www.samajalive.in
Monday, December 8, 2025
13.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉପକାରୀ ସଜନା ଛୁଇଁ

ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।

ପରୀକ୍ଷାରୁ ଜଣାପଡ଼ିଛି ଯେ ସଜନା ଛୁଇଁରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି। ଏଣୁ ବୟସ୍କ ଲୋକେ ପ୍ରତ୍ୟହ ଏହାର ଭଜା ଖାଇଲେ ସେମାନଙ୍କ ଆଣ୍ଠୁଗଣ୍ଠି ଦରଜ ଭଲ ହେବା ସହ ଅଣ୍ଟା ବ୍ୟଥା ଦୂର ହୁଏ।

- Advertisement -

ଭିଟାମିନ୍ ସି ମଧ୍ୟ ଏହି ପରିବାରେ ଆବଶ୍ୟକ ପରିମାଣରେ ଅଛି। ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଥଣ୍ଡା, ସର୍ଦିରୁ ରକ୍ଷା ମିଳିବା ସହ ତ୍ବଚା ରୋଗ ମଧ୍ୟ ହୋଇନଥାଏ।
ଗର୍ଭବତୀ ମହିଳାଙ୍କ ପାଇଁ ଏହା ଏକ ଉତ୍ତମ ପରିବା। ଦୈନନ୍ଦିନ ସେମାନେ ଏହି ପରିବାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଶରୀରକୁ ଶକ୍ତି ମିଳିବ ।

ସୌନ୍ଦର୍ୟ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବା ଯୁବତୀ ଓ ମହିଳାମାନେ ନିୟମିତ ଭାବେ ସଜନା ଛୁଇଁ ରସ କିମ୍ବା ଏହାର ଭଜା ଖାଇବା ଭଲ। ଏହି ପରିବା ଆଖିର ଜ୍ୟୋତି ବଢ଼ାଇବା ସହ ବୟସର ଛାପ କମ୍ କରିଥାଏ।

ସଜନା ଛୁଇଁ ଖାଇବା ଦ୍ବାରା ରକ୍ତ ପରିଷ୍କାର ହେଉଥିବାର ବିଶେଷଜ୍ଞଙ୍କ ମତ।

ପିଲାଠାରୁ ବୟସ୍କ ସମସ୍ତେ ସପ୍ତାହକୁ ୨-୩ଥର ସଜନା ଛୁଇଁ ତରକାରି ଖାଇବା ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories