www.samajalive.in
Wednesday, December 10, 2025
26.1 C
Bhubaneswar

ଟଳିଲା ବିପଦ! ଦୁର୍ବଳ ହେଉଛି ବାତ୍ୟା  ଜୱାଦ, ଲଘୁଚାପରେ ପରିଣତ ହେବା ନେଇ ଅନ୍ତର୍ଜାତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ବର – ଏବେ ବାତ୍ୟା ଜୱାଦ ଦୁର୍ବଳ ହେବାରେ ଲାଗିଛି ।  ସ୍ଥଳଭାଗରେ ପହଞ୍ଚିବା ବେଳକୁ ଏହା ଲଘୁଚାପରେ ପରିଣତ ହେବ । ଧୀରେ ଧୀରେ ଏହା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେଉଛି ବୋଲି ୟୁଏସ୍ ନ୍ୟାଭିର ପାଣିପାଗ ଆକଳନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶନିବାର ମଧ୍ୟାହ୍ନ ସମୟରେ ଏହା ବିଶାଖାପାଟଣାଠାରୁ ୩୫୫ କିଲୋମିଟର ଦୂୀପରେ ଥିବା ବେଳେ ଅବପାତରେ  ପରିଣତ ହୋଇଥିଲା । ଥଣ୍ଡା ପାଗ ସହ  ପବନର ବାତ୍ୟା ପ୍ରତିକୂଳ ପ୍ରଭାବ ଯୋଗୁଁ ଏହା ଦୁର୍ବଳ ହୋଇଛି । ଓଡ଼ିଶା ଉପକୂଳରେ ପହଞ୍ଚିବା ବେଳେକୁ ଏହା ଲଘୁଚାପରେ ପରିଣତ ହୋଇ ସାରିଥିବା । ଏହାସହ ପବନର ବେଗ ହ୍ରାସ ପାଇବ । ଏଥିଯୋଗୁଁ ବିଭିନ୍ନ ସ୍ଥାନରେ  ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

NCEP, ACCESS-G3, JTWC ଏବଂ  INCOISର ସଦ୍ୟତମ ତଥ୍ୟ ଅନୁସାରେ ସ୍ଥଳ ଭାଗ ଛୁଇଁବା ବେଳେକୁ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର କିମ୍ବା ଏହାଠାରୁ କମ୍ ହୋଇପାରେ । ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା କମ୍ ତେବେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।  ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ସହ ଅନ୍ୟ କେତକ ବିଭାଗ ପକ୍ଷରୁ ବାତ୍ୟା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିଲା । ମାତ୍ର ବାତ୍ୟା ପ୍ରତିକୂଳ ପାଗ ଯୋଗୁଁ ଏହା ଏବେ ଦୂର୍ବଳ ହେଉଛି ।

- Advertisement -

ତେବେ  ଓଡ଼ିଶାରେ ସତର୍କତା ଅବଲମ୍ବନ କରାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅନୁସାରେ ଆସନ୍ତା କାଲି ମଧ୍ୟାହ୍ନରେ ବାତ୍ୟା ଜୱାଦ ପୁରୀ ଉପକୂଳରେ ପହଞ୍ଚିବ। ଏ ସମ୍ପର୍କରେ ଏସଆରସି ପ୍ରଦୀପ ଜେନାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ ଜୱାଦ ପୁରୀ ଉପକୂଳରେ ପହଞ୍ଚିବା ସହ ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ପବନର ବେଗ ୬୦/୭୦ କିମି ରହିବ ।ପୁରୀରେ ପହଞ୍ଚିବା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଉଛି। ପୁରୀ ଛୁଇଁବା ବେଳକୁ ପବନର ବେଗ ୬୦/୭୦ କିମି ରହିପାରେ। ଗଞ୍ଜାମ,ପୁରୀ,ଜଗତସିଂହପୁର, ଖୋର୍ଦ୍ଧାରେ ଅତିପ୍ରବଳ ବର୍ଷା ହୋଇପାରେ। ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତି ହେବା ଆଶଙ୍କା କମ। ତେବେ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଧାନ ଏବଂ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପବନର ବେଗ କମିବାରୁ ସ୍ଥାନାନ୍ତରଣ କରାଯିବା ଆବଶ୍ୟକ ହେବ ନାହିଁ। ମାତ୍ର ଦେଢ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ବୋଲି ଏସଆରସି କହିଛନ୍ତି।

ମାତ୍ର ଦେଢ ଫୁଟ/୨ଫୁଟ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିପାରେ। ଆଜି ଯାହା ଜୁଆର ରହିଛି,ଆସନ୍ତାକାଲି ଆଉ ଅଧ ମିଟର ଜୁଆର ଉଚ୍ଚକୁ ବଢିବ। ପ୍ରଭାବିତ ଜିଲାରେ ୩ ଶହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନିଆଯାଇଛି। ପବନ କମିଲେ ମଧ୍ୟ ବର୍ଷା ହେବ, ପବନରେ ଛୋଟ ଛୋଟ ଗଛ ଉପୁଡିପାରେ। ବର୍ଷା ,ପବନ ସମୟରେ ବାହାରକୁ ନବାହାରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ବାତ୍ୟା ପ୍ରଭାବ ଶେଷ ପରେ ଫସଲ କ୍ଷତି ଆକଳନ କରାଯିବ। ବିଶେଷ କରି ଫସଲ ଅମଳ ସମୟ ଥିବାରୁ ତୁରନ୍ତ କ୍ଷତି ଆକଳନ କରାଯିବ। ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories