www.samajalive.in
Monday, December 8, 2025
24.1 C
Bhubaneswar

ଧାମରାରେ ୧୦୮ ଆମ୍ବୁଲାନ୍ସ ଅଚଳ 

ଧାମରା :ଧାମରାରେ ୩ଦିନ ହେବ ୧୦୮ ସେବା ସଂପୂର୍ଣ ବନ୍ଦ ରହିଛି । ଖବରରୁ ପ୍ରକାଶ ଗତ ୨୮ତାରିଖ ଦିନ ଧାମରାରେ ଥିବା ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ଯାଉଥିବା ବେଳେ ବିଦେଇପୁର ଠାରେ ଅଟକି ଯାଇଥିଲା। ସେହିସ୍ଥାନରୁ ଯାଉଥିବା ରୋଗୀର ସମ୍ପର୍କିୟ ଅନ୍ୟ ଗୋଟିଏ ପ୍ରାଇଭେଟ ଆମ୍ବୁଲାନ୍ସରେ ସଂପୃକ୍ତ ରୋଗିକୁ ନେଇ ବାସୁଦେବପୁର ମେଡିକାଲକୁ ଯାଇଥିଲେ। ଦୀର୍ଘ ୩ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସଟି କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ଏହାର କାରଣ ବୁଝିବାକୁ ଯାଇ ୧୦୮ ସେବା ପ୍ରଦାନକାରୀ ସଂସ୍ଥାକୁ ଫୋନ କରିବାରୁ ସେମାନେ ଏହି ବିଷୟରେ ଅବଗତ ନଥିବା କଥା କହିଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଦୀର୍ଘ ୧ବର୍ଷ ହେବ ସେବା ଯୋଗାଉଥିବା ନୂତନ ଆମ୍ବୁଲାନ୍ସଟିକୁ ବିଭାଗୀୟ ଅଧିକାରୀ ନେଇ ବାସୁଦେବପୁରକୁ ପଠାଇଦେଇଥିବା ବେଳେ ଏକ ସଂପୂର୍ଣ ଭିନ୍ନକ୍ଷମ ଆମ୍ବୁଲାନ୍ସକୁ ଧାମରାକୁ ପଠାଇଥିଲେ, ଫଳରେ ଏହି ପୁରୁଣା ଅଚଳ ଆମ୍ବଲାନ୍ସଟି ରାସ୍ତାରେ ରୋଗୀ ନେଇ ଯାଉଥିବା ବେଳେ ବହୁ ସମୟରେ ଅଚଳ ହୋଇ ପଡୁଥିବା ଏକ ବିଭାଗୀୟ କର୍ତୁପକ୍ଷଙ୍କ ଠାରୁ ପ୍ରକାଶ।  ତୁରନ୍ତ ଧାମରାରେ ଥିବା ପୁରୁଣା ଆମ୍ବୁଲାନ୍ସ ହଟାଇ ନେଇ ନୂତନ ଆମ୍ବୁଲାନ୍ସ ଯୋଗାଇଦେବାସହ ଏହି ଆମ୍ବୁଲାନ୍ସର ରହଣି ସ୍ଥାନ ଧାମରା କରିବାକୁ ଅଂଚଳର ସ୍ୱେଛାସେବୀ ଶରତ କୁମାର ଦଳେଇ ,ଭଦ୍ରକ ସିଡିଏମଓଙ୍କ ନିକଟରେ ଦାବୀ ଜଣାଇଛନ୍ତି। ଏ ବାବଦରେ ଭଦ୍ରକ ସିଡିଏମଓଙ୍କ ସହ ଯୋଗାଯୋଗ କରିବା ଏଯାଏଁ ସମ୍ଭବ ହୋଇ ନାହିଁ ବୋଲି ସୂଚନା ମିଳିଛି ।

 

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories