www.samajalive.in
Thursday, December 11, 2025
23.1 C
Bhubaneswar

ଆଠମଲ୍ଲିକରେ କାର୍ଯ୍ୟକାରୀ ହେଉ ଆଦର୍ଶ ପୋଖରୀ ଯୋଜନା

ଆଠମଲ୍ଲିକ: ଆଠମଲ୍ଲିକ ଏନଏସି ରେ ଅନେକ ପୋଖରୀ ରହିଛି। ଆଠମଲ୍ଲିକ ରାଜାଙ୍କ ରାଜତ୍ୱ କାଳରେ ପ୍ରାୟ ଛୋଟ ବଡ କରି ୧୦ଟି ପୋଖରୀ ଖୋଳା ଯାଇଥିଲା। ପୋଖରୀଗୁଡିକ ଖୋଲାଯାଇଥିବାରୁ ତାହା ଚାଷ ଓ ଲୋକଙ୍କ ସ୍ନାନଦି କାର୍ଯ୍ୟରେ ଯଥେଷ୍ଟ ସହାୟକ ହେଉଥିଲା। ରାଜା ଖୋଳିଥିବା ପୋଖରୀଗୁଡିକ ସ୍ୱାଧୀନତା ପରେ କଇଁତଗଡ ପଞ୍ଚାୟତ ଓ ପରେ ଏହା ଆଠମଲ୍ଲିକ ଏନଏସି ଅଧୀନକୁ ଚାଲି ଆସିଥିଲା। ପୋଖରୀ ଗୁଡିକ ଏକପ୍ରକାର ଆୟତ କ୍ଷେତ୍ର ଅଙ୍କିଲା ଭଳି ଅବସ୍ଥାପିତ।ଏସବୁ ପୋଖରୀଗୁଡ଼ିକୁ ଆଦର୍ଶ ପୋଖରୀ ଯୋଜନାରେ ସାମିଲ କରି ନୂଆ ରୂପ ଦେବା ପାଇଁ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରୁ ଆଠମଲ୍ଲିକ ଆସିଥିଲେ। ପୋଖରୀଗୁଡିକ ବୁଲି ଦେଖିବା ପରେ ୧୦ଟି ପୋଖରୀର ପୁର୍ନରୁଦ୍ଧାର ପାଇଁ ସ୍ବୀକୃତି ଦେଇଥିଲେ।

 

- Advertisement -

ଆଠମଲ୍ଲିକ ଏନଏସି କର୍ତ୍ତୃପକ୍ଷ ମଧ୍ୟ ଆଦର୍ଶ ପୋଖରୀ ଯୋଜନାରେ ଏସବୁ ପୋଖରୀଗୁଡିକର ପୁର୍ନରୁଦ୍ଧାର ପାଇଁ ଚିଠି ଲେଖିଥିଲେ। ଗୋଟିଏ ପୋଖରୀର ନବୀନକରଣ ପାଇଁ ପ୍ରାୟ ୨ ରୁ ୩ କୋଟି ଟଙ୍କା ଆକଳନ କରାଯାଇଥିଲା। ଯୋଜନା ବିବରଣୀ ରିପୋର୍ଟକୁ ମଧ୍ୟ ପ୍ରସ୍ତୁତ କରାଗଲା। କିନ୍ତୁ ପରିଶେଷରେ କୋୖଣସିଟି ପୋଖରୀ ଆଦର୍ଶ ପୋଖରୀରେ ଯୋଜନାରେ ସାମିଲ ହୋଇପାରିଲା ନାହିଁ। ଅପରପକ୍ଷରେ ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରା କହିଛନ୍ତି ଯେ ଖୁବଶୀଘ୍ର ଏହି ଘଟଣାକୁ ଅନୁଧ୍ୟାନ କରଯାଇ ଆଦର୍ଶ ପୋଖରୀ ଯୋଜନାକୁ କାର୍ଯ୍ୟକରି କରାଯିବ। ଏ ବିଷୟରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି ଯେ ଆଦର୍ଶ ପୋଖରୀ ଯୋଜନାର ଅଟକଳ ମୂଲ୍ୟର ୧୦% ପ୍ରତିଶତ ବିଭାଗକୁ ଦେବାକୁ ପଡିଥାଏ ତାହା ବିଭାଗ ଦେଇପାରିଲା ନାହିଁ ବୋଲି ଆଦର୍ଶ ପୋଖରୀ ଯୋଜନାର ଫାଇଲଟି ପଡ଼ିରହିଲା। ଆଠମଲ୍ଲିକ ଏନଏସିର ଅନ୍ୟୁନ ୨ ପୋଖରୀକୁ ଆଦର୍ଶ ପୋଖରୀ ଯୋଜନାରେ ସାମିଲ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ସେ କହିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories