www.samajalive.in
Saturday, December 6, 2025
16.1 C
Bhubaneswar

ଚିକିଟିରେ ବିଜେଡିର ପ୍ରତିବାଦ ସଭା

ଚିକିଟି: ବିଜେଡି ସୁପ୍ରିମୋଙ୍କ ନିର୍ଦେଶକ୍ରମେ ବିଧାୟିକା ଉସାଦେବୀଙ୍କ ନେତୃତ୍ୱରେ ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ଓ ଚିକିଟି ବ୍ଲକର ବିଜୁ ଜନତା ଦଳ ତରଫରୁ ପ୍ରତିବାଦ ଓ ବ୍ଲକ ଘେରାଉ କରାଯାଇଥିଲା । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ସୀମାପାର ଦରବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚିକିଟି ଇଲେକ୍ଟ୍ରି ସବଡିଭିଜନଠାରୁ ୫୦୦ରୁ ଅଧିକ ବିଜେଡ଼ି କର୍ମୀ ରାଲିରେ ଆସି ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଲଢେଇ କେବଳ ବିଜେଡିର ନୁହେଁ। ଗ୍ୟାସ, ପେଟ୍ରୋଲ, ଡିଜେଲ ଦର କେବଳ ବିଜେଡି ପାଇଁ ବାଧୁନି, ବରଂ ଏହିଦର ବୃଦ୍ଧି ସବୁ ଦଳ ଲୋକଙ୍କୁ ବାଧୁଛି। ଏଣୁ ରାଜ୍ୟ ବିଜେପି ନେତା ଏହାର ଦର ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅପିଲ କରନ୍ତୁ । ଏହି ବିକ୍ଷୋଭରେ ବିଧାୟିକାଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଏମ.ପଦ୍ମା, ସୁରେନ୍ଦ୍ର ମଣ୍ଡଳ, ଏମ.ନାଗରାଜୁ, ଉଦୟ ନାଥ ପ୍ରଧାନ, ଆର.ହାରମ୍ବ ରେଡ୍ଡୀ, ଚିକିଟି ଓ ପାତ୍ରପୁର ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ, ରାମନାଥ ପାଣିଗ୍ରାହୀ, ପ୍ରକାଶ ଦାସଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଯୋଗ ଦେଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories