www.samajalive.in
Sunday, December 7, 2025
13.1 C
Bhubaneswar

ମିଳିତ ସମରାଭ୍ୟାସରୁ ଓହରିଲା ନେପାଳ

ନୂଆଦିଲ୍ଲୀ: ଆଉ ଗୋଟିଏ ସପ୍ତାହ ପରେ ବେ ଅଫ୍‍ ବେଙ୍ଗଲ ଇନିସିଏଟିଭ୍‍ ଫର ମଲ୍‍ଟି-ସେକ୍ଟରାଲ ଟେକ୍‍ନିକାଲ ଏଣ୍ଡ ଇକୋନୋମିକ୍‍ କେଅପରେସନ୍‍ (ବିମ୍‍ଷ୍ଟେକ୍‍) ବୈଠକ ଭାରତରେ ହେବାକୁ ଥିବାବେଳେ ଏହାର ସଦସ୍ୟ ପଦରୁ ନେପାଳ ଓହରିଯାଇଛି। ପୁଣେରେ ହେବାକୁ ଥିବା ଆତଙ୍କବାଦ ନିରୋଧୀ ସମରାଭ୍ୟାସରେ ନେପାଳ ଅଂଶଗ୍ରହଣ କରିବ ନାହିଁ ବୋଲି ଶନିବାର ଘୋଷଣା କରିଛି। ନେପାଳକୁ ସାମୁଦ୍ରିକ ପୋତାଶ୍ରୟ ପ୍ରଦାନ ପୂର୍ବକ ଚୀନ୍‍ ସେ ଦେଶ ସହିତ ବାଣିଜ୍ୟିକ କାରବାର ଉପରେ ରହିଥିବା ଭାରତର ଏକଚାଟିଆ ଅଧିକାର କ୍ଷୁଣ୍ଣ କରିବାର ଦିନକ ପରେ ନେପାଳ ଏଭଳି ନିଷ୍ପତ୍ତି ନେଇଛି।
ଅଗଷ୍ଟ ୩୦ ଓ ୩୧ରେ କାଠମାଣ୍ଡୁଠାରେ ଚତୁର୍ଥ ବିମ୍‍ଷ୍ଟେକ୍‍ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନେପାଳ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶାନ୍ତ ମହାସାଗର ଉପରେ ନିର୍ଭରଶୀଳ ରାଷ୍ଟ୍ର ସମୁହ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ମ୍ୟାଁମାର, ଭୂଟ୍ଟାନ ରାଷ୍ଟମୁଖ୍ୟଙ୍କ ସହିତ ଯୋଗ ଦେଇଥିଲେ। ସମ୍ମିଳନୀରେ ଭାରତର ପୁଣେଠାରେ ଚଳିତ ମାସ ୧୦ରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରଥମ ସାମରିକ ଅଭ୍ୟାସ ଆୟୋଜନ ହେବାର ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗତ ୩ତାରିଖରେ ନେପାଳ ସରକାର ଏଭଳି କୌଣସି ନିଷ୍ପତ୍ତି କିମ୍ବା ରାଜିନାମା ହୋଇଥିବା ବିଷୟକୁ ଅସ୍ୱୀକାର କରିଥିଲେ। ଅପରପକ୍ଷରେ ଏହି ସମରାଭ୍ୟାସରେ ସାମିଲ ହେବା ନେଇ ନେପାଳର ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏଥିରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ସରକାରୀ ଭାବେ କୁହାଯାଇଛି।
ତେବେ ନେପାଳ ସରକାର ସମରାଭ୍ୟାସରୁ ଓହରିଯିବା ପଛରେ ରହିଛି ଚୀନ୍‍। ଅସଲ କାରଣ ହେଉଛି, ଉପରୋକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧିକୁ ଚୀନ୍‍ ସହ୍ୟ କରିପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନେପାଳକୁ ବ୍ୟବହାର ପାଇଁ ୪ଟି ସାମୁଦ୍ରିକ ପୋତାଶ୍ରୟ, ତିନିଟି ଭୂମିଭିତ୍ତିକ ବନ୍ଦର ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏହି ଅନୁସାରେ ନେପାଳ ସାଢ଼େ ତିନି ହଜାର କିଲୋମିଟର ମଧ୍ୟରେ ଥିବା ଚୀନ୍‍ର ସେଞ୍ଜେନ୍‍, ଲିଆନ୍ୟୁଙ୍ଗାଙ୍ଗ୍‍, ଝାନ୍‍ଜିଆଙ୍ଗ୍‍ ଓ ତିଆନ୍‍ଜିନ୍‍ ବନ୍ଦର ବ୍ୟବାହାର କରିବା ସୁଯୋଗ ପାଇବ। ଏହାଛଡ଼ା ନେପାଳକୁ ଲାନ୍‍ଝୌ, ଲାସା ଓ ଜିଗାସ୍ତେ ସ୍କୁଷ୍କ ବନ୍ଦର ବ୍ୟବହାର ସୁଯୋଗ ମଧ୍ୟ ମିଳିବ। ଏହା ଦ୍ୱାରା ନେପାଳକୁ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ରାସ୍ତା ମିଳିଯିବ ଏବଂ ବାଣିଜ୍ୟିକ କ୍ଷେତ୍ରରେ ରହିଥିବା ଭାରତର ପ୍ରାଧାନ୍ୟକୁ ହ୍ରାସ କରିବାରେ ଏହା ସହାୟକ ହେବ ବୋଲି ଚୀନ୍‍ ସରକାର ମନେ କରିଛନ୍ତି। ନେପାଳ ସମ୍ପ୍ରତି ଭାରତୀୟ ବନ୍ଦର ଉପରେ ନିର୍ଭର କରୁଥିବାରୁ ଚୀନ୍‍ ଏହାର ବିକଳ୍ପ ଯୋଗାଇ ଦେବାରେ ନେପାଳ ସରକାର ଭାରତଠାରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories