Patra electronics

ପାଟଣା : ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଠାରେ ସୋମବାର ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସହ ସାଧାରଣ ସଭା କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପାଟଣା ବିଡ଼ିଓଙ୍କୁ ଦାବିପତ୍ର ଦିଆଯିବା ସହ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁଳିକା ଦାହ କରାଯାଇଛି । ବିଜୁ ମହିଳା ଜନତା ଦଳର କର୍ମୀ ମାନେ ହାତରେ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରି ପାଟଣା ଆନନ୍ଦେଶ୍ବର ମନ୍ଦିର ନିକଟରୁ ଏକ  ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ କେନ୍ଦ୍ର ବିରୋଧୀ ନାରାବାଜି କରିଥିଲେ ।  ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କ କୁଶ ପୁଳିକା ଦାହ କରିଥିଲେ ‌‌। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କିଶୋର ତାରାଇ, ଜିଲ୍ଲା ବିଜେଡ଼ିର ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଖଦୀବୋର୍ଡ ସଦସ୍ୟା ମିନା ମାଝୀ, ଜିଲ୍ଲା ବିଜୁ କୃଷକ ଜନତା ସଭାପତି ଦୀପକ ରାଜ, ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ପାଟଣା  ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସାହାରପଡା ବ୍ଲକ ଅଧ୍ୟକ୍ଷ ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣବାଳା ସିଂହ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅବିନାଶ ପଟ୍ଟନାୟକ, ପ୍ରମୁଖ ବହୁ ମହିଳା ସରପଞ୍ଚ ଓ ସମିତି ସଭ୍ୟା ପାଟଣା ବ୍ଲକ ବିଜେଡି ସଭାନେତ୍ରୀ ସୁକାନ୍ତି ମହାନ୍ତଙ୍କ ନେତୃତ୍ବରେ ଏହି ବିକ୍ଷୋଭ ଶୋଭାଯାତ୍ରା ଓ ସାଧାରଣ ସଭାରେ ସାମିଲ ଥିଲେ ।

Comments are closed.