www.samajalive.in
Wednesday, December 10, 2025
18.1 C
Bhubaneswar

ଜିନ୍ଦଲ ଷ୍ଟେନଲେସ ଯାଜପୁର ପ୍ରକଳ୍ପର ଉତ୍ପାଦନ କ୍ଷମତା ୨.୧ ନିୟୁତ ଟନକୁ ବୃଦ୍ଧିପାଇବ

ଭୁବନେଶ୍ୱର: ରାଜ୍ୟର ଯାଜପୁର ଜିଲାରେ ଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ)ର ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କ୍ଷମତା ସମ୍ପ୍ରତି ବାର୍ଷିକ ୧.୧ ନିୟୁତ ଟନ ଥିବାବେଳେ ତାହା ବାର୍ଷିକ ୨.୧ ନିୟୁତ ଟନକୁ ବୃଦ୍ଧି କରାଯାଉଛି । ଯାଜପୁର ଜିଲା ଉତ୍ପାଦନ ପ୍ରକଳ୍ପର ସମ୍ପ୍ରସାରଣ ଯୋଜନାର ଅଂଶସ୍ୱରୂପ ଜେଏସଏଲ ୟୁରୋପରୁ ଯନ୍ତ୍ରପାତି ଆମଦାନୀ କରୁଛି । ଏହି କ୍ଷମତା ସମ୍ପ୍ରସାରଣର ଅଂଶ ଭାବରେ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ ଓ କାଷ୍ଟିଂର ଏକ ନୂଆ ବ୍ୟବସ୍ଥା ରହିଛି । ଏଥିସହିତ ଏକ ନୂଆ କମ୍ବୋ ଲାଇନ- ଅଥବା ପ୍ରତ୍ୟକ୍ଷ ରୋଲିଂ, ଆନିଲିଂ ଏବଂ ପିକିଂ ଲାଇନ ମଧ୍ୟ କୋଲ୍ଡ ରୋଲିଂ କ୍ଷମତା ବୃଦ୍ଧି ନିମନ୍ତେ ସ୍ଥାପନ କରାଯିବ । ଏହି ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ)କୁ ଉତ୍ପାଦ ଓ ସେବା ଯୋଗାଇଦେବା ସକାଶେ ଅଷ୍ଟ୍ରିଆ କମ୍ପାନୀସମୂହ ପ୍ରାଇମେଟାଲ୍ସ ଟେକନୋଲୋଜିସ ଅଷ୍ଟ୍ରିଆ ଜିଏମବିଏଚ ଏବଂ ଆଣ୍ଡ୍ରିଜ ଏକ୍ସିକୁ ୮୨ ନିୟୁତ ଆମେରିକୀୟ ଡଲାର ପାଣ୍ଠି ସହାୟତା ଯୋଗାଇ ଦେଉଛି । ଏ ସମ୍ପର୍କରେ ପ୍ରକାଶ କରି ଜେଏସଏଲର ଗ୍ରୁପ୍‍ ସିଏଫଓ ଅନୁରାଗ ମନ୍ତ୍ରୀ କହିଛନ୍ତି, କମ୍ପାନୀର ଅଭିବୃଦ୍ଧି ପାଇଁ ମୂଳଧନ ନିବେଶ ସକାଶେ ଏଭଳି ଦୀର୍ଘାବଧି ପାଣ୍ଠି ଯୋଗାଣ ଷ୍ଟେନଲେସ ବ୍ୟବସାୟ କ୍ଷେତ୍ରରେ ନିବେଶକଙ୍କର ଆସ୍ଥା ଏବଂ ଜିନ୍ଦଲ ଷ୍ଟେନଲେସର ଋଣ କରିବା ନେଇ ବର୍ଦ୍ଧିତ ଯୋଗ୍ୟତାକୁ ପ୍ରତିପାତିତ କରୁଛି । ଏହି ପାଣ୍ଠି ଯୋଗାଣ ସ୍ୱଦେଶୀ ଅଭିବୃଦ୍ଧିକୁ ଆଗକୁ ବଢାଇବା ଏବଂ ସ୍ଥାନୀୟ ନିଯୁକ୍ତିକୁ ଉତ୍ସାହିତ କରିବା ଦିଗରେ ଉଭୟ ପକ୍ଷ ପାଇଁ ଏକ ସମ ପରିମାଣର ସୁଯୋଗ ଆଣିଛି । ସୂଚନାଯୋଗ୍ୟ ଯେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଭାରତରେ ଷ୍ଟେନଲେସ ଷ୍ଟିଲର ସର୍ବବୃହତ ଉତ୍ପାଦନକାରୀ ହୋଇଛି । ଓଡ଼ିଶାରେ ଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡର ସର୍ବାଧୁନିକ ପ୍ରକଳ୍ପରେ ଫେରୋ-ଆଲଏ ଉତ୍ପାଦନ ସୁବିଧା, ବିଶ୍ୱ ଶ୍ରେଣୀର ପ୍ରଯୁକ୍ତି ଏବଂ ନିଜସ୍ୱ ଶକ୍ତି ଉତ୍ପାଦନ ବ୍ୟବସ୍ଥା ରହିଛି ଏବଂ ଏହାର ଉତ୍ପାଦନ କ୍ଷମତା ପରିଶେଷରେ ବାର୍ଷିକ ୩.୨ ନିୟୁତ ଟନ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କ୍ଷମତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories