www.samajalive.in
Sunday, December 7, 2025
15.1 C
Bhubaneswar

ସ୍ୱାମୀର ଛୁରି ମାଡ଼ରେ ସ୍ତ୍ରୀ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଆଜି ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଦୀର୍ଘବର୍ଷ ଧରି ସ୍ୱାମୀ- ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା ଝଗଡ଼ା, ସନ୍ଦେହ, ଯୌତୁକ ଟଙ୍କାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ସ୍ୱାମୀର ଛୁରା ମାଡରେ ସ୍ତ୍ରୀର ଜୀବନ ଚାଲି ଯାଇଛି। ସହରର ମିଲିଟାରୀ ଲାଇନସ୍ଥିତ ରଘୁନାଥପେଟା ସାହିରେ ଏଭଳି ଘଟଣା ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ହତ୍ୟାକରୀ ସ୍ୱାମୀ ଫେରାର ହୋଇଯାଇଛି।
ମିଳିଥିବା ସୂଚନାନୁସାରେ ହିଞ୍ଜିଳିକାଟୁର ପପିନା ବେହେରା (୪୬)ଙ୍କୁ ଅଲାଡି ଗାଁର ରବୀନ୍ଦ୍ର ବେହେରା ୨୫ ବର୍ଷ ପୂର୍ବେ ବିବାହ କରିଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ପିଲାଙ୍କ ସହ ଗାଁ ଛାଡି ଦୀର୍ଘ ବର୍ଷ ହେଲା ବ୍ରହ୍ମପୁରରେ ଭଡା ସୂତ୍ରରେ ରହି ଆସୁଥିଲେ। ରବୀନ୍ଦ୍ର ଏକ ଘରୋଇ ଶାଢୀ ଦୋକାନରେ ସେଲସମ୍ୟାନ୍‍ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛିଦିନ ହେଲା ରବୀନ୍ଦ୍ର ହାଇଦରାବାଦ୍‍ରେ ନିଜ ସାନ ପୁଅ ପାଖକୁ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତକାଲି ବୋଙ୍ଗଲୁର୍‍ ଯାଉଛି ବୋଲି ସାନ ପୁଅକୁ କହି ବ୍ରହ୍ମପୁର ଚାଲି ଆସିଥିଲେ। ରବିବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ରଘୁନାଥପେଟା ସାହି ଭଡାଘରେ ପହଞ୍ଚିଥିଲେ। ବଡପୁଅ ରାହୁଲ ଘରେ ନଥିବା ସମୟରେ ରବୀନ୍ଦ୍ର ଓ ପପିନାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ
ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ରବୀନ୍ଦ୍ର ସାଙ୍ଗରେ ଆଣିଥିବା ଏକ ଧାରୁଆ ଛୁରୀରେ ପପିନାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ପପିନାଙ୍କ ଗଳା, ହାତ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ କିଛି ସମୟ ପରେ ସେ ପ୍ରାଣ ହରାଇଥିଲେ। ସ୍ତ୍ରୀ ମରିଯିବା ପରେ ପୁଲିସ ଭୟରେ ରବୀନ୍ଦ୍ର କେଉଁଆଡେ ଫେରାର୍‍ ହୋଇଯାଇଥିଲେ। ସାହିବାସିନ୍ଦା ବଡ଼ପୁଅ ରାହୁଲଙ୍କୁ ଫୋନକରି ଘଟଣା ସମ୍ପର୍କରେ କହିବା ପରେ ସେ ଆସି ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପପିନାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡମେଡ଼ିକାଲକୁ ପଠାଇଥିଲା।
ପ୍ରକାଶଥାଉକି, ୮ ବର୍ଷ ପୂର୍ବେ ରବୀନ୍ଦ୍ର ପପିନାଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରି ପରବର୍ତ୍ତୀ ସମୟରେ ଥାନାରେ ଆତ୍ମ ସମର୍ପଣ କରିଥିଲା। ପରେ ଜାମିନରେ ଆସିବା ପରେ ବିଭିନ୍ନ ସମୟରେ ପପିନାଙ୍କ ସହ କଳହ କରୁଥିଲା। ରବୀନ୍ଦ୍ର ଅନେକ ସମୟରେ ପପିନାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ପପିନାଙ୍କ ମା’ ପ୍ରଭାସିନୀ ପୁଲିସ ଆଗରେ ବୟାନ୍‍ ଦେଇଛନ୍ତି। ଏପରିକି ରବୀନ୍ଦ୍ର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ମଧ୍ୟ ସେ ଜଣାଇଛନ୍ତି। ଦୁହିଁଙ୍କ ମଧ୍ୟରେ ଥିବା ଘଟଣାକୁ ନେଇ ବହୁବାର ଟାଉନ ଓ ମହିଳା ଥାନାର ଦ୍ୱାରସ୍ଥ ହେଲା ପରେ ମଧ୍ୟ କୌଣସି ନ୍ୟାୟ ମିଳିନଥିବା ତାଙ୍କ ମା’ କହିଛନ୍ତି। ଘଟଣାସ୍ଥଳରୁ ପୁଲିସ ହତ୍ୟାରେ ବ୍ୟବହୃତ ଛୁରୀ ସହ ରବୀନ୍ଦ୍ର ଆଣିଥିବା ବ୍ୟାଗ୍‍, ତା’ ଭିତରେ ଥିବା ଏକ ପେଟ୍ରୋଲ ଭର୍ତ୍ତି ବୋତଲ ଏବଂ ହତ୍ୟାରେ ଅବ୍ୟବହୃତ ଅନ୍ୟ ଏକ ଛୁରୀ ଜବତ କରିଛି। ରାହୁଲଙ୍କ ଅଭିଯୋଗ ପ୍ରକାରେ ଟାଉନ ଥାନାରେ ୧୮୫/୧୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories