www.samajalive.in
Wednesday, December 10, 2025
26.1 C
Bhubaneswar

ମୃତ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଓଭର ବ୍ରିଜ ତଳୁ ଏକ ଯୁବକଙ୍କ ଗଳିତ ଶବକୁ ପୁଲିସ ଆଜି ଅପରାହ୍ନରେ ଉଦ୍ଧାର କରିଛି। ଗଳିତ ଶବଟି ଯୁବକ ଜଣଙ୍କ ବ୍ରହ୍ମପୁର ଗାନ୍ଧୀନଗର ପଞ୍ଚମ ଲେନର ଏଲ. ରାକେଶ ଆଚାରି ଵୟସ ପ୍ରାୟ ୩୦ ହୋଇଥିବା ଗୋପାଳପୁର ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି। ସୂଚନା ପ୍ରକାରେ ଆଜି ଡୁରା ଓଭର ବ୍ରିଜ ତଳେ ଯୁବକଟି ମୃତ ଅବସ୍ଥାରେ ପଡିଥିବା ଦେଖି ଲୋକେ ଗୋପାଳପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ଯୁବକଙ୍କ ଶବ ଉଦ୍ଧାର ନେଇ ବିଭିନ୍ନ ସୋସିଆଲ ମିଡ଼ିଆ ରେ ପ୍ରଚାର ହେବା ପରେ ମୃତ ରାକେଶ ଙ୍କ ପରିବାରର ମା ଓ ଭଉଣୀ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।
ପରିବାର ଲୋକଙ୍କ କହିବା ଅନୁସାରେ ଗତ ଶୁକ୍ରବାର ଠାରୁ ରାକେଶ ଘରୁ ଯାଇଥିବା ବେଳେ ନିଖୋଜ ରହିଥିଲେ । ପୁଲିସ ପକ୍ଷରୁ ଘଟଣା ନେଇ ୨୨/୨୧ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ  ନିମନ୍ତେ ବ୍ରହ୍ମପୁର ମେଡ଼ିକାଲ ପଠାଯାଇ ଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି। ଏହା ସହ କେଉଁ ପରିସ୍ଥିତିରେ କିପରି ରାକେଶ ଙ୍କ ମୃତ୍ୟୁ ଘଟିଲା ତାହା ନେଇ ମଧ୍ୟ ତଦନ୍ତ ଜୋରଦାର କରାଯାଇଥିବା ଆଇଆଇସି ମାଧବାନନ୍ଦ ନାୟକ ପ୍ରକାଶ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories