www.samajalive.in
Sunday, December 7, 2025
13.1 C
Bhubaneswar

୪ ବର୍ଷ ହେଲା ଗଣବଳାତ୍କାର ଶିକାର ହେଉଥିଲେ ମହିଳା କନେଷ୍ଟବଳ, ୬ ଥର କରିଛନ୍ତି ଗର୍ଭପାତ

ପାଲୱାଲ : ଥରେ ନୁହେଁ କି ଦୁଇ ଥର, ଦୀର୍ଘ ୪ ବର୍ଷ ହେଲା ଗଣବଳାତ୍କାରର ଶିକାର ହେଉଥିଲେ ଜଣେ ମହିଳା ପୁଲିସ୍‍ କନେଷ୍ଟବଳ। ପୁଲିସ୍‍ କର୍ମୀ ଏବଂ ରାଜେନତା ମିଶି ତାଙ୍କୁ ବଳାତ୍କାର କରି ଚାଲିଥିଲେ। ଏପରିକି ୬ ଥର ଗର୍ଭପାତ କରାଇଥିଲେ। ମହିଳା ଆୟୋଗର ପ୍ରତିନିଧି ଦଳ ଆଗରେ ରବିବାର ଏହି କାହାଣୀ ବଖାଣିଛନ୍ତି ହରିୟାଣା ପାଲୱାଲର ମହିଳା ହେଡ୍‍କନଷ୍ଟେବଳ ଜଣକ। ହସ୍ପିଟାଲରେ ଚିକିତ୍ସାଧୀନ ପୀଡ଼ିତା ଜଣକ କହିଥିଲେ ଯେ ଛୁରି ଦେଖାଇ ତାଙ୍କୁ ବଳାତ୍କାର କରାଯାଉଥିଲା। କାମ ପିପାସୁଙ୍କଠାରୁ ବଞ୍ଚିବା ପାଇଁ ସେ ବାରମ୍ବାର ଘର ବଦଳାଉଥିଲେ। କିନ୍ତୁ ପ୍ରତିଥର ତାଙ୍କୁ ଖୋଜି କାମ ପିପାସୁ ରାକ୍ଷାସମାନେ ବଳାତ୍କାର କରୁଥିଲେ। ଡରରେ ସେ ଥାନାରେ ରହିବାକୁ ଲାଗିଲେ। ହେଲେ ସେଠାରେ ବି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଡରାଇ ଧମକାଇ ତାଙ୍କର ୬ଥର ଗର୍ଭପାତ କରାଯାଇଥିଲା। ଏବେ ୭ମ ଥର ସେ ଦେଢ ମାସର ଗର୍ଭବତୀ ଅଛନ୍ତି ଓ ଗର୍ଭପାତ କରାଇବାକୁ ଚାହୁଁଛନ୍ତି।
ସୂଚନାଯୋଗ୍ୟ ଯେ ହରିୟାଣା ପୁଲିସ୍‍ରେ ହେଡକନଷ୍ଟେବଳ ଥିବା ପୀଡ଼ିତାଙ୍କ ସହ ୨୦୧୪ରେ ଜଣେ ପୁଲିସ୍‍ କର୍ମୀଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ସୁଯୋଗ ପାଇ ସେହି ବର୍ଷ ଜୁନ୍‍ ୧୫ରେ ଛୁରି ଦେଖାଇ ପୁଲିସ୍‍ କର୍ମୀ ତାଙ୍କୁ ବଳାତ୍କାର କରିଥିଲେ। ଏହାପରେ ସେ ନିଜ ସାଙ୍ଗଙ୍କ ସହ ମିଶି ମହିଳାଙ୍କୁ ଗଣବଳାତ୍କାର କରି ଆସୁଥିଲେ। ଏପରିକି ମହିଳାଙ୍କ ଦରମାକୁ ସେ ଜୋରଜରରଦସ୍ତ ନେଇ ଯାଉଥିଲେ ଓ ବାରମ୍ବାର ଗର୍ଭପାତ କରାଇଥିଲେ। ପୁଲିସ୍‍ ଓ ରାଜନେତାଙ୍କ ଭୟରେ ସେ ଏକଥା କାହାରିକୁ କହି ପାରୁନଥିଲେ। ନିର୍ଯାତନା ଅସହ୍ୟ ହେବା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ତୋଷରାଜ ଫରିଦାବାଦ ପୁଲିସ୍‍ରେ ଥିବାବେଳେ ଜୋଗେନ୍ଦ୍ର ଏକ ରାଜନୈତିକ ଦଳର ଜିଲା ଅଧ୍ୟକ୍ଷ। ଏତଲା ଦାୟରର ୭୨ ଘଣ୍ଟା ପରେ ବି ଉଭୟଙ୍କୁ ଗିରଫ କରାଯାଇ ନ ଥିବାରୁ ମହିଳା ଆୟୋଗ ଉପାଧ୍ୟକ୍ଷା ପ୍ରୀତି ଭରଦ୍ୱାଜ ଏବଂ ସଦସ୍ୟ ରେଣୁ ଭାଟିଆ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ମହିଳା ଆୟୋଗ ପକ୍ଷରୁ ହରିୟାଣା ପୁଲିସ୍‍କୁ ନୋଟିସ୍‍ ଜାରି କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories