ରେଢ଼ାଖୋଲ : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରେଢ଼ାଖୋଲ ଭୀମଭୋଇ ଛକଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟସ୍ୱାଗତ ସସ୍ୱର୍ଦ୍ଧନା ଦିଆଯାଇଛି। ଦଳୀୟ କର୍ମକର୍ତ୍ତା,ବୁଦ୍ଧିଜିବୀ,ବରିଷ୍ଠ ନାଗରୀକ,ଆଇନଜିବୀ,ଶିକ୍ଷାବିତ ଓ ଭିନ୍ନଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହିତ ଅଂଚଳର ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ର ମନ୍ତ୍ରୀ ରେଢ଼ାଖୋଲରେ ପହଞ୍ଚି ପୁର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ରାତ୍ରୀଯାପନ କରିଥିଲେ। ଶନିବାର ସକାଳ ୭ଟାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ତମ୍ଭ,ସନ୍ଥଳବି ଭୀମଭୋଇ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ।

ପ୍ରଧାନ ମନ୍ତ୍ରୀଙ୍କ ଆହ୍ନାନ କ୍ରମେ ସ୍ୱାବଲମ୍ବି ଭାରତ,ଆତ୍ମନିର୍ଭର ଭାରତ ଓ ଭୋକାଲ ଫର୍ ଲୋକାଲ ପାଇଁ ମୁଁ ଆଜି ଅଂଚଳର ଏ ପବିତ୍ର ଭୁମିକୁ ଦର୍ଶନ ପାଇଁ ଆସିଛି।ସଂଯୋଗ ବଶତଃ ବିଶ୍ୱର ସବୁଠୁ କ୍ରାନ୍ତୀକାରୀ ଚିନ୍ତାନାୟକ ପୁଜ୍ୟ ସନ୍ଥ କବି ଭୀମଭୋଇଙ୍କ ଜନ୍ମସ୍ଥାନ ରେଢ଼ାଖୋଲରେ ପହଞ୍ଚିଛି। ରେଢ଼ାଖୋଲ ଭୀମଭୋଙ୍କ ଜନ୍ମସ୍ଥାନ ବୋଲି ଆମେ ଓଡିଶାରେ ମାନ୍ୟତା ରଖୁ। ଏ ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାବଲମ୍ବି ଭାରତ ଓ ଭୋକାଲ ଫର୍ ଲୋକାଲ ପାଇଁ ପବିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ଠାରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଖଦୀ କିଣିବା ପାଇଁ ଆହ୍ୱାନ ଦେଇଛନ୍ତି। ଗତ ଜୁଲାଇ ମାସ ଠାରୁ ମୋତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ମିଳିବା ପରେ ଭାରତ ସରକାର ଗୋଟେ ନିଷ୍ପତି ନେଇଛନ୍ତି। ଭାରତୀୟ ସଂସ୍କୃତିରେ ଓଡିଆ ଜାତିର ଅନନ୍ୟ କ୍ରାନ୍ତୀକାରୀ ଚିନ୍ତାନାୟକ ସନ୍ଥକବି ଭୀମଭୋଇ ଯାହାଙ୍କ ବାଣୀରେ ଏତିକି ଶକ୍ତି ଥିଲା ତାଙ୍କ ଆଦର୍ଶରେ ମାହାତ୍ମଗାନ୍ଧୀ,ଲାଲବାହାଦୂର ଶାସ୍ତ୍ରୀ ଭଳି ଜନନାୟକ ଅନୁପ୍ରାଣିତ ହୋଇ ଦେଶକୁ ଆଗେଇ ନେଇଛନ୍ତି।

ଏଠାରେ ଜନ୍ମ ନେଇଥିବା ସନ୍ଥକବିଙ୍କ ବାଣୀରେ ଏତେ ସକ୍ତି ଥିଲା ଯେ “ମୋଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ”କୁ ମାନ୍ୟତା ଦେଇ ମିଳିତ ଜାତିସଂଘରେ ଲିପିବଦ୍ଧ କରି ରଖିଛି। ଭାରତ ବର୍ଷରେ ଏପ୍ରକାର ମୌଳିକ ଚିନ୍ତାନାୟକଙ୍କ ଜୀବନୀ ଓ ଦର୍ଶନ ଉପରେ ଯେତିକି ଗବେଷଣା ହେବା ଦରକାର ସେତିକି ହୋଇପାରି ନାହିଁ।ଶିକ୍ଷା ବିଭାଗ ଦାୟିତ୍ୱ ନେବାପରେ ୟୁନିଭରସିଟି ଗ୍ରାଣ୍ଟ କମଟୀ (ୟୁଜିସି)କୁ ମୁୁଁ ଗୋଟିଏ ଦାୟିତ୍ୱ ଦେଇଛି ଯେ ସନ୍ଥକବି ଭୀମଭୋଇଙ୍କ ବିଚାରଧାରା,ଆଦର୍ଶକୁ ଅଗ୍ରାଧିକାର ଦେଇ ଉଚ୍ଚତର ଗବେଷଣା କରାଯିବ ଓ ବିଭିନ୍ନ ବିଶ୍ୱବିଦ୍ୟାଳରେ ଭୀମଭୋଇଙ୍କ ନାମରେ ଚେୟାର ପ୍ରତିଷ୍ଠା କରିବା ସହିତ ପାଠ୍ୟକ୍ରମରେ ଅନ୍ତଭୁକ୍ତ କରାଯିବ । ଏଥିପାଇଁ ଆବଶ୍ୟକୀୟ ଅର୍ଥ ଅନୁଦାନ ସହ ୟୁଜିସି ତାର ନିତୀଗତ ନିଷ୍ପତି ନେଇ କାମ ଆରମ୍ଭ କରିଛି।ଯାହା ଫଳରେ ଏ ପଛୁଆ ଅଂଚଳର ଶତାଦ୍ଧୀ ଶତାଦ୍ଧୀ ପୁର୍ବରୁ ଆରମ୍ଭ ହୋଇଥିବା ଏ ଅଂଚଳର ବିଚାର ଅନ୍ତରାଷ୍ଟ୍ରୀୟ ସ୍ତରକୁ ଯିବ। ମୁଁ ଏପ୍ରକାର ଗୁରୁ ଦାୟିତ୍ୱ ନେଇ ନିଜକୁ ଧନ୍ୟ ମନେ କରୁଛି ଏବଂ ଏହା ହେବ ସନ୍ଥକବିଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ। ସ୍ୱତନ୍ତ୍ରତାର ୭୫ ବର୍ଷ ପୁର୍ତ୍ତୀ ଅମୃତ ମହୋତ୍ସବ ଉପଲକ୍ଷେ ଭାରତ ସରକାର ସନ୍ଥକବିଙ୍କୁ ଉଚ୍ଚିତ ସମ୍ମାନ ଦେବ ଏହା ହେଉଛି ମୋଦୀ ସରକାରଙ୍କ ଏକ ବଡ ପଦକ୍ଷେପ। ଗତକାଲି ମଧ୍ୟରାତ୍ରୀ ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଆପଣମାନଙ୍କ ଉତ୍ସାହ ଉଦ୍ଦିପନା ସହ ସ୍ନେହ ଭଲପାଇବା,ସମ୍ମାନ ଓ ଶିକ୍ଷା ସମ୍ବଦ୍ଧୀୟ ବିଚାର ପାଇଁ ମୁଁ ନିଜକୁ ଋଣି ମନେ କରୁଛି।ରେଢ଼ାଖୋଲ ମୋର ଗାଁ,ଏ ଅଂଚଳ ମୋ ପାଇଁ ବହୁ ପୁର୍ବରୁ ପରିଚିତ।
ଶନିବାର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ଜୟରାଟ୍ ଗ୍ରାମର ବୁଣାକାର ଭାଇ ମାନଙ୍କ ପାଖରୁ ଖଦୀ କିଣିବା ସହ ସେମାନଙ୍କର ସୁଖଦୁଃଖରେ ଭାଗି ହେବା ପାଇଁ ଆସିଛି। ଆପଣ ମାନେ ମଧ୍ୟ ଆଗାମୀ ଦଶହରା ଓ ଦୀପାବଳୀ ଉପଲକ୍ଷେ ବୁଣାକାର ଭାଇମାନଙ୍କ ପାଖରୁ ଖଣ୍ଡେ ଖଣ୍ଡେ ହାତ ବୁଣା ଗାମୁଛା କିଣି ନିଜର ଆତ୍ମୀୟ ସ୍ୱଜନଙ୍କୁ ଉପହାର ଦେଇ ବୁଣାକାର ଭାଇ ମାନଙ୍କ ପରିବାର ପ୍ରତିପୋଷଣର ସହାୟକ ହୁଅନ୍ତୁ ବୋଲି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ,ରେଙ୍ଗାଳି ବିଧାୟକ ନାଉରୀ ନାୟକ,ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ,କୁଚିଣ୍ଡା ପୁର୍ବତନ ବିଧାୟକ ରବି ନାୟକ,ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ,ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଦେବେନ୍ଦ୍ର ମହାପାତ୍ର,ଜିଲ୍ଲାପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ,ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଶ୍ ଆଚାର୍ଯ୍ୟ,ପୁର୍ବତନ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠି ,ଜିଲ୍ଲା ବିଜେପି ଉପସଭାପତି ବିଚିତ୍ରନନ୍ଦ ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ସୁଷମା ମୁଣ୍ଡା ଓ ପୁର୍ବତନ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପ୍ରତାପ କୁମାର ପ୍ରଧାନ,ଗୋବନ୍ଦ ଅଗ୍ରୱାଲ,ନଗର ସଭାପତି ରାମାନୁଜ ମହାପାତ୍ର,ସାଧାରଣ ସଂପାଦକ ରାଜେନ୍ଦ୍ର ପ୍ରାସଦ ବୈଠାରୁ,ନରେନ୍ଦ୍ର ମଲ୍ଲି.ସାଂସଦ ପ୍ରତିନିଧି ଶିବରାମ ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତଥିଲେ।



