www.samajalive.in
Monday, December 8, 2025
24.1 C
Bhubaneswar

ଦୋହା ଚୁକ୍ତିକୁ ସମ୍ମାନ ଦେବାରେ ତାଲିବାନ ବିଫଳ ହୋଇଛି- ଆମେରିକା ସାମରିକ ମୁଖ୍ୟ

ୱାଶିଂଟନ: ଆଫଗାନିସ୍ତାନରେ ଶାସନ ଭାର ଦଖଲ କରିଥିବା ତାଲିବାନ ୨୦୨୦ରେ ହୋଇଥିବା ଦୋହା ରାଜିନାମାକୁ ସମ୍ମାନ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହା କୁଖ୍ୟାତ ଆତଙ୍କି ଗୋଷ୍ଠୀ ଅଲ୍‍ କାଏଦାକୁ କଦାପି ନିଜ ଠାରୁ ଦୂରେଇ ରଖିନଥିବା କହିଛନ୍ତି ଆମେରିକାର ସାମରିକ ମୁଖ୍ୟ ମାର୍କ ମିଲି । ଆମେରିକା ସୈନ୍ୟବାହିନୀର ଯୁଗ୍ମ ମୁଖ୍ୟମାନଙ୍କର ଅଧ୍ୟକ୍ଷ ମାର୍କ ମିଲି ସିନେଟ ସଶସ୍ତ୍ର ବାହିନୀ ସେବା କମିଟି ନିକଟରେ ପ୍ରକାଶ କରି କହିଛନ୍ତି ଯେ ଦୋହା ରାଜିନାମା ଅଧୀନରେ ତାଲିବାନ କେତେକ ସର୍ତ୍ତ ପୂରଣ କଲେ ଆମେରିକା ତାହାର ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିବା ବ୍ୟବସ୍ଥା ରହିଥିଲା । ଏହାଦ୍ୱାରା ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ଏକ ରାଜନୈତିକ ରାଜିନାମା ହୋଇଥାନ୍ତା । ରାଜିନାମାରେ ତାଲିବାନ ପାଇଁ ସାତଟି ସର୍ତ୍ତ ଏବଂ ଆମେରିକା ପାଇଁ ଆଠଟି ସର୍ତ୍ତ ରଖାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ତାଲିବାନ ଆମେରିକା ସୈନ୍ୟଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ଅନ୍ୟତମ ସର୍ତ୍ତ ରହିଥିଲା । କିନ୍ତୁ ତାଲିବାନ ସେଥିରେ ବିଫଳ ହୋଇଛି । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଯେ ତାଲିବାନ କଦାପି କୁଖ୍ୟାତ ଆତଙ୍କି ଗୋଷ୍ଠୀ ଅଲ୍‍ କାଏଦାକୁ ଦୂରେଇ ରଖିନାହିଁ । ଅନ୍ୟପକ୍ଷରେ ଆମେରିକା ତାହାର ପ୍ରତ୍ୟେକଟି ସର୍ତ୍ତ ପାଳନ କରିଛି । ମିଲି କହିଥିଲେ, ଏହା ସୁସ୍ପଷ୍ଟ ଯେ ଆଫଗାନିସ୍ତାନରେ ଯୁଦ୍ଧ ଆମେରିକା ଚାହିଁବା ମୁତାବକ ପରିସମାପ୍ତ ହେଲାନାହିଁ । ଯେଉଁଥିପାଇଁ ତାଲିବାନ ଏବେ କ୍ଷମତାସୀନ ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ତାଲିବାନ ଏକ ଆତଙ୍କି ସଂଗଠନ ହୋଇ ରହିଥିଲା ଏବଂ ଏବେ ମଧ୍ୟ ରହିଛି, ଏକଥା ସମସ୍ତେ ମନେରଖିବା ଉଚିତ । ସେମାନେ ଅଲ୍‍ କାଏଦା ସହିତ ସମ୍ପର୍କ ତୁଟାଇନାହାନ୍ତି । ସେ ଦେଶରେ ତାଲିବାନ କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଏକ ପ୍ରଶ୍ନର ଉତ୍ତର ଦେଇ ମିଲି କହିଥିଲେ, ଆଫଗାନିସ୍ତାନରେ ଅଲ୍‍ କାଏଦା ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ରହିଛି ଏବଂ ସେମାନେ ପୁନର୍ଗଠିତ ହେବା ଉଦ୍ୟମ କରୁଥିବା ତାଙ୍କର ବିଶ୍ୱାସ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories