www.samajalive.in
Thursday, December 11, 2025
23.1 C
Bhubaneswar

ସରକାର କିଣିଲେ ୧ କୋଟି ପାନ ଜାଇକୋଭ୍‌-ଡି ଟିକା

ନୂଆଦିଲ୍ଲୀ : ଜାଇଡସ୍ କାଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡି ୧କୋଟି ପାନ କେନ୍ଦ୍ର ସରକାର କ୍ରୟ କରିଛନ୍ତି । ଚଳିତମାସରେ ଏହି ଟିକାକୁ ଜାତୀୟ ଟିକାକରଣ ଅଭିଯାନରେ ଲୋକଙ୍କୁ ଦିଆଯିବ । ଜାଇକୋଭ-ଡି ଟିକାର ୩ଟି ପାନ ଦିଆଯାଇଥାଏ । ଏହାର ଗୋଟିଏ ପାନର ମୂଲ୍ୟ ୩୫୮ଟଙ୍କା ରହିଛି। ଜାଇକୋଭ-ଡି ହେଉଛି ବିଶ୍ବର ପ୍ରଥମ ଡିଏନଏ ଆଧାରିତ କରୋନା ଟିକା । ଏହାକୁ ୧୨ରୁ ଅଧିକ ବୟସର ପିଲାଙ୍କ ସହିତ ବୟସ୍କ ନାଗରିକଙ୍କୁ ମଧ୍ୟ ଦିଆଯାଇ ପାରିବ। ତେବେ ପ୍ରାଥମିକ ଭାବେ ଏହାକୁ ବୟସ୍କ ନାଗରିକଙ୍କୁ ଦିଆଯିବ।

ଅନ୍ୟପଟେ କୋ-ୱିନ ଆପ୍‌ର ତଥ୍ୟ ଅନୁଯାୟୀ ରବିବାର ସନ୍ଧ୍ୟା ସୁଦ୍ଧା ୧୦୮କୋଟି ୪୪ଲକ୍ଷ ପାନ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ ଅନୁସାରେ ଶନିବାର ୯,୧୯,୯୯୬ଟି ନମୁନା ପରୀକ୍ଷା କରାଯାଇଥିଲା।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories