ ବ୍ୟବହାର କରୁଛନ୍ତି ।

- Advertisement -

ହେଲୋ ମମ୍‌ ଏବଂ ହେଲୋ ଡାଡ୍‌ ସ୍କାମ୍‌ ଏବେ ସାମ୍ନାକୁ ଆସିଛି । ଏପରି ମେସଜ୍‌ ପଠାଇବା ସହ ଏକ ଏସ୍‌ଓଏସ୍‌ ମେସେଜ୍‌ ପଠାଉଛନ୍ତି । ପରେ ଆପଣଙ୍କ ପୁଅ କି ଝିଅ ଅସୁବିଧାରେ ଅଛି କି ଅନ୍ୟ କିଛି ଉପାୟ ଅବଲମ୍ବନ କରି ଟଙ୍କା ମାଗୁଛନ୍ତି ।ସେମାନେ ପଠାଇଥିବା କ୍ୟୁଆର୍‌ କୋଡ୍‌ ସ୍କାନ୍‌ କିମ୍ବା ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ ।

ଇଂଲଣ୍ଡରେ ଏହି ସ୍କାମ୍‌ ଚଳାଇ ପ୍ରାୟ ୫୦ ହଜାର ପାଉଣ୍ଡ ବା ୫୦ ଲକ୍ଷଟଙ୍କା ଠକେଇ ହୋଇ ସାରିଲାଣି । ଭାରତରେ ମଧ୍ୟ ଏହି ପରି ଠକେଇ ଆରମ୍ଭ ହେଲାଣି । ପୂର୍ବରୁ ଫେସ୍‌ବୁକ୍‌ ମିଛ ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବା ବେଳେ ଏବେ ହ୍ୱାଟସ୍‌ଆପ୍‌ରେ ଠକମାନେ ସକ୍ରିୟ ହୋଇଛନ୍ତି । କାହାର ମେସେଜ୍‌କୁ ବିଶ୍ୱାସ କରି ଆଖିବନ୍ଦ କରି ଟଙ୍କା ପଠାନ୍ତୁ ନାହିଁ ।ପ୍ରଥମେ ଫୋନ୍‌ କରି ଆପଣ ସେ ବ୍ୟକ୍ତି ବିଷୟରେ ବୁଝନ୍ତୁ ତାପରେ କୌଣସି ନିଷ୍ପତ୍ତି ନିଅନ୍ତୁ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories