www.samajalive.in
Monday, December 8, 2025
27.1 C
Bhubaneswar

ମାଡ଼ି ଆସୁଛି ଫ୍ଲୋରେନ୍ସ ଝଡ଼

ୱାଶିଂଟନ : ଆମେରିକାର ପଶ୍ଚିମ ପଟ ଆଟଲାଣ୍ଟିକ୍‍ ମହାସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହୋଇଛି। ଏହି ଝଡ଼ର ନାମ ଫ୍ଲୋରେନ୍ସ ରଖାଯାଇଛି। ଗୁରୁବାର ରାତିରେ କିମ୍ବା ଶୁକ୍ରବାର ସକାଳେ ଏହା ଆମେରିକାର ଦକ୍ଷିଣ-ପଶ୍ଚିମ ଭୂଖଣ୍ଡକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ଏହି ସାମୁଦ୍ରିକ ଝଡ଼ ଘଣ୍ଟାକୁ ୭୫ କିଲୋମିଟର ବେଗରେ ଗତି କରୁଛି। ସୋମବାର ରାତି ସୁଦ୍ଧା ଫ୍ଲୋରେନ୍ସ ଆମେରିକା ଭୂଭାଗଠାରୁ ୭୫୦ କିଲୋମିଟର ଦୂରରେ ଥିଲା। ଆଟଲାଣ୍ଟିକ ମହାସାଗରରେ ବରମୁଡ଼ା ଟ୍ରାଙ୍ଗେଲର ଦକ୍ଷିଣ-ପୂର୍ବରେ ଅତିକ୍ରାନ୍ତ କରି ଏହା ଆମେରିକା ଭୂଭାଗକୁ ଛୁଇଁବ। ସେତେବେଳକୁ ସାମୁଦ୍ରିକ ଝଡ଼ ଅଧିକ ଶକ୍ତିଶାଳୀ ଓ ଭୟଙ୍କର ହୋଇଯାଇଥିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଫ୍ଲୋରେନ୍ସ ଭୂଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ପବନ ବହିବ ଓ ମୂଷଳ ଧାରାରେ ବର୍ଷା ହେବ। ଝଡ଼ ପରିସର ମଧ୍ୟରେ ଆସିବାକୁ ଥିବା ଅଞ୍ଚଳର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି। ଦକ୍ଷିଣ କାରୋଲିନା ଗଭର୍ଣ୍ଣର ହେନେରି ମ୍ୟାକମାଷ୍ଟର ଲୋକଙ୍କ ସୁରକ୍ଷା ପାଇଁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଫ୍ଲୋରେନ୍ସ ଝଡ଼କୁ ୪ ନମ୍ବର ବିପଦ ସଂକେତ ବୋଲି ଅଭିହିତ କରାଯାଇଛି ଓ ଏହା ପରିସର ମଧ୍ୟରେ ଆସୁଥିବା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଫ୍ଲୋରେନ୍ସ ପ୍ରଭାବରେ ପଶ୍ଚିମ ଆଟଲାଣ୍ଟିକରୁ ଆରମ୍ଭ କରି ଦକ୍ଷିଣ-ପୂର୍ବ ଆମେରିକା କ୍ଷତିଗ୍ରସ୍ତ ହେବେ। ଉତ୍ତର-ଦକ୍ଷିଣ କାଲିଫର୍ଣ୍ଣିଆ, ଭର୍ଜିନିଆ ଗଭର୍ଣ୍ଣର ରାଜ୍ୟରେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଆମେରିକା ତଟରକ୍ଷୀ ବାହିନୀ ଏବଂ ନୌ ସେନାକୁ ସଜାଗ ରହିବାକୁ କୁହାଯାଇଛି। ବନ୍ୟା ପାଇଁ ସଜାଗ ରହିବାକୁ କୁହାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories