www.samajalive.in
Saturday, December 6, 2025
26.1 C
Bhubaneswar

ବଜାରକୁ ଆସିବ ଅଡିର ପ୍ରଥମ ବିଦ୍ୟୁତଚାଳିତ କାର

ନୂଆଦିଲ୍ଲୀ : ଲୋକପ୍ରିୟ ଓ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ଅଡି’ ନିଜର ପ୍ରଥମ ବିଦ୍ୟୁତଚାଳିତ କାର ‘ଏସ୍‍ୟୁଭି ଇ-ଟର୍ନର’ ନିର୍ମାଣ ଆରମ୍ଭ କରିସାରିଛି। ସିଓ୨-ନ୍ୟୁଟ୍ରଲ ବ୍ରୁସେଲ କାରଖାନାରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବା କମ୍ପାନୀ ସୂଚନା ଦେଇଛି। ସେପ୍ଟେମ୍ବର ୧୭ ତାରିଖରେ ଏହାର ମଡେଲ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯିବ। ୨୦୧୯ରେ ଏହାର ବଜାର ପ୍ରବେଶ କରିବାନେଇ କମ୍ପାନୀ ଯୋଜନା ରଖିଛି। ମିଳିଥିବା ସୂଚନା ଅନୁସାରେ ଅଡି ନିଜ ୱେବସାଇଟରେ ଏହି କାରର ଏକ ଭିଡିଓ ଜାରି କରିଛି। ଯେଉଁଥିରେ କାରଟି ସମ୍ପୁର୍ଣ୍ଣ ଭାବରେ ଏକ କପଡାରେ ଆଛାଦିତ କରାଯାଇଛି। କେବଳ କାରର ସମ୍ମୁଖ ଭାଗ ପରଦା ଉଠାଯାଇଥିଲା। ସେଥିରେ ସମ୍ମୁଖ ଭାଗ ଲାଲ ରଙ୍ଗ ସହ ହେଡଲ୍ୟାମ୍ପ ଆଦି ଦେଖିବାକୁ ମିଳିଥିଲା।
ଅଡି ଇ-ଟ୍ରନରେ ଘଣ୍ଟା ପ୍ରତି ବେଗ ୧୦୦ କିମି ରହିଛି। ଆବଶ୍ୟକ ସମୟରେ ଘଣ୍ଟା ପ୍ରତି ବେଗ ୨୦୦ କିମି ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଥରେ ଚାର୍ଜ କରାଗଲେ ୪୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବେ।
ଭାରତରେ ଏହାର କେବେ ବଜାର ପ୍ରବେଶ କରାଯିବ ବର୍ତ୍ତମାନ ପର୍ଯ୍ୟନ୍ତ ତାରିଖ ସ୍ଥିର କରାଯାଇ ନାହିଁ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories