www.samajalive.in
Tuesday, December 9, 2025
17.1 C
Bhubaneswar

ଆସନ୍ତାକାଲି ଭାରତ-ଆମେରିକା ଆର୍ଥିକ ସହଯୋଗ ଶିଖର ବୈଠକ

ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକାର ଅର୍ଥମନ୍ତ୍ରୀ ଜ୍ୟାନେଟ୍‍ ୟେଲେନ୍‍ଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥମନ୍ତ୍ରୀ ସୀତାରମଣ ଏକ ସପ୍ତାହ ଧରି ଆମେରିକା ଗସ୍ତରେ ଅଛନ୍ତି। ଭାରତ-ଆମେରିକା ଆର୍ଥିକ ଓ ଅର୍ଥନୈତିକ ସହଯୋଗ ଶିଖର ବୈଠକରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ଏହା ଅଷ୍ଟମ ଭାରତ-ଆମେରିକା ଆର୍ଥିକ ଓ ଅର୍ଥନୈତିକ ସହଯୋଗ ବୈଠକ ହେବ। ଏଥିରେ ଆମେରିକା ଫେଡେରାଲ୍‍ ରିଜର୍ଭର ପରିଚାଳନା ବୋର୍ଡ ଅଧ୍ୟକ୍ଷ ଜେରୋମ୍‍ ପାୱେଲ୍‍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅଂଶ ଗ୍ରହଣ କରିବେ।

ଅର୍ଥମନ୍ତ୍ରୀ ଜି-୨୦ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମୟରେ ସେ ପୁଞ୍ଜି ନିବେଶକାରୀମାନଙ୍କ ସହ ଏକ ଗୋଲ୍‍ ଟେବୁଲ୍‍ ବୈଠକରେ ଯୋଗଦେବେ। ଭାରତ-ଆମେରିକା ବ୍ୟବସାୟିକ ପରିଷଦ ଓ ଭଜ଼ର୍ଜ଼ଟିୟାଜ଼ ବ୍ୟବସାୟୀ ମହାସଂଘ ମିଳିତ ଭାବେ ଏହାର ଆୟୋଜନ କରିବେ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ଅଫିସରମାନଙ୍କ ସହ କଥାବାର୍ତ୍ତାରେ ଯୋଗଦେବା ସମୟରେ ଶ୍ରୀମତୀ ସୀତାରମଣ’ ଜ୍ୟାନେଟ୍‍ ୟେଲେନ୍‍ଙ୍କ ସହ ଏକ ବୈଠକରେ କଥାବାର୍ତ୍ତା କରିବେ। ଆମେରିକା ଅର୍ଥ ବିଭାଗ ଏକ ବିବୃତିରେ କହିଛି ଭାରତ – ଆମେରିକା ସଂପର୍କରେ ସଂପ୍ରତି ଘଟିଥିବା ଉନ୍ନତି ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। କରୋନା ସଂକ୍ରମଣ ଯୋଗୁଁ ବିଶ୍ୱ ଅର୍ଥନୈତିକ ସ୍ଥିତିରେ ଆସିଥିବା ମନ୍ଥରତାକୁ ଦୂର କରିବା, ଜଳବାୟୁ ପରିବର୍ତ୍ତନ, ଆନ୍ତର୍ଜାତିକ ପ୍ରସଙ୍ଗ ଓ ଆର୍ଥିକ ନିୟମାବଳୀ ଭଳି ଅନେକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବା ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories