www.samajalive.in
Sunday, December 7, 2025
15.1 C
Bhubaneswar

ଡିସେମ୍ବର ସୁଦ୍ଧା ତେଲଙ୍ଗାନା ନିର୍ବାଚନ!

ନୂଆଦିଲ୍ଲୀ: ଆଗୁଆ ନିର୍ବାଚନ ନିମନ୍ତେ ବିଧାନସଭା ଭଙ୍ଗ କରିଥିବାରୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ କଡ଼ା ସମାଲୋଚନା କରିଥିବା ନିର୍ବାଚନ ଆୟୋଗ (ଇସି) ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ଭୋଟର ତାଲିକା ସମୀକ୍ଷା କରାଯିବ ନାହିଁ ବୋଲି ଘୋଷଣା କରି ଇସି ଆଗୁଆ ବିଧାନସଭା ନିର୍ବାଚନ ଲାଗି ପଥ ପରିଷ୍କାର କରିଛନ୍ତି। ସାଧାରଣତଃ ଭୋଟର ତାଲିକା ସମୀକ୍ଷାରେ ଅଧିକ ସମୟ ଲାଗିଥାଏ। ତେଲେଙ୍ଗାରେ ବର୍ତ୍ତମାନ ପରିସ୍ଥିତିରେ ଏହି ପ୍ରକ୍ରିୟା ଅବଲମ୍ବନ କଲେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ୪ଟି ରାଜ୍ୟ ସହିତ ଏଠାରେ ବିଧାନସଭା ନିର୍ବାଚନ କରାଇବା ସମ୍ଭବ ହେବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକା ସମୀକ୍ଷା ବା ସଂଶୋଧନ ପ୍ରକ୍ରିୟାକୁ ବାଦ୍‍ ଦେବା ପାଇଁ ଇସି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଆଗାମୀ ଡିସେମ୍ବର ସୁଦ୍ଧା ରାଜ୍ୟରେ ବିଧାନସଭା ପାଇଁ ମତଦାନ କରିବା ଲାଗି କେସିଆର ଯେଉଁ ଯୋଜନା କରିଥିଲେ ତାହା ଆପାତତଃ ବାସ୍ତବ ରୂପ ନେବାକୁ ଯାଉଛି।
୨୦୧୮ ଜାନୁଆରୀ ୧ ସୁଦ୍ଧା ପ୍ରସ୍ତୁତ ଭୋଟର ତାଲିକାକୁ ଆଗାମୀ ନିର୍ବାଚନରେ ବ୍ୟବହାର କରାଯିବ; ଯଦି କୌଣସି ନୂତନ ଭୋଟର ଥାଆନ୍ତି ଅଥବା କିଛି ସଂଶୋଧନ କରିବାକୁ ଥାଏ ତା’ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ଇସି ରବିବାର ଘୋଷଣା କରିଛନ୍ତି। ଚୂଡାନ୍ତ ଭୋଟର ତାଲିକା ଅକ୍ଟୋବର ୮ରେ ପ୍ରକାଶ ପାଇବ। ଅନ୍ୟପଟେ ଇସିଙ୍କର ଏକ ଦଳ ମଙ୍ଗଳବାର ହାଇଦରାବାଦ ଯାଇ ସ୍ଥିତି ପରଖିବେ। ନିର୍ବାଚନ ନିମନ୍ତେ ରାଜ୍ୟବାସୀ କେତେ ପ୍ରସ୍ତୁତ ତାହା ଏହି ଦଳ ସମୀକ୍ଷା କରିବ। ଏଥିସହ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ କରାଇବା ଲାଗି ପର୍ଯ୍ୟାପ୍ତ ପରିମାଣର ଇଭିଏମ ଓ ଭିଭିପ୍ୟାଟ ରହିଛି ବୋଲି ଇସି ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖ ଯେ, ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ପୂରଣ ହେବାକୁ ଆଉ ନ’ମାସ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀ କେସିଆର ରାଜନୈତିକ ଫାଇଦା ହାସଲ ଉଦ୍ଦେଶ୍ୟରେ ଗତ ସପ୍ତାହରେ ବିଧାନସଭା ଭଙ୍ଗ କରିଥିଲେ। ଗତ ୪ ବର୍ଷ ମଧ୍ୟରେ ଟିଆର୍‍ଏସ୍‍ ନେତୃତ୍ୱାଧୀନ ରାଜ୍ୟ ସରକାର ଯେଉଁ ବିକାଶମୂଳକ କାର୍ଯ୍ୟ କରିଛନ୍ତି ତାହାକୁ ଆଧାର କରି ବିଧାନସଭା ନିର୍ବାଚନ ଜିତି ପୁନଃ କ୍ଷମତାକୁ ଫେରିବା ପାଇଁ ସେ ଯୋଜନା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories