www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦୁଝର ଜିଲ୍ଲା ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

ପାଟଣା : କେନ୍ଦୁଝର ଜିଲ୍ଲା ଓଡ଼ିଶା ମାଧ୍ୟବିକ ଶିକ୍ଷକ ସଂଘ ( ଓଷ୍ଟା )ର ସାମ୍ବିଧାନିକ ସମ୍ମିଳନୀ ପାଟଣା ଥାନା ଅନ୍ତର୍ଗତ ଶିଆଳିଯୋଡା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବରେ ଶାନ୍ତନୁ କୁମାର ମିଶ୍ର ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ପାଟଣା ଯୁବ ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ତାଙ୍କ ପରିବାରରେ ଏକାଧିକ ଶିକ୍ଷକତା କ୍ଷେତ୍ରରେ ଥିଲେ ଓ ସେ ଶିକ୍ଷକ ପରିବାରରୁ ଆସିଥିବାରୁ ଶିକ୍ଷକ ମାନେ ରାଷ୍ଟ୍ର ନିର୍ମାଣର ଏକ ପ୍ରମୁଖ ଅଙ୍ଗ ବୋଲି ମତ ପ୍ରକାଶ କରିଥିଲେ। କାର୍ୟ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଓଷ୍ଟାର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ରାଜ୍ୟ କାର୍ୟ୍ୟକାରି ସଭାପତି ଭିକାରୀ ସାହୁ, ଓଷ୍ଟା ର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଯୁଗ୍ମ ସାଧାରଣ ସଂପାଦକ ରଞ୍ଜନ ଦାସ, ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ସାମଲ, ମଧୁସୂଦନ ଦେ, ବିନାୟକ ପରିଡ଼ା, ବିଜୟ କୁମାର ଛତ୍ର, ରାଜ୍ୟ ଉପସଭାପତି ସନ୍ତୋଷ କୁମାର ବିଶ୍ବାଳ ପଡୋଶୀ ଯାଜପୁର ଜିଲ୍ଲାର ସମ୍ପାଦକ ବ୍ରଜ ବିଶ୍ୱାଳ ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦାସ, ରମାକାନ୍ତ ମହାପାତ୍ର, ରାଜ୍ୟ କାର୍ୟ୍ୟକାରି ସଭ୍ୟ ବାସୁଦେବ ମହାନ୍ତ, ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାନ୍ତ, ଜିଲ୍ଲା ସମ୍ପାଦକ କ୍ଷୀରୋଦ କୁମାର ରାଉତ, ଯୋଗଦାନ କରିଥିଲେ । ଉକ୍ତ ସମ୍ମିଳନୀରେ ଜିଲ୍ଲାର ୫୦୦ ଶିକ୍ଷକ କରୋନା ନିୟମ ମାନି ଯୋଗଦାନ କରିଥିଲେ। ଶେଷରେ ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିଲା ସାହାରପଡା ବ୍ଲକ ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାନ୍ତ ଙ୍କ ସହ ଏହି ବ୍ଳକ ର ସମସ୍ତ ବିଦ୍ୟାଳୟ ଓ ଏହି ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିବାରୁ ଓଷ୍ଟା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories