www.samajalive.in
Wednesday, December 10, 2025
26.1 C
Bhubaneswar

ଜମ୍ମୁ କାଶ୍ମୀରରେ ମଲ୍‌, ରେଷ୍ଟୁରାଣ୍ଟ, ଗଣପରିବହନ ବ୍ୟବସ୍ଥାରେ ପ୍ରବେଶ ପାଇଁ ପ୍ରଥମ ପାନ କୋଭିଡ ଟିକା ବାଧ୍ୟତାମୂଳକ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ମଲ୍‌, ରେଷ୍ଟୁରାଣ୍ଟ ଏବଂ ଗଣ ପରିବହନ ବ୍ୟବସ୍ଥାରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତି ଅନ୍ତତଃପକ୍ଷେ କୋଭିଡ-୧୯ ଟିକାର ପ୍ରଥମ ପାନ ନେବା ବାଧ୍ୟତାମୂଳକ କରାଯାଇଛି । ଜମ୍ମୁର ଡେପୁଟି କମିଶନର ସେପ୍ଟେମ୍ବରରେ ସମସ୍ତ ନାଗରିକଙ୍କୁ କୋଭିଡ ଟିକା ନେବାକୁ ନିବେଦନ କରିଥିଲେ । ତାହାପରେ ଅକ୍ଟୋବର ୨ ତାରିଖ ଠାରୁ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ସପିଙ୍ଗ ମଲ, ରେଷ୍ଟୁରାଣ୍ଟ, ଗଣ ପରିବହନ ଏବଂ ଅନ୍ୟ ସର୍ବସାଧାରଣ ସ୍ଥଳକୁ ପ୍ରବେଶ କରିବାକୁ ହେଲେ ଉକ୍ତ ବ୍ୟକ୍ତି ପ୍ରଥମ ପାନ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ସେଠାରେ ଜାରି କୋଭିଡ ସମ୍ପର୍କିତ କେତେକ କଟକଣାକୁ କୋହଳ କରାଯାଇଛି । ଜମ୍ମୁ ଅଞ୍ଚଳରେ ଦୋକାନ ବଜାର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିଭଳି ସାମାଜିକ ଉତ୍ସବାନୁଷ୍ଠାନରେ ଯୋଗଦେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୦କୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଦିନକ ମଧ୍ୟରେ ଏଠାରେ ୧୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜମ୍ମୁ ଅଞ୍ଚଳରୁ ୫୫ ଏବଂ କାଶ୍ମୀର ଡିଭିଜନରୁ ୬୨ ଜଣ ରହିଛନ୍ତି ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories