www.samajalive.in
Sunday, December 7, 2025
15.1 C
Bhubaneswar

ଦିଲ୍ଲୀପ କୁମାର ସୁସ୍ଥ : ସାୟରା ବାନୁ

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ଓ ବରିଷ୍ଠ କଳାକାର ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବଇର ଲୀଲାବତି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀପ କୁମାରଙ୍କ ପତ୍ନୀ ସାୟରା ବାନୁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅଧିକ ସୂଚନା ଦେଇଛନ୍ତି। ଅଭିନେତ୍ରୀ ସାୟରା କହିଛନ୍ତି, ବର୍ତ୍ତମାନ ଦିଲ୍ଲୀପ କୁମାର ସାହାବ ଭଲ ଅଛନ୍ତି। ଅଭିନେତା ଦିଲ୍ଲୀପ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ସାୟରା ବାନୁ କହିଛନ୍ତି। ପୂର୍ବବସ୍ଥା ତୂଳନାରେ ସ୍ୱସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ସମସ୍ତଙ୍କ ଆର୍ଶିବାଦ ପାଇଁ ଧନ୍ୟବାଦ।
ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ଦିଲ୍ଲୀପ କୁମାରଙ୍କ ଟୁଇଟର ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୂଚନା ଦିଆଯାଇଥିଲା। ପୁର୍ବରୁ ଅଗଷ୍ଟ ମାସରେ ମଧ୍ୟ ଦିଲ୍ଲୀପ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମଧୁମତୀ, ଦେବଦାସ, ମୁଗଲେ-ଏ-ଆଜାମ ଆଦି ଲୋକପ୍ରିୟ ଚଳଚ୍ଚିତ୍ରରେ ଦିଲ୍ଲୀପ କୁମାରଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ୨୦୧୫ରେ ଦିଲ୍ଲୀପ କୁମାରଙ୍କୁ ପଦ୍ମ ବିଭୂଷଣ ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories