www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ଵର ୪ର୍ଥ ବୃହତ୍ତମ ବିମାନବନ୍ଦର ହେବ ଜେୱର ; ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବ ଶିଳାନ୍ୟାସ

ନୋଏଡା : ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ୫ମତମ ଅନ୍ତର୍ଜାତୀୟ ବିମାନବନ୍ଦର ଜେୱର ବିମାନବନ୍ଦରର ଶିଳାନ୍ୟାସ କରିବେ । ଏହା ଭାରତର ବୃହତ୍ତମ ବିମାନବନ୍ଦର ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ବିମାନବନ୍ଦର ହେବ । ଏହି ବିମାନବନ୍ଦର ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ହେବ । ଜେୱର ବିମାନବନ୍ଦର ଦିଲ୍ଲୀ-ଏନସିଆରର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ହେବ । ଏହି ବିମାନବନ୍ଦର ବିଶେଷ ହେବାର ଅନ୍ୟଏକ କାରଣ ହେଉଛି , ଏହା ଉତ୍ତରପ୍ରଦେଶର ୫ମତମ ଅନ୍ତର୍ଜାତୀୟ ବିମାନବନ୍ଦର ହେବ ।
ଦେଶରେ ଏଯାଏଁ ତାମିଲନାଡୁ ଏବଂ କେରଳ ଏଭଳି ରାଜ୍ୟ ଯେଉଁଥିରେ ୪-୪ ଆନ୍ତର୍ଜାତୀୟ ବିମାନବନ୍ଦର ଅଛି। ଏହାର କାର୍ୟ୍ୟ ସମାପ୍ତ ହେବା ପରେ ଉତ୍ତରପ୍ରଦେଶ ସର୍ବାଧିକ ଅନ୍ତର୍ଜାତୀୟ ବିମାନବନ୍ଦର ରାଜ୍ୟ ହେବ ।୨୦୧୨ ପର୍ୟ୍ୟନ୍ତ ରାଜ୍ୟରେ କେବଳ ୨ ଟି ଆନ୍ତର୍ଜାତୀୟ ବିମାନବନ୍ଦର ଥିଲା । ଅକ୍ଟୋବର ୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନ ପରେ କୁଶୀନଗରରେ ଅନ୍ତର୍ଜାତୀୟ ବିମାନବନ୍ଦର ଆରମ୍ଭ ହୋଇଥିବା ବେଳେ ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନବନ୍ଦର ତିଆରି ହେଉଛି, ଯେଉଁଠାରେ ଆସନ୍ତା ବର୍ଷ ସୁଦ୍ଧା ସେବା ଆରମ୍ଭ ହେବ।
ଫେବୃଆରୀ ୨୦୨୧ ରେ ଉତ୍ତରପ୍ରଦେଶ ସରକାର ଜେୱର ବିମାନବନ୍ଦର ନିର୍ମାଣ ପାଇଁ ୨,୦୦୦ କୋଟି ଟଙ୍କା ବଜେଟ୍ ଘୋଷଣା କରିଥିଲେ। ଏହାକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରାୟ ୨୯ ହଜାର ୬୫୦ କୋଟି ଖର୍ଚ୍ଚ ହୋଇପାରେ । ୫,୮୪୫ ହେକ୍ଟର ଜମିରେ ଜେୱର ବିମାନବନ୍ଦର ନିର୍ମାଣ କରାଯାଉଛି ।ଅତିକମରେ ୧୭୮ ବିମାନ ଏକାସାଙ୍ଗରେ ଏଠାରୁ ଉଡ଼ିବାରେ ସକ୍ଷମ ହେବ । ପ୍ରଥମ ପର୍ୟ୍ୟାୟରେ ଏହା ୧,୩୩୪ ହେକ୍ଟର ଜମିରେ ନିର୍ମାଣ ହେବ । ନିର୍ମାଣ କାର୍ୟ୍ୟ ୪ ଟି ପର୍ୟ୍ୟାୟରେ ଶେଷ ହେବ ।

ଏହି ବିମାନ ବନ୍ଦର ନିର୍ମାଣ ସହିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଚାପ ବହୁ ମାତ୍ରାରେ ହ୍ରାସ ପାଇବ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ବିମାନ ବନ୍ଦରର ପ୍ରଥମ ପର୍ୟ୍ୟାୟ ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।ପ୍ରଥମ ପର୍ୟ୍ୟାୟ ନିର୍ମାଣ ଶେଷ ହେବା ପରେ ଏହି ବିମାନବନ୍ଦର ଦେଇ ବର୍ଷକୁ ୧୨ ନିୟୁତ ଯାତ୍ରୀ ଯାତାୟାତ କରିପାରିବେ ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories