www.samajalive.in
Wednesday, December 10, 2025
18.1 C
Bhubaneswar

ଜାଣନ୍ତୁ ଘରର କିଛି ଜିନିଷ ଓ ଏହାସହ ଜଡିତ କିଛି ଉପାୟ

ଘରର ପ୍ରତ୍ୟେକ ଛୋଟ ଜିନିଷର ନିଜର ଏକ ବିଶେଷ ମହତ୍ତ୍ୱ ସହ ଗୃହ ପାଇଁ ଯୋଗଦାନ ମଧ୍ୟ ରହିଛି। ଏହି ସମସ୍ତ ଘରୋଇ ଜିନିଷ ଗୃହରେ ସମ୍ପନ୍ନତା ଓ ସମୃଦ୍ଧି ବୃଦ୍ଧି କରିଥାଏ। ମାତ୍ର ଘରେ ଥିବା ସେହି ସମସ୍ତ ଦ୍ରବ୍ୟର ଜୀବନ ଉପରେ କି ପ୍ରଭାବ ପକାଏ ଓ କି ଲାଭ ପ୍ରଦାନ କରିଥାଏ ଜାଣନ୍ତୁ ….
ଛୁରୀ –
ଛୁରୀକୁ ସବର୍ଦା ରୋଷେଇ ଘରେ ଓଲଟା ଲଟକାଇ ରଖିବା ଉଚିତ।
ଏହାର ଧାର ତଳକୁ ହୋଇ ରହିବା ଉଚିତ। ଧାର ନଥିବା କିମ୍ବା ଜଙ୍କ ଲାଗିଥିବା ଛୁରୀ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି କରିଥାଏ।
ଘରେ ବଡ଼ ଛୁରୀ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ଉପରେ କୁପ୍ରଭାବ ପକାଇଥାଏ।
କେହି ବ୍ୟକ୍ତି ଆପଣଙ୍କୁ ଧାରୁଆ ଛୁରୀ ଦେଲେ ତା’ଠାରୁ ଗ୍ରହଣ କରିବା ମଧ୍ୟ ଉଚିତ ନୁହେଁ।
ଘରର ପାପୋଛ –
ଘରର ପାପୋଛକୁ ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ। ଚିରା କିମ୍ବା ଛିଣ୍ଡା ପାପୋଛ ଘରେ ରଖନ୍ତୁ ନାହିଁ।
ରୋଷେଇ ଘରର ବାସନ –
ରୋଷେଇ ଘରର ବାସନ ଆପଣଙ୍କୁ ସହଜରେ ଧନ ପ୍ରାପ୍ତି କରାଇପାରିବ।
ବାସନକୁସନକୁ ସର୍ବଦା ସଜାଇ ରଖନ୍ତୁ। ଏହାକୁ ଏଣେତେଣେ ରଖନ୍ତୁ ନାହିଁ।
ବାସନକୁ ସର୍ବଦା ସଫା ରଖନ୍ତୁ। ନଚେନ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସର୍ବଦା ଖରାପ ହୋଇ ଟଙ୍କା ଖର୍ଚ୍ଚ ହୋଇଥାଏ।
ଯେତେବେଳେ ନୂଆ ବାସନ କିଣୁଛନ୍ତି ସେଥିରେ ପ୍ରଥମେ କ୍ଷୀର ଫୁଟାନ୍ତୁ ନଚେନ କ୍ଷୀରୀ ପ୍ରସ୍ତୁତ କରନ୍ତୁ। ଶନିବାର ବାସନ କିଣନ୍ତୁ ନାହିଁ।
ଝାଡ଼ୁ –
ଝାଡ଼ୁ ଘରର ଏକ ମହତ୍ତ୍ୱପୂର୍ଣ୍ଣ ଜିନିଷ।
ଏହା ଘରର ଆର୍ଥିକ ସ୍ଥିତି ସହ ମଧ୍ୟ ଜଡ଼ିତ ବୋଲି କୁହାଯାଏ।
ଝାଡ଼ୁର ଅନାଦର କରିବା, ଗୋଡ଼ରେ ଲଗାଇବା, ଭଙ୍ଗା ଝାଡ଼ୁ ରଖିବା ଦ୍ୱାରା ଗୃହରେ ଆର୍ଥିକସ୍ଥିତି ଉପରେ କୁପ୍ରଭାବ ପକାଇଥାଏ। ଗୃହରେ ଝାଡ଼ୁକୁ ସର୍ବଦା ଲୁଚାଇ ରଖିବା, ସୂର୍ୟ୍ୟାସ୍ତ ସମୟରେ ଓ ସୂର୍ୟ୍ୟାସ୍ତ ପରେ ଝାଡ଼ୁ କରିବା ଉଚିତ ନୁହେଁ।
କଇଁଚି –
କଇଁଚିର ମହତ୍ତ୍ୱପୂର୍ଣ୍ଣ ଭୂମିକା ପରିବାରର ସଦସ୍ୟଙ୍କ ଉପରେ ରହିଛି।
ଏହାର ଭୁଲ ପ୍ରୟୋଗ କରାଗଲେ ସମ୍ପର୍କ ମଧ୍ୟରେ ତିକ୍ତତା ଆସିଥାଏ।
କଇଁଚିକୁ ସର୍ବଦା ଏକ କପଡ଼ାରେ ଓ କାଗଜରେ ଗୁଡ଼ାଇ ରଖିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥାଏ।
ବିନା କାରଣରେ କଇଁଚିର ବ୍ୟବହାର କରନ୍ତୁ ନାହିଁ। ନଚେତ ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ।
କେହି ପଡ଼ିଶା ଅଥବା ଅନ୍ୟ ବ୍ୟକ୍ତି କଇଁଚି ବ୍ୟବହାର ପାଇଁ ମାଗିଲେ ଦେବା ଉଚିତ ନୁହେଁ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories