www.samajalive.in
Sunday, December 7, 2025
14.1 C
Bhubaneswar

ରେଙ୍ଗାଲି କେମ୍ପରେ କଟକଣା ମଧ୍ୟରେ କାଳୀପୂଜା

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେମ୍ପ୍ କେନାଲ ବିଭାଗ ପରିସରରେ କୋଭିଡ଼ ନିୟମ ପାଳନ ପୂର୍ବକ ମାଆ ଶ୍ୟାମା କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ କେନାଲ ପୀଠରେ ପୂଜାର୍ଚ୍ଚନା ପୂର୍ବକ ୧୦୮ ପୂର୍ଣ୍ଣ କୁମ୍ଭ କଳସ ମାଆଙ୍କ ପୂଜା ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା ଆରମ୍ଭ ହୋଇ ହୋମ, ଚଣ୍ଡୀପାଠ, ପ୍ରତିମା ପୂଜା, ଝଣ୍ଡା ପୂଜା କେବଳ ପଣ୍ଡିତ ଓ କର୍ତ୍ତା-କର୍ତ୍ତୀଙ୍କୁ ନେଇ ହେଇଥିବା ବେଳେ ଆସନ୍ତା କାଲି ଚଣ୍ଡୀ ହୋମ, ପୂର୍ଣ୍ଣାହୁତି ସହ ମାଁ ମୃଣ୍ମୟ ମୂର୍ତ୍ତି ବିସର୍ନଜ  ହେବ ବୋଲି ମନ୍ଦିର କମିଟି ପକ୍ଷରୁ ଜଣାପଡିଛି।
ଏହି ଅବସରରେ କର୍ତ୍ତା ଦାୟିତ୍ୱରେ ଦିବ୍ୟ କିଶୋର କାଉଁର ସପତ୍ନିକ ରହିଥିବାବେଳେ ପଣ୍ଡିତ ଅଚ୍ୟୁତାନନ୍ଦ ଶତପଥୀ, ପ୍ରଭାକର ଶତପଥୀ, ମଲୟ ଦାଶ ଓ କାହ୍ନୁ ଚରଣ ମହାପାତ୍ର ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏଥିରେ କେନାଲ ଏସଡ଼ିଓ ରବୀନ୍ଦ୍ର ସେଟ୍ଟି ସଭାପତିତ୍ବ କରୁଥିବାବେଳେ ସହକାରୀ ଯନ୍ତ୍ରୀ ସୁକାନ୍ତ ନାଏକ ସଂପାଦକ ଦାୟିତ୍ଵ ତୁଲାଉଥିଲେ।  ପ୍ରତି ବର୍ଷ ଭଳି ମାଆଙ୍କ ପୂଜା ଧୁମ୍ ଧାମରେ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ସରକାରୀ କୋଭିଡ୍ ନିୟମ ସକାଶେ ପୂଜା  ଫିକା ପଡ଼ିଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories