www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନଙ୍କ ଆହ୍ୱାନରେ ସ୍କିମ୍ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଆହ୍ୱାନରେ ସ୍କିମ୍ ୱାର୍କରସ୍ମାନଙ୍କର ରାଜ୍ୟସ୍ତରୀୟ ବିକ୍ଷୋଭ ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି।
ସ୍କିମ୍ ୱାର୍କରସ୍ମାନଙ୍କୁ ମାସିକ ୨୧ ହଜାର ଟଙ୍କା ଦରମା, ୪୫ ଓ ୪୬ତମ ଶ୍ରମ ସମ୍ମିଳନୀ ସୁପାରିଶ୍ ଅନୁଯାୟୀ ସ୍କିମ୍ ୱାର୍କରସ୍ମାନଙ୍କୁ ଶ୍ରମିକର ମାନ୍ୟତା, ମାସିକ ୩୦୦୦ ଟଙ୍କା ପେନ୍ସନ୍, ଶ୍ରମ କୋଡ୍ ବାତିଲ, ୫୦ ଲକ୍ଷ ଟଙ୍କାର ଜୀବନ ବୀମା, ସମସ୍ତ ଫ୍ରଣ୍ଟ୍ ୱାର୍କରସ୍ମାନଙ୍କୁ ଇ.ପି.ଏଫ୍. ଓ ଇ.ଏସ୍.ଆଇ.ରେ ଅନ୍ତର୍ଭୁକ୍ତ କରିବା ଆଦି ୧୫ ଦଫା ଦାବି ନେଇ ବିକ୍ଷୋଭ କରାଯାଇଥିଲା। ମାଷ୍ଟରକ୍ୟାଣ୍ଟିନ୍ରୁ ଶୋଭାଯାତ୍ରାରେ ଯାଇ ଗାନ୍ଧୀ ମାର୍ଗରେ ଏକ ପ୍ରତିବାଦ ସଭାରେ ଏ.ଆଇ.ସି.ଟି.ଟି.ୟୁ.ର ନେତା ମହେନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ଏ.ଆଇ.ଟି.ୟୁ.ସି. ନେତା ବିଜୟ ଜେନା, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ସାଧାରଣ ସମ୍ପାଦିକା ନମିତା ସାହୁ, ସି.ଆଇ.ଟି.ୟୁ.ର ନେତା ପୁଷ୍ପାଞ୍ଜଳି ଦାଶ, ଆଇ.ଏନ୍.ଟି.ୟୁ.ସି.ର ପ୍ରଣତୀ ମିଶ୍ର, ଏ.ଆଇ.ୟୁ.ଟି.ୟୁ.ସି.ର ନିରଞ୍ଜନ ମହାନ୍ତି, ଟି.ୟୁ.ସି.ସି.ର ଜ୍ୟୋତିରଞ୍ଜନ ମହାପାତ୍ର ଓ ଏସ୍.ଇ.ଡବ୍ଲୁ.ଏ.ର ପରିଲତା ମହାପାତ୍ର ତାଙ୍କର ବକ୍ତବ୍ୟରେ ସ୍କିମ୍ ଶ୍ରମିକମାନଙ୍କ ଦାବି ଯଥାର୍ଥ ବୋଲି ବକ୍ତବ୍ୟ ରଖିଥିଲେ। ମୋଦି ସରକାର ଏହି ସମସ୍ତ ଦାବି ମାନିବା ପରିବର୍ତ୍ତେ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମକୁ ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି। ଯାହା ଫଳରେ ହଜାର ହଜାର ପାଚିକାମାନେ ସେମାନଙ୍କ ନିଯୁକ୍ତି ହରାଇବେ ଓ ଅପର ପକ୍ଷରେ ଜାତୀୟ ଶିକ୍ଷାନୀତି ଅନୁସାରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଭୂମିକା କଣ ହେବ ମୋଦି ସରକାର ସ୍ପଷ୍ଟ କରିବା ସହିତ କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସମସ୍ତ ସ୍କିମ୍ ଶ୍ରମିକମାନଙ୍କୁ ଅତିରିକ୍ତ ୧୦,୦୦୦ ଟଙ୍କା ସରକାର ତୁରନ୍ତ ପ୍ରଦାନ କରିବାକୁ ସାଥୀମାନେ ଦାବି କରିଥିଲେ।

ସଭାପରେ ୧୫ ଦଫା ସମ୍ବଳିତ ଏକ ସା୍ମରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ବସନ୍ତ ସେଠୀ, ମମତା ରାଉତ, ଗୀତାରାଣୀ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories