www.samajalive.in
Wednesday, December 10, 2025
18.1 C
Bhubaneswar

ଶୋଚନୀୟ ହୋଇପଡିଛି ସରସରା ଗ୍ରାମ ମୁଖ୍ୟରାସ୍ତା 

ବୌଦ୍ଧ  : ବୌଦ୍ଧଜିଲ୍ଲାର ସବୁଠାରୁ ବଡ ଗ୍ରାମମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକର ସରସରା ଗ୍ରାମ ଅନ୍ୟତମ । ସରସରା ପଂଚାୟତରେ ୧୪ ଟି ୱାର୍ଡ ରହିଥିବା ବେଳେ ପଂଚାୟତରେ ୮ ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଅଛନ୍ତି । ସେଥିମଧ୍ୟରୁ ଏହି ସରସରା ଗ୍ରାମର ଜନସଂଖ୍ୟା ତିିନି ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଗ୍ରାମରେ ଛଅଟି ୱାଡ ର୍ରହିଛି । ଏହି ଗ୍ରାମଟି ସରସରା ପଂଚାୟତର ସଦର ମହକୁମା ହୋଇଥିବା ବେଳେ ଗ୍ରାମର ମୁଖ୍ୟରାସ୍ତା କୁହାଯାଉଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ହୋଇପଡିରହିଛି । ବର୍ଷା ହେଲେ ଗ୍ରାମରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛିଁ । ଗ୍ରାମ ନିକଟରେ ଥିବା ପାଣି, କେନାଲ ପାଣି ସବୁ ଡ୍ରେନରେ ଯାଇନପାରି ରାସ୍ତା ଉପରେ ଯାଉଥିବାରୁ ଜନସାଧାରଣଙ୍କ ଯିବା ଆସିବାରେ ସମସ୍ୟା ଦେଖାଦେଉଛି । ଡ୍ରେନ ଗୁଡିକର ବିଭିନ୍ନ ସ୍ଥାନରେ ପୋତି ହୋଇ ପଡିବା ଫଳରେ ଘରର ମଇଳା, ଆବର୍ଜନା ପାଣି ସବୁ ଡ୍ରେନରେ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଚାଲୁଛି । ଏହି ରାସ୍ତାଟି ଗ୍ରାମର ମୁଖ୍ୟରାସ୍ତା ହୋଇଥିବା ବେଳେ ଚଳପ୍ରଚଳ ପାଇଁ ଏହି ରାସ୍ତା ଉପରେ ଗ୍ରାମର ଅଧିକାଂଶ ଲୋକ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ପଂଚାୟତର ପିଲାମାନେ ସ୍କୁଲକୁ ଯିବା ଆସିବା କରୁଛନ୍ତି । ସେହିପରି ଏହି ରାସ୍ତାରେ ପୋଷ୍ଟ ଅଫିସ,ସେବା ସମବାୟ ସମିତି, ଆରଆଇ ଅଫିସ, ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରିଥାନ୍ତି । ରାସ୍ତାଟି ଶୋଚନୀୟ ପଡିରହିଥିବାରୁ ଲୋକମାନେ ନ।ହିଁ ନଥିବା ହଇର।ଣ ହରକତ ହେବାକୁ ପଡୁଛି । ଏପରିକି ଗ୍ରାମକୁ ଆମ୍ବୁଲେନ୍ସ ଆସିବାରେ ମଧ୍ୟ ସମସ୍ୟା ଦେଖାଦେଉଥିବାର ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏହି ଗ୍ରାମଟି ବୌଦ୍ଧ ସଦର ମହକୁମାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ  । ସରକାର ଗ୍ରାମାଚଂଳର ବିକାଶ କଥା କହି କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଗ୍ରାମ ଗୁଡିକର ରାସ୍ତାର ବିକାଶ ହୋଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପ୍ରଶାସନ ସରସରା ଗ୍ରାମର ଏହି ମୁଖ୍ୟରାସ୍ତାର ଉନ୍ନତି କରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ରାସ୍ତା ଉପରେ ଜମି ରହୁଥିବା ପାଣି ଗୁଡିକୁ କିପରି ନିଷ୍କାସନ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବିହେଉଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories