www.samajalive.in
Tuesday, December 9, 2025
16.1 C
Bhubaneswar

ଭୁବନେଶ୍ୱରରେ ଖୋଲିଲା ‘ଇଣ୍ଡ୍ଲଜ’ ବ୍ରାଇଡ଼ାଲ୍ ମଲ୍, ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବିବାହ ଉପଯୋଗୀ ସେବା

ଭୁବନେଶ୍ୱର: କନ୍ୟା ଏବଂ ତାଙ୍କ ପରିବାର ନିମନ୍ତେ ବିବାହ ଏକ ଚାପଗ୍ରସ୍ତ ବିଷୟ। ଗୋଟିଏ ଛାତ ତଳେ ବିବାହର ସମସ୍ତ ପ୍ରକାର ସେବା ସୁବିଧାରେ ପାଇବାକୁ ସମସ୍ତେ ଚାହାଁନ୍ତି। ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ଷ୍ଟୋରଟି ଖୋଲାଯାଇଛି। ଷ୍ଟୋରରେ ବ୍ରାଇଡ଼ାଲ୍ ପୋଷାକ ଯେପରିକି ଲେହେଙ୍ଗା, ଶାଢୀ, ଅଳଙ୍କାର, ସୌନ୍ଦର୍ଯ୍ୟ ଉପକରଣ ମିଳିବା ସହ ଫଟୋଗ୍ରାଫି, ନିମନ୍ତ୍ରଣ କାର୍ଡ଼, କ୍ୟାଟେରିଙ୍ଗ୍, ଇଭେଣ୍ଟ ମ୍ୟାନେଜ୍ମେଣ୍ଟ, ମେହେନ୍ଦି, ସେଲୁନ୍, ଦନ୍ତ ଚିକିତ୍ସା, ନଖ ସୌନ୍ଦର୍ଯ୍ୟକରଣ, ବିବାହ ସ୍ଥଳୀ ଡ଼ିଜାଇନ୍ ଏବଂ ବିବାହ ଉପକରଣ ଇତ୍ୟାଦିର ପ୍ରମୁଖ ସେବା ଉପଲବ୍ଧ ହେବ। ଭୁବନେଶ୍ୱର ରୂପାଲି ଛକଠାରେ ଭାରତର ପ୍ରଥମ ‘ଇଣ୍ଡ୍ଲଜ’ ବ୍ରାଇଡ଼ାଲ୍ ମଲ୍ ଆରମ୍ଭ ହୋଇଛି। ଏଠାକୁ ଆସୁଥିବା ଗ୍ରାହକମାନେ ଉତ୍ତମ ସେବା ସହ ଆକର୍ଷଣୀୟ ଉତ୍ପାଦ ପାଇପାରିବେ। ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ ସେମାନଙ୍କର ପରିବାର ନିମନ୍ତେ ଏକ ସଂପୂର୍ଣ୍ଣ ବିବାହ ସମାଧାନ ସେବା ପ୍ରଦାନ କରାଯାଇ ପାରିବ ବୋଲି ବ୍ରାଇଡ଼ାଲ୍ ମଲର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ପ୍ରକାଶ କରିଥିଲେ।

 

- Advertisement -

ବଲିଉଡ଼୍ ଅଭିନେତା ଅଫତାବ ସିବଦଶାନୀ ‘ଇଣ୍ଡ୍ଲଜ’ ବ୍ରାଇଡାଲ ମଲ ଉଦଘାଟନ କରିଥିଲେ। ଉଦଘାଟନ ପରେ ରନ୍‌ୱେ ଶୋ, ବ୍ରାଇଡ଼ାଲ୍ ପୋଷାକ, ଅଳଙ୍କାର ଓ ସୌନ୍ଦର୍ଯ୍ୟ ଉପକରଣମାନ ପ୍ରଦର୍ଶନ କରାଯାଇଥିଲା। ଏହା ସହ ଇଟାଲୀର କଲର୍ ଉତ୍ପାଦ ଲଞ୍ଚ କରାଯାଇଥିଲା। ଏହି ଅବସରରେ ମାଇସନ୍ ଡ଼ି ଅରେନର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଅର୍ପିତ୍ ଜୈନ୍ ଏହି ଷ୍ଟୋର୍ରେ ‘ପି.ଏଚ୍’ ବ୍ରାଣ୍ଡକୁ ଲଞ୍ଚ କରିଥିଲେ।  ବିଗତ ଦିନମାନଙ୍କରେ ଯେପରି ଇଣ୍ଡଲଜ୍ ଗ୍ରାହକମାନଙ୍କୁ ସେବା ଯୋଗାଇ ଆସିଛି ଏବଂ ହୃଦୟର ନିକଟତର ହୋଇପାରିଛି ଆଗକୁ ସେହିପରି ସେବା ଅଧିକ ଉନ୍ନତ ହେବ ବୋଲି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ବଲିଉଡ଼୍ ଅଭିନେତା ଶ୍ରୀ ଅଫତାବ୍ ସିବଦଶାନୀ କହିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଲିଉଡ଼୍ ନାୟିକା ଶୀତଲ୍, ଦେବଯାନୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଫଳ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories