www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟାବାଞ୍ଜି ପୋଲିସର ସଟା ଗଦି ଉପରେ ଚଢ଼ାଉ, ଦୁଇ ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୋଲିସ ସ୍ଥାନୀୟ ଆମ୍ବେଦକର ଛକ ନିକଟ ଏକ ସଟା ଗଦି ଉପରେ ଚଡାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ, ନଗଦ ୪୩୨୦ ଟଙ୍କା, ସଟ୍ଟା ଚିଟ, ହିସାବ ଖାତା ଓ ସଟ୍ଟା ଚାଟ ଜବତ କରି ଥିବା ଜଣାପଡିଛି। ନୂତନ ଭାବେ କଣ୍ଟାବାଞ୍ଜି ଥାନା ଏଏସଆଇ ପରମା ନନ୍ଦ ମାଝୀ ପୁଲିସ ଫୋର୍ସ ସହ ପୂର୍ବରୁ ଖବର ପାଇ ପୁରୁଣା ପୋଷ୍ଟ ଅଫିସ ନିକଟ ଏକ ଘରେ ଚଢାଉ କରି ବିକାଶ ସୋନି ଓ କୀର୍ତି ପୁଟେଲଙ୍କୁ ଧରି ଥିଲେ।  ଏମାନଙ୍କ ନାମରେ ଏତଲା ଦେବା ପରେ ଏସ ଆଇ ହୀରା ଖାଲକୋ ଏକ ମାମଲା ରୁଜୁ କରି  ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଜି ଅପରାହ୍ନରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଚାଲାଣ କରିଥିଲେ । ପରେ ମାଜିଷ୍ଟ୍ରେଟ ଦୁଇ ଅଭିଯୁକ୍ତଙ୍କର ଜାମିନ ଆବେଦନ ନାମଞ୍ଜୁର କରିଥିବାରୁ, କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories