www.samajalive.in
Saturday, December 6, 2025
16.1 C
Bhubaneswar

ଚାଷୀଙ୍କୁ ଦୟା ନୁହେଁ ହକ ଦରକାର; ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ଶାନ୍ତିପୂର୍ଣ୍ଣ ଧାରଣା 

ରେଙ୍ଗାଲିକେମ୍ପ: ଚାରିଦଫା ଦାବି ନେଇ ଆଜି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ସଂଗଠନର ସଭାପତି ହାରାଧନ ପ୍ରଧାନଙ୍କ ନେତୃତ୍ୱରେ ତିନି ଦିନିଆ ଶାନ୍ତିପୂର୍ଣ୍ଣ ଧାରଣା ଆରମ୍ଭ ହୋଇଛି। ଯେଉଁଠି ଯୁବ ଗୋଷ୍ଠୀ ହାର ମାନି ହାତକୁ ହାତ ଧରି ବସିଛନ୍ତି, ସେଇଠି ଏଇ ସଂଗଠନର ବରିଷ୍ଠ ବୟସ୍କ ବ୍ୟକ୍ତିମାନେ ନିଜର ଚାଷୀ କୂଳର ହକ ପାଇଁ ହାର ମାନି ନାହାନ୍ତି। ତାଙ୍କର ଅଦମ୍ୟ ସାହସ ଓ ଦୃଢ଼ ମନୋବଳ ଆଜି ଯୁବ ଗୋଷ୍ଠୀ ତୁଳନାରେ କିଛି କମ ନୁହେଁ । ଦେଶର ଜନସାଧାରଣଙ୍କ କ୍ଷୁଧା ମେଣ୍ଟାଉଥିବା ଅନ୍ନଦାତା ଚାଷୀ ଆଜି ନିଜର ହକ ପାଇଁ, ନିଜର ଝାଳବୁହା ପରିଶ୍ରମର ଉଚିତ୍ ମୂଲ୍ୟ ପାଇବା ପାଇଁ ସଂଘର୍ଷ କରୁଛି, ଆନ୍ଦୋଳନ କରୁଛି, ଯାହା ଦେଶ ତଥା ରାଜ୍ୟ ପାଇଁ ଲଜ୍ଜାର ବିଷୟ। ଗତ ରବି ଫସଲରେ ଚାଷୀଙ୍କ ସୁନା ଫସଲ ରାଜରାସ୍ତାରେ ଖତ ଗଦା ପାଲଟିଲା ସରକାରଙ୍କ ଟୋକନ ବ୍ୟବସ୍ଥା ଆଉ କାଳବୈଶାଖୀର ପ୍ରହାରରେ। କେଉଁ ଚାଷୀ ଋଣ ବୋଝରେ ଆତ୍ମହତ୍ୟା କଲା ତ ଆଉ କିଏ ଜମି ବିକ୍ରି କଲା ଋଣ ପରିଶୋଧ ପାଇଁ। ତଥାପି ସରକାରଙ୍କ ଚେତା ପଶିଲାନି ଚାଷୀଙ୍କ କ୍ଷୟକ୍ଷତିର ନିର୍ଭୁଲ ଆକଳନ କରି ତାଙ୍କୁ କ୍ଷତି ପୂରଣ ଦେବା ପାଇଁ । ଚାଷୀଙ୍କ ଦୂରାବସ୍ଥାର ଆଳ ନେଇ ରାଜନୈତିକ ଦଳ ନିଜ ନିଜର ସ୍ବାର୍ଥ ପୂରଣରେ ଲାଗିଗଲେ। କିଏ ନିଜକୁ ଚାଷୀଙ୍କ ଦରଦୀ ବନ୍ଧୁ କହି ବାଃ ବାଃ ନେଲା ତ ଆଉ କିଏ ଚାଷୀଙ୍କ ଧାନ ବିକ୍ରି କରିଦେବୁ କହି ବୃଥା ସାନ୍ତ୍ଵନା ଦେଇ ନିଜର ମହାନତା ଦେଖେଇ ହେଲା। ହେଲେ ସବୁର ଫଳ ଶୂନ। ଚାଷୀ ଯେଉଁ ଅପଦସ୍ତକୁ ସେ ଅପଦସ୍ତ ପାଇଲା । କିଛି ଚାଷୀ ନିରାଶ ହୋଇ ଚାଷକାମ ବନ୍ଦ କରିବା ପାଇଁ ଚିନ୍ତା କରିସାରିଥିଲେ। ତଥାପି ଏକ ନୂତନ ଆଶା ନେଇ ଖରିଫ ଚାଷ କଲେ। କିନ୍ତୁ ପୁଣି ଏବେ ଅମଳ ବେଳକୁ “ଯଥା ପୂର୍ବମ୍ ତଥା ପରମ ” ଅବସ୍ଥା। ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଇନପୁଟ ସବସିଡି ମିଳିନାହିଁ। ତେଣୁ ଚାଷୀଭାଇ ମାନଙ୍କ ହକ ପାଇଁ ଆଜି ଏହି ଚାଷୀ ସଂଗଠନ ଧାରଣାକୁ ଓହ୍ଲାଇଥିବା ଜଣାପଡ଼ିଛି।

ଜଳ ସେଚିତ ରୟତି ଜମିର ଦଖଲ ଅନୁଯାୟୀ ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରିବା, ଚାଷୀଙ୍କ ଧାନ ବସ୍ତାର ମୂଲ୍ୟ ଚାଷୀଙ୍କ ଏକାଉଣ୍ଟରେ ଜମା କରିବା, ନିର୍ଦିଷ୍ଟ କ୍ରୟ କେନ୍ଦ୍ରରେ ପଞ୍ଜୀକୃତ ଚାଷୀଙ୍କ ଧାନ ବିକ୍ରି ପର୍ଯ୍ୟନ୍ତ କ୍ରୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା, ରବି ଫସଲର କ୍ଷୟକ୍ଷତି ଜନିତ ଇନପୁଟ ସବସିଡି ଅତିଶୀଘ୍ର ଚାଷୀଙ୍କୁ ଦିଆଯାଉ, ଏହି ଚାରିଟି ଦାବି ନେଇ ସଂଗଠନ ଧାରଣାକୁ ଓହ୍ଲାଇଛି। ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଦୀର୍ଘ ସାତ ଘଣ୍ଟା ଧରି ଅତାବିରା ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ସ୍ଥଳରେ ଏହି ଧାରଣା ଜାରି ରହିଛି। ତେବେ ଦେଖାଯାଉ, ଚାଷୀଙ୍କ ହକ ପାଇଁ ଲଢେଇ କରୁଥିବା ଏହି ବୃଦ୍ଧ ସଂଗ୍ରାମୀଙ୍କ ଜୟ ହେଉଛି ନା ସରକାରଙ୍କ ମନମୁଖୀ ନୀତି ନିୟମର। ଆଜି ବି ଅଦିନିଆ ବର୍ଷାରେ ପୁଣି ଚାଷୀଙ୍କ ସୁନା ଫସଲ ଭିଜି ନଷ୍ଟ ହେବାରେ ଲାଗିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories