www.samajalive.in
Friday, December 12, 2025
19.1 C
Bhubaneswar

୧୪୧ ଜଣ ଋଣଗ୍ରହୀତାଙ୍କର ପାଇଁ ୧୬କୋଟି ୪୬ ଲକ୍ଷ ୪୩,୫୦୦ ଟଙ୍କାର ଋଣ ମଞ୍ଜୁର

ନବରଙ୍ଗପୁର :ଭାରତ ସରକାରଙ୍କର ଅର୍ଥସେବା ବିଭାଗ ନିର୍ଦ୍ଦେଶ ଅନୁସାରେ ନବରଙ୍ଗପୁର ଲିଡ୍‍ ବ୍ୟାଙ୍କ ଆନୁକୂଲ୍ୟରେ ଜିଲାସ୍ତରୀୟ ଋଣ ସଂଯୋଗୀକରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୁଲିସ ପଡିଆ ଠାରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଉଦ୍‍ଘାଟନ କରିଥିଲେ। ଏହି ମେଳା ଦ୍ୱାରା ଜିଲାର ସମସ୍ତ ବର୍ଗ ଉପକୃତ ହୋଇ ପାରିବେ ବୋଲି କହିବା ସହିତ ଋଣ ନେଇଥିବା ମହିଳା ସ୍ୱୟଂସହାୟିକାଗୋଷ୍ଠି ମାନେ ଠିକ୍‍ ସମୟରେ ଋଣ ପରିଶୋଧ କରି ପରବର୍ତ୍ତୀ ସମୟରେ ଅଧିକ ଋଣ ମିଳିପାରିବ ବୋଲି କହିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ବ୍ୟାଙ୍କମାନେ ମହିଳା ସ୍ୱୟଂସହାୟିକାଗୋଷ୍ଠି ଙ୍କୁ ଋଣ ପ୍ରଦାନକଲେ ଗ୍ରାମାଞ୍ଚଳରେ ସେମାନଙ୍କର ବଞ୍ଚିବାର ମାନରେ ଉନ୍ନତି ଆସିପାରିବ। ଏହି ମେଳା ଦ୍ୱାର ବ୍ୟାଙ୍କ ଲୋକଙ୍କର ନିକଟତର ହୋଇ ପାରିଥିବା କହିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ବ୍ୟାଙ୍କଗୁଡିକ ତାଙ୍କୁ ଦିଆଯାଇଥିବା ଲକ୍ଷ୍ୟ ପୂଣ କରିବାକୁ କହିବା ସହ ଅଧିକ ମହିଳା ସ୍ୱୟଂସହାୟିକାଗୋଷ୍ଠିକୁ ଋଣ ଦେଇ ଏହି ମେଳାକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ।

 

- Advertisement -

ଲିଡ୍‍ ବ୍ୟାଙ୍କ ପରିଚାଳକ ସୁକୁମାର ବକ୍ସି କହିଥିଲେ ଯେ, ବ୍ୟାଙ୍କରର୍ସ ମାନେ କୋଭିଡ୍‍ ଯୋଦ୍ଧା ଭାବେ କାର୍ଯ୍ୟକରି ସେମାନେ ସାଧାଣରଣ ଲୋକଙ୍କର ଜୀବିକା ବଞ୍ଚାଈ ପାରିଛନ୍ତି। ମଞୁର ହୋଇ ଥିବା ଋଣକୁ ତୁରନ୍ତ ପ୍ରଦାନ କରିବାକୁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲୋ ଅତିକମରେ ୨ଲକ୍ଷ ଟଙ୍କାର ଋଣ ମହିଳା ସ୍ୱୟଂସହାୟିକାଗୋଷ୍ଠି୍‍କୁ ଦେବା ଉଚିତ ବୋଲି କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଷ୍ଟେଟବ୍ୟାଙ୍କର ଜୟପୁର ଆଞ୍ଚଳିକ ଶାଖାକାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ପଦ୍ମନ ପ୍ରଧାନ, ନବରଙ୍ଗପୁର ବଣିକ ସଂଘର ସଭାପତି ସୁଶୀଲ ଜୈନ, ସମ୍ପାଦକ ପି.ଲିଙ୍ଗାମୂର୍ତ୍ତୀଙ୍କର ସମତେ ବିଭିନ୍ନଲାଇନ ବିଭାଗର ଅଧିକାରୀ ଓ ବ୍ୟାଙ୍କଅଧିକାରୀ ମାନେ ଯୋଗଦେଇଥିଲେ। ଏହି ଅବସରରେ ପ୍ରାୟ ୧୪୧ ଜଣ ବିଭିନ୍ନ ଋଣଗ୍ରହିତାଙ୍କର ପାଇଁ ମୋଟ ୧୬କୋଟି ୪୬ ଲକ୍ଷ ୪୩ ହଜାର ୫୦୦ ଟଙ୍କାର ଋଣ ମଞୁର କରାଯାଇଥିଲା। ଆସନ୍ତା ୨୬ ତାରିଖରେ ପୁନର୍ବାର ଏହି କାର୍ଯ୍ୟକ୍ରମ ରହିଥିବାବେଳେ ଯୋଗ୍ୟ ଲୋକମାନେ ଋଣ ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି। ବିଶେଷ କରି କୃଷି, କ୍ଷୁଦ୍ର ଶିଳ୍ପ, (ଏମଏସ ଏମଇ),ସାମାଜିକ ସୁରକ୍ଷା ଯୋଜନା, ପିଏଇଜିପି, ଏମକେୱାଇ, ମୁଦ୍ରା ଇତ୍ୟାଦି ଯୋଜନାରେ ଋଣ ମଞୁର କରାଯାଇଛି। ଏହି ଅବସରରେ ୧୬ଟି ବ୍ୟାଙ୍କ ପକ୍ଷରୁ ଷ୍ଟଲ ଖୋଲାଯାଇଥିଲା।
ଫୋଟ ଯାଇଛି ,ବାଙ୍କ ବିହାରୀ ବିଷୋୟୀ

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories