www.samajalive.in
Tuesday, December 9, 2025
16.1 C
Bhubaneswar

ସନ୍ଦେହ ଘେରରେ ସ୍ବାମୀ ଓ ସ୍ତ୍ରୀଙ୍କ ସମୁଦ୍ର କୂଳରୁ ମୃତ ଦେହ ଉଦ୍ଧାର ଘଟଣା

ଗୋପାଳପୁର : ଗତ ୧୨ ତାରିଖରେ ଗୋପାଳପୁର ବେଳାଭୂମିର ମୁହାଣ ଅଞ୍ଚଳରୁ ଭାସମାନ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା ସହ ୧୪ ତାରିଖରେ ଆର୍ଜିପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଉପୁଲାପୁଟି ବେଳାଭୂମିରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ଘଟଣାରେ ଶବ ଚିହ୍ନଟ ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଲା ତାହା ରହସ୍ୟାବୃତ୍ତ ହୋଇ ରହିଛି। ଶବ ଉଦ୍ଧାର ଘଟଣା ପରେ ଗୋପାଳପୁର ଥାନା ଓ ଆର୍ଜିପଲ୍ଲୀ ସାମୁଦ୍ରିକ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଦୁଇ ଥାନାର ଆଇଆଇସି ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ବୈଦନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଅଞ୍ଚଳର ଚିରଞ୍ଜିବୀ ଆଚାରୀ ଓ ଦମୟନ୍ତୀ ଆଚାରୀ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ହୋଇଥିବା ବେଳେ ଫଳ ଦୋକାନ କରିଥିଲେ। ୧୨ ତାରିଖ ଦିନ ଉଭୟେ ବଡବଜାର ଅଞ୍ଚଳରେ ରହୁଥିବା ତାଙ୍କ ଭାଇଙ୍କ ଘରକୁ ଯାଇ ସେଠାରୁ ଘରକୁ ଫେରିଥିଲେ । କିନ୍ତୁ ଘରକୁ ଯିବା ପରିବର୍ତ୍ତେ କେଉଁ ପରିସ୍ଥିତିରେ ସେମାନେ ଗୋପାଳପୁରରେ ପହଞ୍ଚିଥିଲେ ଏବଂ ସେମାନଙ୍କ ମୃତଦେହ ବେଳାଭୂମିରୁ ମିଳିଥିଲା ତାହା ସମ୍ପୂର୍ଣ୍ଣ ରୂପେ ସନ୍ଦେହ ଘେରରେ ରହିଛି । ୧୨ ତାରିଖ ସନ୍ଧ୍ୟାରେ ଦମୟନ୍ତୀଙ୍କ ମୃତ ଦେହ ଗୋପାଳପୁର ମୁହାଣ ଅଞ୍ଚଳରୁ ମିଳିଥିବା ବେଳେ ଦୁଇଦିନ ପରେ ୧୪ ତାରିଖରେ ତାଙ୍କର ସ୍ବାମୀ ଚିରଞ୍ଜିବୀଙ୍କ ମୃତ ଦେହ ଉପୁଲାପୁଟି ବେଳାଭୂମିରୁ ମିଳିଥିଲା । କିନ୍ତୁ ଦମୟନ୍ତୀଙ୍କ ମୃତ ଦେହକୁ ପରିବାର ଲୋକ ୧୪ ତାରିଖରେ ବ୍ରହ୍ମପୁର ବଡ ମେଡିକାଲରେ ଚିହ୍ନଟ କରିଥିଲେ। ଘଟଣା ନେଇ ପରିବାର ବର୍ଗ ଙ୍କ ପକ୍ଷରୁ କୈାଣସି ସୂଚନା ମିଳି ପାରିନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories