www.samajalive.in
Wednesday, December 10, 2025
26.1 C
Bhubaneswar

ଜଗିଛି ଓଡ଼ିଶା ; ଆନ୍ଧ୍ର ବିବ୍ରତ, କୋଟିଆ​‌ ପ୍ରବେଶ ଉଦ୍ୟମ ବିଫଳ

ପଟାଙ୍ଗି : କୋଟିଆ ବିବାଦ ଥମିବାର ନାଁ ଧରୁନି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ଅଧିକାରୀଙ୍କୁ ନ ପୁରାଇ ଦେବାକୁ କୋରାପୁଟ ଜିଲା ପ୍ରଶାସନ ପଣ କରିଛି। ଅନ୍ୟପଟେ କୋଟିଆରେ ନିଜର ଉପସ୍ଥିିତି ଜାହିର କରିବା ପାଇଁ ଆନ୍ଧ୍ର ଅଧିକାରୀମାନେ ଭିନ୍ନ ଯୋଜନା ଆପଣାଉଛନ୍ତି। ଫଳରେ ବିବାଦ ବଢ଼ିବାରେ ଲାଗିଛି। ଗତ ଶୁକ୍ରବାରଠାରୁ କୋରାପୁଟ ପ୍ରଶାସନିକ ଅଧିକାରୀ ଏବଂ ଜିଲା ପୁଲିସର ମିଳିତ ପ୍ରୟାସରେ କୋଟିଆ ମଧ୍ୟକୁ ଆନ୍ଧ୍ରର କୌଣସି ଅଧିକାରୀଙ୍କୁ ପ୍ରବେଶ କରିବାକୁ ଦିଆଯାଇନି। ଆନ୍ଧ୍ର ପ୍ରଶାସନ ଏବଂ ଦଲାଲଙ୍କ ଅକଲ ଗୁଡ଼ୁମ ହୋଇଯାଇଛି। କୋରାପୁଟ ଜିଲା ପ୍ରଶାସନର ଏପରି କାର୍ଯ୍ୟକୁ ଦେଖି ଆନ୍ଧ୍ର ଅଧିକାରୀମାନେ ବିବ୍ରତ ହୋଇପଡିଛନ୍ତି। କିଭଳି କୋରାପୁଟ ଜିଲା ପ୍ରଶାସନକୁ କୋଟିଆରୁ ହଟାଇବ ସେ ନେଇ ଆନ୍ଧ୍ର ଯୋଜନା କରୁଛି। ଦଲାଲଙ୍କ ମାଧ୍ୟମରେ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛି। ଗତ ଶୁକ୍ରବାର ଉପରସେମ୍ବୀରେ ଲାଲ ପତାକା ପୋତାଯାଇଥିବା ବେଳେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପୁଲିସ ଫାଣ୍ଡି ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଆଜି ପୁଣି କିଛି ମହିଳା-ପୁରୁଷ ସ୍ବେଚ୍ଛାସେବୀଙ୍କୁ ନେଇ କୋଟିଆରେ ପ୍ରବେଶ କରିବାକୁ ଆନ୍ଧ୍ର ଉଦ୍ୟମ ଚଳାଇଥିଲା। ଏ ନେଇ ସୁନାବେଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ବେହେରାଙ୍କ ନେତୃତ୍ବରେ ପଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠୀ ଓ ପ୍ରଶାସନିକ ଅଧିକାରୀ ସେମାନଙ୍କୁ ପ୍ରବେଶ କରିବାକୁ ନ ଦେଇ ଜଗି ରହିଥିଲେ। କାହାରିକୁ କୋଟିଆ ଗ୍ରାମପୁଞ୍ଜ ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। କୋରାପୁଟ ପ୍ରଶାସନ ବି​‌େ​‌ରାଧରେ ପ୍ରତିବାଦ କରିବା ସହ କୋଟିଆରେ ଆନ୍ଧ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ କିଛି ଲୋକ ଦାବି କରିଥିଲେ। କୋଟିଆ ସୀମା ପ୍ରସଙ୍ଗକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ସମାଧାନ କରିବା ଉଚିତ। ଆଦିବାସୀଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଶା କର୍ତ୍ତୃପକ୍ଷ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ହଇରାଣ ନ କରିବା ଉଚିତ। ବିବାଦର ସମାଧାନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିବ। ଓଡ଼ିଶା ସରକାର ଆନ୍ଧ୍ରର କଲ୍ୟାଣ ଯୋଜନାକୁ ବନ୍ଦ କରୁଛି ବୋଲି କେତେକ ବ୍ୟକ୍ତି ଯୁକ୍ତି ବାଢ଼ିଥିଲେ। ଯୋଜନାଗୁଡିକର କାର୍ଯ୍ୟକାରିତା କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ସକ୍ରିୟ ​‌େ​‌ହବାକୁ ଆନ୍ଧ୍ର ପକ୍ଷରୁ କମ୍ୟୁନିଷ୍ଟ ପାର୍ଟି ଦାବି କରିଛି। ବହୁ ସଂଖ୍ୟକ ମହିଳାପୁରୁଷ ସମାବେଶ କରିଥିଲେ। ଆଜି ବିଜୟନଗରମ ଜିଲା ଓ ସାଲୁର ମଣ୍ଡଳର ସିପିଏମ ଦଳର କମିଟି ସଦସ୍ୟ ଈଶ୍ୱରା ରାଓ, ଆଦିବାସୀ ସମ୍ପ୍ରଦାୟର ମଣ୍ଡଳ ନେତା ଥାଡଙ୍ଗି ସନ୍ନମ୍, ଚରଣ, କମବୁଲୁ ପ୍ରମୁୁଖ ଉପରସେମ୍ବୀଠାରେ ଏକ ପ୍ରତିବାଦ ସଭା କରିଥିବା ଦେଖିବାକୁ ମିଳିଥିଲା।

କୋଟିଆ ମାମଲା, ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଘୁଞ୍ଚିଲା
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଏ.ଏମ୍‌.ଖାଣ୍ଡିଲକର ଓ ବିଚାରପତି ସି.ଟି. ରବିକୁମାରଙ୍କ ଖଣ୍ଡପୀଠରେ କୋଟିଆ ମାମଲାରେ ଶୁଣାଣି ଘୁଞ୍ଚିଛି। ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ନଭେମ୍ବର ୨୬କୁ ଧାର୍ଯ୍ୟ ହୋଇଛି। କୋଟିଆ ମାମଲାର ରାଜନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଖଣ୍ଡପୀଠ ଗତ ଅଗଷ୍ଟ ୩୧ ଶୁଣାଣିରେ ପରାମର୍ଶ ଦେଇଥିଲେ। ଏଥିଲାଗି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଆଠ ସପ୍ତାହ ସମୟ ମିଳିଥିଲା; ମାତ୍ର ସମୟ ବିତିଯାଇଥିଲେ ମଧ୍ୟ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସମସ୍ୟାର ଆପୋଷ ସମାଧାନ ଲାଗି କୌଣସି ପଦକ୍ଷେପ ନେଇନାହନ୍ତି। ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ଅଦାଲତ ଅବମାନନା ମାମଲା ବିଚାରାଧୀନ ଥିବା ସତ୍ତ୍ବେ ଆନ୍ଧ୍ରପ୍ରଦେଶ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୦୦୬ ନିର୍ଦେଶନାମାକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଓଡ଼ିଶା ସୀମା ମଧ୍ୟରେ ଜୋର ଜବରଦସ୍ତ ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଗତିବିଧି ଚଳାଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories