www.samajalive.in
Sunday, December 7, 2025
15.1 C
Bhubaneswar

ଆଇଆଇଏମ୍‍ ସମ୍ବଲପୁରରେ ‘ମର୍ମଜ୍ଞ ୬.୦’

ସମ୍ବଲପୁର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ସମ୍ବଲପୁରର ବାର୍ଷିକ ବ୍ୟବସାୟିକ ସମ୍ମିଳନୀର ଷଷ୍ଠ ସଂସ୍କରଣ ‘ମର୍ମଜ୍ଞ ୬.୦’ ବୁଝାମଣା, ନୂତନ ବାସ୍ତବତା ନିମନ୍ତେ ପଥ ପରିଷ୍କାର କରୁଥିବା ଦାୟିତ୍ୱ ଏବଂ ସୁଯୋଗକୁ ଗ୍ରହଣ କରିବା ଲକ୍ଷ୍ୟନେଇ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ରିନ୍ୟୁଏବଲ ଏନର୍ଜି ଆଣ୍ଡ ଗ୍ରୀନ ହାଇଡ୍ରୋଜେନ ଇକୋସିଷ୍ଟମ ଡେଭଲପମେଣ୍ଟର ମୁଖ୍ୟ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରେସିଡେଣ୍ଟ କପିଲ ମାହେଶ୍ୱରୀ ମୁଖ୍ୟ ଅତିଥି, ଲାର୍ସନ ଆଣ୍ଡ ଟୁବ୍ରୋର କର୍ପୋରେଟ ସଷ୍ଟେନେବିଲିଟି ମୁଖ୍ୟ ଡଃ. ପ୍ରଦୀପ ପାଣିଗ୍ରାହୀ ବିଷୟବସ୍ତୁ ଭିତ୍ତିକ ବକ୍ତା ଭାବରେ ଏବଂ ଆଇଆଇଏମ୍‍ ସମ୍ବଲପୁରର ଡାଇରେକ୍ଟର ପ୍ରଫେସର ମହାଦେଓ ଜୟସ୍ୱାଲ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଆଇଆଇଏମ୍‍ ସମ୍ବଲପୁରର ଛାତ୍ରଛାତ୍ରୀ, ଅଧ୍ୟାପକ ମଣ୍ଡଳୀ, କର୍ମଚାରୀଙ୍କ ସହିତ ଗଣମାଧ୍ୟମର ପ୍ରତିନିଧିଗଣ ଯୋଗଦେଇଥିଲେ । ‘ନୂତନ ବାସ୍ତବତାରେ ବ୍ୟବସାୟ’ ଶୀର୍ଷକରେ ଏହି ଦୁଇ ଦିନିଆ ସମ୍ମିଳନୀରେ ଶିଳ୍ପ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ପରିଚାଳନାର ବିଭିନ୍ନ ଦିଗ ଉପରେ ଅନ୍ତର୍ଦୃଷ୍ଟିର ସହଭାଗିତା କରିଥିଲେ । ଏଥିରେ ସ୍ୱାଗତ ଭାଷଣ ଦେଇ ଆଇଆଇଏମ୍‍ ସମ୍ବଲପୁରର ଡାଇରେକ୍ଟର ପ୍ରଫେସର ମହାଦେଓ ଜୟସ୍ୱାଲ କହିଥିଲେ, ନୂତନ ବାସ୍ତବତା ପାଇଁ କୋଭିଡ ପଥ ପରିଷ୍କାର କରିଦେଇଛି । ଡାଟା ଆନାଲିଟିକ୍ସ, ମେସିନ ଲର୍ଣ୍ଣିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବ୍ଲକଚେନ୍‍ ଶିଳ୍ପ ଜଗତ ଅନୁସରଣ କରୁଥିବା ପାରମ୍ପରିକ କାର୍ଯ୍ୟାଭ୍ୟାସର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣୁଛି । ଆଇଆଇଏମ୍‍ ସମ୍ବଲପୁରରେ ଆମର ଦୂରଦୃଷ୍ଟି ଏବଂ କାର୍ଯ୍ୟକାରିତାଗତ ମୂଲ୍ୟବୋଧ ଔଦ୍ୟୋଗିକ ମାନସିକତା ଥିବା ଦାୟିତ୍ୱସଂପନ୍ନ ନେତୃତ୍ୱ ପରିପୋଷଣ କରିବାକୁ ଉଦ୍ଦିଷ୍ଟ । ବି-ସ୍କୁଲଗୁଡିକ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଦେଖିପାରିବା ପାଇଁ ସମର୍ଥ କରିବା ଉଚିତ, ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ପାଠ୍ୟକ୍ରମରେ ନବସୃଜନକୁ ଅନ୍ତର୍ନିବେଶୀ କରିବା ଆବଶ୍ୟକ ଏବଂ ଛାତ୍ରଛାତ୍ରୀ ବହୁରାଷ୍ଟ୍ରୀୟ-ବହୁଭାଷୀ କମ୍ପାନୀରେ ତିଷ୍ଠି ରହିବାକୁ ଏକ କସମୋପଲିଟାନ ସମାବେଶୀ ସଂସ୍କୃତି ଆପଣେଇବାକୁ ହେବ । ଦାୟିତ୍ୱସମ୍ପନ୍ନ ନେତୃତ୍ୱ ହେବାପାଇଁ ଜଣେ ନୂତନ ଶିକ୍ଷା ଆହରଣ, ରୂପାୟନ ସହିତ ଆଗେଇ ଆସିବା ଉଚିତ ଏବଂ ଆଧୁନିକ ବିଶ୍ୱ ଉପଯୋଗୀ ସମାଧାନ ଯୋଗାଇଦେବାକୁ ହେବ ବୋଲି ସେ କହିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories