www.samajalive.in
Saturday, December 6, 2025
26.1 C
Bhubaneswar

ମଙ୍ଗଳବାର ପାଇଁ କିଛି ସରଳ ଉପାୟ

ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ପୂଜା କଲେ ବିଶେଷ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ପ୍ରଭୁଙ୍କୁ ପୂଜା କରିବାର କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ……..
ଲାଲ ଓ ହଳଦିଆ ରଙ୍ଗରର ଫୁଲ ପ୍ରଭୁଙ୍କର ଖୁବ ପ୍ରିୟ। ତେଣୁ ପ୍ରଭୁଙ୍କୁ ଏହି ରଙ୍ଗର ଫୁଲ ଅର୍ପଣ କରନ୍ତୁ।
ପ୍ରଭୁଙ୍କ ମନ୍ଦିରରେ ଲାଲ ରଙ୍ଗର ନୂତନ ପତାକା ଅର୍ପଣ କରନ୍ତୁ।
ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ପ୍ରଭୁଙ୍କ ପୂଜାରେ ସିନ୍ଦୂରର ପ୍ରୟୋଗ କରନ୍ତୁ।
ପ୍ରଭୁ ଶ୍ରୀରାମଙ୍କ ନାମର ଜପ କରିବା ଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ପ୍ରତି ଶନିବାର ଓ ମଙ୍ଗଳବାର ପ୍ରଭୁଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ବୁନ୍ଦି ଲଡ଼ୁ ଭୋଗ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
ଶନିବାର ଓ ମଙ୍ଗଳବାର କେଶ, ନଖ କାଟନ୍ତୁ ନାହିଁ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ସମ୍ମୁଖରେ ବସି ରାମ ନାମଙ୍କର ୧୦୮ ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନ ସମ୍ମୁଖରେ ସୋରିଷ ତେଲର ଦୀପ ଲଗାନ୍ତୁ। ହନୁମାନ ଚାଳିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଓଁ ହଂ ହନୁମନ୍ତେ ନମଃ, ମନ୍ତ୍ରର ଜପ କରିବା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାଆନ୍ତି।
ସମସ୍ତ ଦୁଃଖରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ପୂଜା କରିବା ସମୟରେ ସିନ୍ଦୂର ଅର୍ପଣ କରନ୍ତୁ।
ଧନ ବୃଦ୍ଧି ପାଇଁ ମଙ୍ଗଳବାର ସକାଳେ ବରଗଛର ଏକ ପତ୍ରକୁ ଆଣି ଗଙ୍ଗା ଜଳରେ ଧୋଇ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ।
କର୍ମକ୍ଷେତ୍ରରେ ଅଥବା ଚାକିରି ପାଇଁ ବାଧା ସୃଷ୍ଟି ହେଉଥିଲେ ପ୍ରତି ମଙ୍ଗଳବାର ପ୍ରଭୁଙ୍କୁ ପାନ ବିଡ଼ା ଅର୍ପଣ କରନ୍ତୁ। ଏହି ସମସ୍ୟା ଦୂର ହେବ।
ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରଭୁ ହନୁମାନଙ୍କୁ ଗୋଲାଫୁଲର ମାଳା ଚଢାନ୍ତୁ। ଏହି ଉପାୟ ଦ୍ୱାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ।
ମଙ୍ଗଳବାର ଦିନ ବ୍ରତ ରଖିବା ସହ ସନ୍ଧ୍ୟା ସମୟରେ ବୁନ୍ଦିର ଲଡ଼ୁ ଭୋଗ କରି ଏହାକୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ।
ପ୍ରଭୁ ହନୁମାନଙ୍କ ଚରଣରେ ଫିଟିକିରି ଅର୍ପଣ କରିବା ଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ।
ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ରାମରକ୍ଷାସ୍ତୋତ୍ର ପାଠ କରନ୍ତୁ। କରଜ ଜନିତ ସମସ୍ୟାରୁ ମୁକ୍ତି ମିଳିବ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories