www.samajalive.in
Tuesday, December 9, 2025
16.1 C
Bhubaneswar

ଏନ୍‍ପିଏ ପାଇଁ ଉପା ସରକାରଙ୍କୁ ଦାୟୀ କଲେ ରଘୁରାମ ରାଜନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବ୍ୟାଙ୍କର ନନ ପରଫରମିଙ୍ଗ ଆସେଟ (ଏନ୍‍ପିଏ) ପାଇଁ ଅତି ଅଶାବାଦୀ ବ୍ୟାଙ୍କର ଏବଂ ନୀତି ସ୍ଥାଣୁତା ସହ ଉପା ସରକାରଙ୍କୁ ଦାୟୀ କରିଛନ୍ତି। ସଂସଦୀୟ କମିଟି ନିକଟକୁ ପଠାଇଥିବା ନିଜ ଉତ୍ତରରେ ରଘୁରାମ ରାଜନ ଏହା କହିଛନ୍ତି। ମୂରଲୀ ମନୋହର ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟିକୁ ରାଜନ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକ ବଡ଼ ଋଣ ଦେବା ନେଇ ସାବଧାନ ହେଲେ ନାହିଁ କି ବିଶ୍ୱସନୀୟତା ନିୟମକୁ ଦେଖିଲେ ନାହିଁ। ୨୦୦୮ ଆର୍ଥିକ ସଂକଟ ପରେ ବ୍ୟାଙ୍କଗୁଡ଼ିକ ମାନ୍ଦା ଅବସ୍ଥା ଦେଇ ଗତି କରୁଥିଲେ। ବ୍ୟାଙ୍କଗୁଡ଼ିକର ଲାଭ ଆଶାଠାରୁ ବହୁ କମ ରହୁଥିଲା। କୋଇଲା ଦୁର୍ନୀତି ଓ ତାର ତଦନ୍ତ ଯୋଗୁଁ ଉପା ସରକାରଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଶୀଥିଳତା ଆସି ଯାଇଥିଲା। ଫଳରେ ପୂର୍ବର ଋଣଗୁଡ଼ିକୁ ଏନ୍‍ପିଏରେ ପରିବର୍ତ୍ତିତ ହେବାକୁ ନ ଦେବା ପାଇଁ ବ୍ୟାଙ୍କଗୁଡ଼ିକ ଆଉ ଅଧିକ ଋଣ ଦେଲେ। ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ସୁବ୍ରମଣ୍ୟମ ଏନ୍‍ପିଏ ଚିହ୍ନଟ ଓ ଏନେଇ ସମସ୍ୟାର ସମାଧାନର ପ୍ରୟାସ ପାଇଁ ରାଜନଙ୍କ ପ୍ରଶଂସା କରିଥିଲେ। ଏହାପରେ ସଂସଦୀୟ କମିଟି ତାଙ୍କୁ ପରାମର୍ଶ ଦେବା ପାଇଁ ନିମନ୍ତ୍ରଣ କରିଥିଲା। ଉଲ୍ଲେଖ ଯେ ରାଜନ ୨୦୧୬ ପର୍ଯ୍ୟନ୍ତ ଆରବିଆଇ ଗଭର୍ଣ୍ଣର ଥିଲେ। ସେ ଏବେ ଚିକାଗୋ ବିଶ୍ୱବିଦ୍ୟାଳୟରେ ପ୍ରଧ୍ୟାପକ ଅଛନ୍ତି। ଏନ୍‍ପିଏ ବୃଦ୍ଧି ନେଇ ସଂସଦୀୟ କମିଟି ପୂର୍ବରୁ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ହଂସମୁଖ ଅଧିୟା ଏବଂ ବ୍ୟାଙ୍କର ଅନ୍ୟ ଶୀର୍ଷ ଅଧିକାରୀଙ୍କୁ ପଚରାଉଚୁରା କରି ସାରିଛି। ପ୍ରକାଶଯୋଗ୍ୟ ଯେ ଏବେ ସବୁ ବ୍ୟାଙ୍କ ଏନ୍‍ପିଏ ସମସ୍ୟା ଦେଇ ଗତି କରୁଛନ୍ତି। ୨୦୧୭ ସେପ୍ଟେମ୍ବର ସୁଦ୍ଧା ଏନପିଏ ୮.୯୯ ଶତପରାର୍ଦ୍ଧ ଟଙ୍କାରେ ପହଞ୍ଚିଥିଲା। ଏହା ହେଉଛି ବ୍ୟାଙ୍କଗୁଡ଼ିକରେ ଜମା ମୋଟ ଅର୍ଥର ୧୦.୧୧%।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories