www.samajalive.in
Monday, December 8, 2025
17.1 C
Bhubaneswar

ବିଡାନାସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶହେ କୋଟି ଟୀକାକରଣ ପାଇଁ ସମ୍ବର୍ଦ୍ଧନା

କଟକ ନଗର ଭାଜପା ସଂଖ୍ୟା ଲଘୁ ମୋର୍ଚ୍ଚା ତରଫରୁ ଆଜି ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ବିଡାନାସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଟୀକାକରଣ କେନ୍ଦ୍ରଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରି ଶହେ କୋଟି ଟୀକାକରଣ ପୂର୍ତ୍ତି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ, ଜିଲ୍ଲା ମିଶନଶକ୍ତି ସହ ସଂଯୋଜିକା ନମିତା ମିଶ୍ର, ମହମ୍ମଦ ମୁସ୍ତାକିମ, ଶ୍ୟାମ ସୁନ୍ଦର ସାହୁ, ସଂଯୋଜ ସାମନ୍ତରାୟ, ରମେଶ ଦାସ, ଶେଖ ଜୁନେଦ ଖାଁ, ଶେଖ ରିଆଜ୍ଜୁଦ୍ଦିନ, ଅବଦୁଲ ମୋକିତ, ମହମ୍ମଦ ଫିରୋଜ, ନଜ଼ମା ବେଗମ, ମହମ୍ମଦ ଜାଭେଦ, ଶେଖ ଆୟୁବ, ମହମ୍ମଦ ଆଲମ, ଉଷା ପାତ୍ର, ନୃସିଂହ ପାତ୍ର, ଦେବାଶିଷ ନାଏକ, ତପନ ଦଳେଇ, ଶେଖ ରାଜୁ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ। ବିଶ୍ୱରେ ସର୍ବାଧିକ ଶୃଙ୍ଖଳିତ ପ୍ରକ୍ରିୟାରେ ଶହେ କୋଟି ଟିକା ଦାନ ସମ୍ପୁର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତାମାନେ ଧନ୍ୟବାଦ ଜଣାଇଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ କର୍ମଚାରୀ ଓ ରୋଗୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories