www.samajalive.in
Monday, December 8, 2025
20.1 C
Bhubaneswar

ମନରେଗା କାମରେ ବ୍ୟାପକ ଅନିୟମିତତା ଅଭିଯୋଗ

ଝୁମ୍ପୁରା: ସଂପ୍ରତି ସରକାର ପ୍ରତି ଜବକାର୍ଡଧାରୀ ଶ୍ରମିକମାନଙ୍କୁ ନିଜ ପଞ୍ଚାୟତରେ ମନରେଗା ଯୋଜନାରୁ ଶହେ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ମନରେଗା କାମ ଠିକ୍‍ ଭାବରେ ହେଉନଥିବା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକରେ। ଏହି ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ବାରଖଣ୍ଡିଆ ନୂଆସାହି ଖେଳ ପଡିଆର ଉନ୍ନତିକରଣ ପାଇଁ ୬ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇ ଖେଳର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି। ସରକାରଙ୍କ ନିୟମ ରହିଛି ଜଣେ ଜବକାର୍ଡଧାରୀ ଶ୍ରମିକ ୧୦ ଫୁଟ ଓସାର ଏବଂ ୧୦ ଫୁଟ ଲମ୍ବ ବିଶିଷ୍ଟ ଚଉକା ଏବଂ ଏହି ଚଉକାର ଗଭୀର ୮ଇଞ୍ଚ ଗଭୀର କଲେ ତାକୁ ୨୧୫ ଟଙ୍କା ପାରିଶ୍ରମିକ ସରକାର ପକ୍ଷରୁ ଯୋଗାଇ ଦିଆଯିବ। କିନ୍ତୁ ଏହି କାମରେ କରାଯାଉଥିବ ଚଉକାଗୁଡିର ଗଭୀର ୩ ଇଚ ମଧ୍ୟ କରାଯାଉନାହିଁ। ମନରେଗା କାମରୁ ଉକ୍ତ ପଞ୍ଚାୟତର ଜିଆଏସ୍‍ ଏବଂ ଯେଉଁ ୱାର୍ଡରେ କାମ ହେବ ସେହି ୱାର୍ଡର ମେଟ ମାନେ କାମକୁ ତଦାରଖ କରିବା କଥା କିନ୍ତୁ ଜିଆଏସ୍‍ ଏବଂ ମେଟ ମାନେ ସେଥିପ୍ରତି ଧ୍ୟାନ ନଦେଇ ମେରୀରାୟ ନୀତିରେ ମନରେଗା କାମକୁ କରିଚାଲିଛନ୍ତି। ସେହିପରି ଗୋଟାଏ କାମ ପାଇଁ ଗୋଟାଏ ଦିନରେ ୨୦ ଜଣ ଜବକାର୍ଡଧାରୀ ଶ୍ରମିକମାନଙ୍କ ମଷ୍ଟର ରୋଲ ବାହାର କରୁଛନ୍ତି ଜିଆରଏସମାନେ କିନ୍ତୁ ସେହି କାମରେ ୨୦ ଜଣ ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରି ୮ ରୁ ୧୦ ଜଣ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରୁଛନ୍ତି ବାକି ୧୦ ଜଣ ଶ୍ରମିକମାନଙ୍କ କାମ ନକରି ଉପସ୍ଥାନ ପକାଇ ଚାଲିଛି ଜିଆରଏସ।

ସେହିପରି ଜିଆରଏସ୍‍ କାର୍ଯ୍ୟସ୍ଥଳକୁ କାମ ତଦାରଖ କରିବା ପାଇଁ ନ ଆସି ଘରେ ରହି ଫୋନ ମାଧ୍ୟମରେ କାମକୁ ତଦାରଖ କରୁଥିବାର ମନରେଗା କାମ ଠିକ୍‍ ଭାବରେ ଖୁଣ୍ଟାପଡା ପଞ୍ଚାୟତରେ ହୋଇପାରୁ ନଥିବା ଦେଖିବାକୁ ମିଳିଛି। ଖୁଣ୍ଟାପଡା ପଞ୍ଚାୟତରେ ମନରେଗା କାମର ଅଗ୍ରଗତି କିପରି ଚାଲିଛି ତଦାରଖ କରିବା ପାଇଁ ଓମ୍ବାଡିସ ଅଧିକାରୀ ବୃଷଭ ନାୟକ ଖୁଣ୍ଟାପଡା ପଞ୍ଚାୟତ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କିନ୍ତୁ କୌଣସି ପ୍ରକଳ୍ପକୁ ଠିକ୍‍ ଭାବରେ କରାଯାଇ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ଜିଆଏସ୍‍, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାନ୍ତଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏଥିରେ ସୁଧାର ନଆଣିଲେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ଖୁଣ୍ଟାପଡା ପଞ୍ଚାୟତରେ ହେଉଥିବା ମନରେଗା କାର୍ଯ୍ୟଗୁଡିକର କାର୍ଯ୍ୟାଦେଶ ମେଟମାନଙ୍କ ନାମରେ ରହୁଛି କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ସୂଚନା ଫଳରେ ମେଟ ମାନଙ୍କ ନାମଙ୍କ ନଲେଖି ଚତୁରତା ସହିତ ସେଥିରେ କାର୍ଯ୍ୟନିର୍ବାହୀ ସଂସ୍ଥା ଲେଖି ଦେଉଛନ୍ତି। ଖୁଣ୍ଟାପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ହେଉଥିବା ମନରେଗା କାମରେ ବ୍ୟାପକ ଅନିୟମିତତା ହେଉଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରିବା ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣରେ ମତପ୍ରକାଶ ପାଉଛି। ଖୁଣ୍ଟାପଡା ପଞ୍ଚାୟତରେ ମନରେଗା କାମରେ ଅନିୟମିତତା ହେଉଥିବା ସମ୍ପର୍କରେ ଅଭିଯୋଗ ହେଉଥିଲେ ମଧ୍ୟ କାହିଁକି ଦୃଷ୍ଟି ଦିଆ ଯାଉନାହିଁ ବୋଲି ଉକ୍ତ ପଞ୍ଚାୟତର ଜିଆରଏସ ଭକ୍ତବନ୍ଧୁ ବାରିକଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି ତମେ ଯାହା କରିବାର କର ମୁଁ କେତେ ପେପର ବାଲାଙ୍କୁ ଦେଖିଛି ବୋଲି ପ୍ରତିକ୍ରୀୟା ରଖିଥିଲେ। ଜିଆରଏସଙ୍କ ପ୍ରତିକ୍ରିୟାରୁ ଜଣାପଡୁଛି ଯେ ଖୁଣ୍ଟାପଡା ପଞ୍ଚାୟତରେ କିପରୀ ମନରେଗା କାମ ଚାଲିଛି ଏଥିରୁ ସହଜରେ ଅନୁମେୟ ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories